ସାଢ଼େ ୭ ଲକ୍ଷରୁ ଫେରିଛି ୫ ଲକ୍ଷ ୩୮ ହଜାର

ଅନୁଗୋଳ ଅଫିସ, ୨୦ା୯ – ଅନୁଗୋଳ ଜିଲାରେ ବଢ଼ୁଛି ସାଇବର ଠକେଇ। ଏହି ଠକମାନେ କେତେବେଳେ ନିଜକୁ ବ୍ୟାଙ୍କ କର୍ମଚାରୀ ପରିଚୟ ଦେଇ ଫୋନ ମାଧ୍ୟମରେ ଏଟିଏମ୍‌ ପିନ୍‌ ମାଗି ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ତ ଆଉ କେତେବେଳେ ଫେକ୍‌ ଲିଙ୍କ୍‌ ପଠାଇ ଗୋଟିଏ କ୍ଲିକ୍‌ରେ ହଜାର ହଜାର ଟଙ୍କା ଉଠାଇ ନେଉଛନ୍ତି। ଜିଲାର ବିଭିନ୍ନ ଥାନାରେ ଏଭଳି ଅଭିଯୋଗର ତାଲିକା ଲମ୍ବୁଥିବା ବେଳେ କେବଳ ଗତ ୯ ମାସରେ ୧୧ଟି ଘଟଣାରେ ୭ ଲକ୍ଷ ୫୨ ହଜାର ୬ ଟଙ୍କାର ଠକେଇ ହୋଇଛି। ତେବେ ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁ ଠକେଇର ଶିକାର ଆକାଉଣ୍ଟଧାରୀମାନେ ୫ ଲକ୍ଷ ୩୮ ହଜାର ୧୭୫ ଟଙ୍କା ଫେରି ପାଇପାରିଛନ୍ତି। ଏପରି କି ସମ୍ପୃକ୍ତ ୧୧ଜଣଙ୍କ ମଧ୍ୟରୁ ୪ଜଣ ସମସ୍ତ ଅର୍ଥ ଫେରସ୍ତ ପାଇଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି ଯେ, ଜିଲାର ଅନ୍ୟ ଥାନା ଅପେକ୍ଷା ଅନୁଗୋଳ ଥାନାରେ ସର୍ବାଧିକ ସାଇବର ଠକେଇ ନେଇ ଅଭିଯୋଗ ପଞ୍ଜୀକୃତ ହୋଇଛି। ଗତ ଫେବୃୟାରୀ ମାସରେ ଅନୁଗୋଳ ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ୪୩ ହଜାର ୯୯୦ ଟଙ୍କା ଠକେଇ ହୋଇଥିଲା। ଏତଲା ପରେ ପୋଲିସ ଏ ନେଇ ପଦକ୍ଷେପ ନେଇଥିଲା। ଫଳରେ ତାଙ୍କ ଆକାଉଣ୍ଟକୁ ୩୬ ହଜାର ୯୯୦ ଟଙ୍କା ଫେରସ୍ତ ମିଳିଛି। ସେହିପରି ମାର୍ଚ୍ଚ ମାସରେ ୬୫ ହଜାର ୧୭୦ ଟଙ୍କା ଗାଏବ ମାମଲାରେ ଆକାଉଣ୍ଟଧାରୀଙ୍କୁ ୩୯ ହଜାର ୧୮୦ ଟଙ୍କା ଫେରସ୍ତ ମିଳିପାରିଛି। ଏପ୍ରିଲ ମାସରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୩୦ ହଜାର ଟଙ୍କା ଉଠାଇ ନିଆଯାଇଥିଲା। ଏହାର ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତି ୧୦ ହଜାର ୯୩ ଟଙ୍କା ଫେରି ପାଇଛନ୍ତି। ଜୁଲାଇ ମାସରେ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ୪୯ ହଜାର ୯୯୮ ଟଙ୍କା ହରାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟକୁ ୨୪ ହଜାର ୯୯୮ ଟଙ୍କା ଫେରସ୍ତ ଆସିଛି। ସେହିମାସରେ ଅନ୍ୟ ଜଣେ ବ୍ୟକ୍ତି ୧ ଲକ୍ଷ ୯ ହଜାର ଟଙ୍କା ଠକେଇର ଶିକାର ହୋଇଥିଲେ। ପୋଲିସର ପଦକ୍ଷେପ ଯୋଗୁ ସେ ୮୫ ହଜାର ୯୯୯ ଟଙ୍କା ପାଇପାରିଛନ୍ତି। ୫୪ ହଜାର ୭୫ ଟଙ୍କା ଠକାମିର ଶିକାର ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ପୂରା ଟଙ୍କା ଫେରସ୍ତ ପାଇଛନ୍ତି। ସେହିପରି କୋଲିୟରୀ ଥାନାରେ ଏପରି ୩ଟି ମାମଲା ହୋଇଥିଲା। ଜାନୁୟାରୀ ମାସରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୮୯ ହଜାର ୯୯୯ ଟଙ୍କା ଉଠାଇ ନିଆଯାଇଥିଲା। ଉକ୍ତ ମାମଲାରେ ଆକାଉଣ୍ଟଧାରୀଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିଛି। ମେ ମାସରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ପୂରା ୪୬ ହଜାର ୯୪୨ ଟଙ୍କା ପାଇଛନ୍ତି। ଜୁଲାଇ ମାସରେ ୧ ଲକ୍ଷ ୧୦ ହଜାର ଟଙ୍କା ହରାଇଥିବା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୦ ହଜାର ଟଙ୍କା ଫେରି ଆସିଛି। ଏନ୍‌ଟିପିସି ଥାନା ଅଞ୍ଚଳର ଜଣେ ଆକାଉଣ୍ଟଧାରୀ ୪୯ ହଜାର ୯୯୯ ଟଙ୍କା ଠକାମିର ଶିକାର ହୋଇଥିବାବେଳେ ସମୂର୍ଣ୍ଣ ଟଙ୍କା ଫେରିପାଇଛନ୍ତି। ୧ ଲକ୍ଷ ୨ ହଜାର ୮୩୩ ଟଙ୍କା ଠକେଇ ହୋଇଥିବା ନେଇ ବିକ୍ରମପୁର ଥାନାରେ ଅଭିଯୋଗ ହୋଇଥିବା ବେଳେ ଉକ୍ତ ମାମଲାରେ ୪୯ ହଜାର ୯୦୦ ଟଙ୍କା ଫେରସ୍ତ ମିଳିଥିବା ଏସ୍‌ପି ମୀନା ପ୍ରକାଶ କରିଛନ୍ତି। ଦିନକୁ ଦିନ ସାଇବର ଅପରାଧୀମାନେ ଅଧିକରୁ ଅଧିକ ଲୋକଙ୍କୁ ଟାର୍ଗେଟ୍‌ କରୁଥିବାରୁ ଏ ନେଇ ସତର୍କ ତଥା ସଚେତନ ରହିବା ପାଇଁ ଏସ୍‌ପି ଜିଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ମୋବାଇଲ ମାଧ୍ୟମରେ କାହାକୁ ନିଜ ଏଟିଏମ୍‌ ପିନ୍‌ ସହ ସିସିଭି ନମ୍ବର ଏବଂ ଓଟିପି ପ୍ରଦାନ ନ କରିବାକୁ କହିଛନ୍ତି। ସେହିପରି ମୋବାଇଲରେ କୌଣସି ଆପ୍‌ ବ୍ୟବହାର କରୁଥିଲେ ଅଜଣା ଲୋକଙ୍କୁ କିଛି ବି ତଥ୍ୟ ପ୍ରଦାନ ନ କରିବାକୁ ଏସ୍‌ପି ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri