ଅକ୍ଟୋବରରୁ ଟିଭି ପ୍ୟାନେଲ ଉପରେ ୫% ଟିକସ

ମୁମ୍ବାଇ: ଅକ୍ଟୋବର ପହିଲାରୁ ଆମଦାନୀ ହେଉଥିବା ଟିଭି ଓପନ ପ୍ୟାନେଲ ଉପରେ ୫% ଟିକସ ଲାଗୁ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନୀୟ ଶିଳ୍ପଗୁଡିକରେ ଭାଲ୍ୟୁ ସଂଯୋଗ କରିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ମାତ୍ର ସରକାରଙ୍କ ନିଷ୍ପତ୍ତି ଦ୍ୱାରା ଟିଭି ମୂଲ୍ୟ ବଢିବ ବୋଲି କମ୍ପାନୀଗୁଡିକ ମତ ପ୍ରକାଶ କରିଛନ୍ତି। ପାର୍ବଣ ପୂର୍ବରୁ ଏହି ନିଷ୍ପତ୍ତି ସରକାର ଗ୍ରହଣ କରିଛନ୍ତି। ଫଳରେ ଟିଭି ଦାମ ବଢିବା ନେଇ ଆଶଙ୍କା କରାଯାଇଛି। ଗତ ଗୋଟିଏ ବର୍ଷ ତଳେ ସରକାର ଏଭଳି ଟିକସକୁ ହଟାଇ ଦେଇଥିଲେ। ଚାଇନା ଏବଂ ଭିଏତନାମ ଭଳି ଦେଶଗୁଡିକ ସହ ଭାରତୀୟ କମ୍ପାନୀଗୁଡିକୁ ପ୍ରତିଦ୍ୱନ୍ଦ୍ୱୀ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଏଥିଯୋଗୁ ସାମ୍‌ସଙ୍ଗ ଭଳି କମ୍ପାନୀ ଭିଏତନାମ ଛାଡି ଭାରତରେ ମାନୁଫାକଚରିଂକୁ ଗୁରୁତ୍ୱ ପ୍ରଦାନ କରିଥିଲା। ଏହା ସ୍ଥାନୀୟ କମ୍ପାନୀ ଡିକ୍ସନ ଟେକ୍ନୋଲୋଜି ସହ ମିଳିତ ହୋଇ ଯୋଜନା ଆଗକୁ ବଢାଇଥିଲା। ସରକାରଙ୍କ ଟିକସ ଲାଗି ଯୋଗୁ ଟିଭି ଦାମ ଉପରେ ବେଶି ପ୍ରଭାବ ପକାଇବା ନାହିଁ ବୋଲି ଜଣେ ଅଧିକାରୀ ମତ ରଖିଛନ୍ତି। ଟିଭି ଦାମ ପ୍ରାୟ ୪% ପର୍ଯ୍ୟନ୍ତ ବଢିବା ନେଇ ଆକଳନ କରାଯାଇଛି। ଏହା ୩୨ ଇଞ୍ଚ ବର୍ଗରେ ପ୍ରାୟ ୬୦୦ ଟଙ୍କା ଏବଂ ୪୨ ଇଞ୍ଚ ଉପରେ ପ୍ରାୟ ୧୨୦୦ରୁ ୧୫୦୦ ଟଙ୍କା ବଢିପାରେ। ନୂଆ ନିଷ୍ପତ୍ତି ଦ୍ୱାରା ଆସେମ୍ବିଲିଂ ପରିବର୍ତ୍ତେ ପ୍ରକୃତ ମାନୁଫାକଚରିଂ ଉପରେ କମ୍ପାନୀ ଧ୍ୟାନ ଦେବେ ବୋଲି ସରକାରୀ ଅଧିକାରୀ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri