ଛତ୍ରପୁର,୨୧ା୬(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଚଢା ଦରରେ ଧାନ ବିହନ ବିକ୍ରି ଚାଲିଥିବା ଅଭିଯୋଗ ଆସିଛି। ପୂର୍ବରୁ ଘରୋଇ ଡିଲର ଓ ପ୍ରାଥମିକ ସମବାୟ ସେବା ସମିତିଗୁଡିକୁ ଜିଲାପାଳ ଏଥିପାଇଁ ତାଗିଦ୍ କରିଥିବା ନଜିର ରହିଛି ା ତେବେ ଠିକ୍ ସମୟରେ ସେବା ସମିତିଗୁଡିକ ଚାଷୀଙ୍କ ଚାହିଦା ମୁତାବକ ବିହନ ଆଣୁ ନାହାନ୍ତି। ଘରୋଇ ଡିଲରମାନେ ଏହାର ସୁଯୋଗ ନେଇ କେତେକ ସ୍ଥାନରେ ଚଢା ଦରରେ ବିହନ ବିକ୍ରି କରୁଛନ୍ତି ବୋଲି ଗୁରୁବାର ଛତ୍ରପୁରଠାରେ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ କରାଯାଇଛି। ସରକାରଙ୍କ ପକ୍ଷରୁ ବିହନ ନିଗମ ଜରିଆରେ ଚାଷୀଙ୍କୁ ରିହାତି ଦରରେ ଧାନ ବିହନ ଯୋଗାଇବା ପାଇଁ ଘରୋଇ ଡିଲର ଓ ସୋସାଇଟିଗୁଡିକୁ ଦାୟିତ୍ୱ ଦିଆଯାଇଛି। ହେଲେ କେତେକ ସ୍ଥାନରେ ସୋସାଇଟି ଠିକ୍ ସମୟରେ ଧାନ ବିହନ ଆଣୁନାହାନ୍ତି। ଡିଲର ମାନେ ଚଢା ଦରରେ ବିକ୍ରି କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ ହେବାରୁ ଜିଲାପାଳ ଏ ନେଇ ତାଗିଦ୍ କରିଥିଲେ। ଅଚାନକ ଛତ୍ରପୁରଠାରେ ଥିବା ଏକ ଘରୋଇ ଡିଲର ଦୋକାନରେ ସକାଳୁ ସକାଳୁ ପହଞ୍ଚି ଜିଲାପାଳ ଯାଞ୍ଚ କରିଥିଲେ। ଏହାପରେ ବି ଚଢ଼ା ଦରରେ ବିହନ ବିକ୍ରି ଚାଲିଥିବା ଚାଷୀ ସଂଗଠନଗୁଡିକ ଅଭିଯୋଗ କରିଆସୁଛନ୍ତି। ଘରୋଇ ଡିଲର ଓ ଦୋକାନୀମାନଙ୍କ ଠାରୁ ଆନ୍ଧ୍ର ମସୁରୀ ୩୦ କି.ଗ୍ରାକୁ ୮୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଥିବା କୁହାଯାଇଛି ା ବିହନ ଚଢା ଦରରେ ବିକ୍ରି ହେଉଥିବା ନେଇ ସୀତାରାମ ପାଣିଗ୍ରାହୀ, ବିଶ୍ୱାନଥ ସାହୁ,ବାବୁଲା ସ୍ବାଇଁ, ଶନିଆ ସ୍ବାଇଁ, ବଳରାମ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି। ପୂର୍ବରୁ କୃଷି ବିଭାଗ ତରଫରୁ ବିହନ ଚାଷୀଙ୍କୁ ଦିଆଯାଉଥିଲା। ଯାହାଫଳରେ ଚାଷୀମାନେ ଠିକ୍ ସମୟରେ ସୁବିଧାରେ ବିହନ ପାଉଥିଲେ। ଏଣୁ ପ୍ରତି ପଞ୍ଚାୟତରେ ଗୋଦାମ କରି ବିହନ ଯୋଗାଇଦେବାକୁ ଦାବି ହୋଇଛି ା
ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ
ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...
ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…
ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...
ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…
ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...
ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ
ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...
ଅଭିନବ ଉପାୟରେ ଠକେଇ, ଫୋନ୍ପେରେ ଡେମୋ ଦେଖାଇଲେ…
ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...
ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର
ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...
ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ
ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...
ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ
ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...
Archives


