Posted inଖେଳ

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ ଆକ୍ରମ କମିଟିର ନୂତନ ମୁଖ୍ୟ ହେବେ। କ୍ରିକେଟ କମିଟିରୁ ତାଙ୍କୁ ଅବ୍ୟାହତି ଦେବା ଲାଗି ମହସିନ ପିସିବି ଚେୟାରମ୍ୟାନ ଏହେସାନ ମନିଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, କ୍ରିକେଟ କମିଟି ପାକିସ୍ତାନ ଦଳ ଏବଂ ଏହା ସହଯୋଗୀ ଷ୍ଟାଫ୍‌ଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବ ବୋଲି ବୁଧବାର ପିସିବି ଘୋଷଣା କରିଥିଲା। ଗୁରୁବାର ପିସିବି ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକ ବସିଥିଲା। ଏଥିରେ ସମ୍ବିଧାନ ସଂଶୋଧନ କରାଯାଇ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା। ଏହେସାନ ମନି କହିଛନ୍ତି ମହସିନଙ୍କ ଭଳି ଜଣେ ବ୍ୟକ୍ତିକୁ ଆମେ ଛାଡ଼ିବାକୁ ଚାହୁଁନା, କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ଚାହୁଁ। ଅନ୍ୟପକ୍ଷରେ ମହସିନ କହିଛନ୍ତି, ପାକିସ୍ତାନ କ୍ରିକେଟ ପାଇଁ କାର୍ଯ୍ୟକରିବା ଲାଗି ମୁଁ ସବୁବେଳେ ଉପଲବ୍ଧ। ମୋ ଅତୀତ ରେକର୍ଡ ଭିତ୍ତିରେ ଉପଯୁକ୍ତ ପଦବୀ ମିଳିଲେ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ। ମହସିନ କ୍ରିକେଟ କମିଟିରୁ ଓହରିଯିବା ଅର୍ଥ ବିଶ୍ୱକପ୍‌ ପରେ ତାଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିବା ଲାଗି ବୋର୍ଡ ଯୋଜନା କରୁଥିବା ସ୍ପଷ୍ଟ ସୂଚନା ମିଳୁଛି। ସୂଚନାଯୋଗ୍ୟ, ମହସିନ, ଓ୍ବାସିମ ଓ ମିସ୍‌ବା ଟେଲିଭିଜନ ଏବଂ ୟୁଟୁବ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ କ୍ରିକେଟ ବିଶେଷଜ୍ଞ ଭାବେ ଅଂଶଗ୍ରହଣ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଓ୍ବାସିମ ନିକଟ ଅତୀତରେ ସ୍ପଷ୍ଟ କରିଥିଲେ ପାକିସ୍ତାନ କ୍ରିକେଟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର। କ୍ରିକେଟ କମିଟି ଠିକଣାରୂପେ କାର୍ଯ୍ୟ କରୁ ନାହିଁ। ଅନ୍ୟପକ୍ଷରେ ବିଶ୍ୱକପ୍‌ ପରେ ଏହାର ସୁପାରିସ ଚେୟାରମ୍ୟାନ ଏବଂ ବୋର୍ଡ ଅଫ୍‌ ଗଭର୍ନସର୍ର୍ଙ୍କ ନିକଟକୁ ପଠାଇବ ଲାଗି କ୍ରିକେଟ କମିଟିକୁ ପିସିବି ନିର୍ଦ୍ଦେଶ ଦେଇଛି। ଖବର ଅନୁସାରେ ଆଇସିସି ବିଶ୍ୱକପ୍‌ ପରେ ଅଧିନାୟକ, ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସିଲେକ୍ସନ କମିଟିରେ ପରିବର୍ତ୍ତନ ସହ ଖେଳାଳିମାନଙ୍କ ଲାଗି ନୂଆ ନିୟମ ଲାଗୁ କରାଯିବା ଲାଗି ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହମ୍ମଦ ଆମିରଙ୍କୁ ମିଳୁନି ଭିଜା: ସମସ୍ୟାରେ ପାକିସ୍ତାନ କ୍ରିକେଟ ବୋର୍ଡ

ଲାହୋର,୬ା୫: ମହମ୍ମଦ ଆମିରଙ୍କ ଲାଗି ଭିଜା ସମସ୍ୟା ଦେଖା ଦେଇଛି। ଫଳରେ ଆୟର୍ଲାଣ୍ଡରେ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ଲାଗି ମଙ୍ଗଳବାର ପାକିସ୍ତାନ...

ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଚାଲିଛି ଆଗ-ପଛ: ଜାଣନ୍ତୁ କିଏ ଅଛନ୍ତି ଶୀର୍ଷରେ

ନୂଆଦିଲ୍ଲୀ,୬।୫:ଇଣ୍ଡିଆନ ପ୍ରିମିୟର ଲିଗର ୧୭ତମ ସିଜନରେ ପଏଣ୍ଟ ଟେବୁଲରେ କୋଲକାତା ନାଇଟ ରାଇଡର୍ସ ଭଲ ପ୍ରଦର୍ଶନ କରୁଛନ୍ତି। କେକେଆର ଟେବୁଲରେ ଭଲ ପ୍ରଦର୍ଶନ କରିବାରେ ସକ୍ଷମ...

କ୍ରିକେଟ୍‌ ଖେଳୁଥିବାବେଳେ ପ୍ରାଇଭେଟ୍‌ ପାର୍ଟରେ ବାଜିଲା ବଲ୍‌: ପଡ଼ିଆରେ ଚାଲିଗଲା ଜୀବନ

ନୂଆଦିଲ୍ଲୀ,୬।୫: ଆଜିକାଲି ଯୁବବର୍ଗଙ୍କୁ କ୍ରିକେଟ୍‌ ନିଶା ଘାରିଛି। କ୍ରିକେଟ୍‌ ଦେଖିବା ଏବଂ ଖେଳିବାକୁ ମଜା ଲାଗିଥାଏ। ବେଳେବେଳେ ଏହି ଖେଳ ବିପଜ୍ଜନକ ପ୍ରମାଣିତ ହୁଏ। କ୍ରିକେଟରେ...

ଧୋନୀଙ୍କୁ ବୋଲ୍ଡ କରି ଘୃଣାର ଶିକାର ହେଲେ ଏହି ବୋଲର

ଧର୍ମଶାଳା,୬।୫: ଆଇପିଏଲ ୨୦୨୪ର ୫୩ତମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଏବଂ ଚମତ୍କାର ଥିଲା। ଏହି ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ।...

ସୁପରମ୍ୟାନ୍‌ ସାଜିଲେ ରମନଦୀପ: ଏମିତି କ୍ୟାଚ୍‌ ନେଲେ ସମସ୍ତେ ରହିଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ର ୫୪ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ କୋଲକାତା ଏକ ବଡ଼...

ଐତିହାସିକ ରେକର୍ଡ ହାସଲ କଲେ ସୁନୀଲ ନାରିନ

ଲକ୍ଷ୍ନୌ,୬।୫: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ପାଇଁ ବଲ ଅପେକ୍ଷା ସୁନୀଲ ନାରିନ ବ୍ୟାଟ ସହିତ ଅଧିକ ପ୍ରଭାବଶାଳୀ ବୋଲି ପ୍ରମାଣ କରୁଛନ୍ତି। ଚଳିତ...

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କଲେ ଭାରତୀୟ ମହିଳା ଏବଂ ପୁରୁଷ ୪X୪୦୦ ମିଟର ରିଲେ ଟିମ୍

ନୂଆଦିଲ୍ଲୀ,୬।୫: ସୋମବାର ବିଶ୍ୱ ଆଥଲେଟିକ୍ସ ରିଲେରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଭାରତୀୟ ପୁରୁଷ ଏବଂ ମହିଳା ୪X୪୦୦ ମିଟର ରିଲେ ଦଳ ପ୍ୟାରିସ ଅଲିମ୍ପିକ୍ସ ପାଇଁ...

ଟି-୨୦ ବିଶ୍ୱକପ୍‌ବେଳେ ଆତଙ୍କବାଦୀ ଆକ୍ରମଣ ଧମକ: ବଢିଲା ଚିନ୍ତା

ନୂଆଦିଲ୍ଲୀ,୬।୫:ଆଇପିଏଲ ୨୦୨୪ ସିଜନ ପରେ ତୁରନ୍ତ ଜୁନ ୧ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏଥିପାଇଁ ଅନେକ ଦଳ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri