ଜିଡିପି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ:ରଘୁରାମ ରାଜନ

ନୂଆଦିଲ୍ଲୀ,୮।୯ : ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) -୨୩.୯% ଖସିଛି। ଅର୍ଥ ବ୍ୟବସ୍ଥାରେ ଏଭଳି ହ୍ରାସ ଅତ୍ୟନ୍ତ ଚିନ୍ତାଜନକ। ଏଭଳି ସ୍ଥିତିରେ ଅମଲାତନ୍ତ୍ର ଜରୁରୀ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ସୋମବାର କହିଛନ୍ତି।
ଦେଶର ବିଗିଡିଥିବା ଆର୍ଥତ୍କ ସ୍ଥିତିକୁ ନେଇ ରାଜନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସରକାର ବିଭିନ୍ନ ପ୍ରସଙ୍ଗକୁ ଧ୍ୟାନରେ ରଖି ଅଧିକ ସକ୍ରିୟ ହୋଇ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଅମଲାତନ୍ତ୍ର ଆତ୍ମସନ୍ତୋଷରୁ ବାହାରକୁ ଆସି ଅର୍ଥପୂର୍ଣ୍ଣ ଭାବେ ପଦକ୍ଷେପ ନେବା ଉଚିତ। ବର୍ତ୍ତମାନ ଯେଉଁ ଆଧାରରେ ଜିଡିପି ଆକଳନ କରାଯାଇଛି ପ୍ରକୃତ କ୍ଷତି ଦେଖିଲେ ଏହାଠାରୁ ଅଧିକ ରହିବ। କାରଣ ବର୍ତ୍ତମାନ ଡାଟାରେ ଅଣସଙ୍ଗଠିତ କ୍ଷେତ୍ରକୁ ବିଶେଷ ଭାବେ ବିଚାରକୁ ନିଆଯାଇନାହିଁ। କୋଭିଡ୍‌-୧୯ ଦ୍ୱାରା ବେଶି କ୍ଷତିଗ୍ରସ୍ତ ହୋଇଥିବା ଦେଶ ମଧ୍ୟରେ ଇଟାଲୀ ଜିଡିପି ୧୨.୪% ଖସିଛି। ସେହିଭଳି ଆମେରିକା ଜିଡିପି ୯.୫% ହ୍ରାସ ହୋଇଛି। ମାତ୍ର ଭାରତର ସ୍ଥିତି ଅତ୍ୟନ୍ତ ଶୋଚନୀୟ ରହିଥିବାରୁ ରାଜନ ଏହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।
ୟୁନିଭର୍ସିଟି ଅଫ୍‌ ଶିକାଗୋରେ ବର୍ତ୍ତମାନ ପ୍ରଫେସର ଭାବେ କାର୍ଯ୍ୟରତ ରାଜନ କହିଛନ୍ତି, ଭାରତରେ କୋଭିଡ୍‌ ସଂକ୍ରମଣ ବର୍ତ୍ତମାନ ବଢିଚାଲିଛି। ସରକାର ଖର୍ଚ୍ଚ ବଢାଇ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଦିଗରେ କାମ କରିବାର ଆବଶ୍ୟକତା ଉପଲବ୍ଧି କରନ୍ତୁ। ସଂକ୍ରମଣ ନିୟନ୍ତ୍ରଣକୁ ଆସି ନ ଥିବାରୁ ରେଷ୍ଟୁରାଣ୍ଟ ଏବଂ ସେବା କ୍ଷେତ୍ରର ଅନ୍ୟ କାର୍ଯ୍ୟକଳାପ ଶୀଘ୍ର ଟ୍ରାକ୍‌କୁ ଏବେ ଫେରି ପାରିବ ନାହିଁ। ଆଗାମୀ ଦିନରେ ସହାୟତା ଦେବା ଲାଗି ଅର୍ଥ ସଞ୍ଚୟ କରି ରଖିବା ପ୍ରସଙ୍ଗ ଉପରେ ମଧ୍ୟ ରାଜନ ମତ ଦେଇ ସେ ପୁଣି କହିଛନ୍ତି ଯେ, ସରକାର ଏଭଳି ଚିନ୍ତାଧାରାରୁ ବାହାରକୁ ଆସି ଅଧିକ କାମ କରିବା ଉଚିତ। ସରକାର ଯଦି ଅର୍ଥ ସଞ୍ଚୟ କରି ରଖିବା କଥା ଚିନ୍ତା କରୁଥାନ୍ତି ତେବେ ଏହା ଲାଭଦାୟକ ହେବନାହିଁ। ଏହାବାଦ ସରକାର ଅଧା ଛାଡିଯାଇଥିବା ସଂସ୍କାର ପ୍ରକ୍ରିୟା ଉପରେ କାମ କରିବା ସହ ନିବେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ଭାରତ ବଜାର ତୁଳନାରେ ବିଶ୍ୱ ବଜାର ବର୍ତ୍ତମାନ ଅଧିକ ତ୍ୱରିତ ହାରରେ ଟ୍ରାକ୍‌କୁ ଫେରୁଛି। ଭାରତ ରପ୍ତାନି କ୍ଷେତ୍ରରେ ସୁଯୋଗକୁ ପରଖି ପାରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜାରରେ ମହିନ୍ଦ୍ରାର ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’

ଭୁବନେଶ୍ୱର,୩୦।୪ (ଅଭୟ ଦାଶ): ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ଏକ୍ସୟୁଭି ୩ଏକ୍ସଓ’ର ସର୍ବଭାରତୀୟ ଉନ୍ମୋଚନ (ଅନାବରଣ)...

ବେଆଇନ ଭାବେ ଡାଲି ମହଜୁଦ ରଖିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୦।୪, (ଅନୁରାଧା ମହାରଣା): ଡାଲି ବେଆଇନ ଭାବେ ମହଜୁଦ ରଖୁଥିବା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗତ କିଛି ଦିନ ଧରି କେତେକ ରାଜ୍ୟରେ...

ଇଆଇପିଏଲ୍‌ ସହ ଏଚ୍‌ଡିଏଫ୍‌ସି କ୍ୟାପିଟାଲର ସହଭାଗିତା

ଭୁବନେଶ୍ୱର,୩୦।୪: ଏଚ୍‌ଡିଏଫ୍‌ସି କ୍ୟାପିଟାଲ ଆଡଭାଇଜର୍ସ ଲିମିଟେଡ ଏବଂ ଏଲଡେକୋ ଇନ୍‌ଫ୍ରାଷ୍ଟ୍ରକଚର ଆଣ୍ଡ ପ୍ରପର୍ଟିଜ ଲିମିଟେଡ (ଇଆଇପିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ସ୍ଥାପନ ହୋଇଛି। ଏପରିକି...

ହିଣ୍ଡାଲ୍‌କୋର ପ୍ରୋଜେକ୍ଟ ‘ଜ୍ଞାନାର୍ଜନ’

ଭୁବନେଶ୍ୱର,୩୦।୪: ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ କମ୍ପାନୀ ହିଣ୍ଡାଲ୍‌କୋର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରକଳ୍ପ ‘ଜ୍ଞାନାର୍ଜନ’ ନିକଟରେ ହୀରାକୁଦଠାରେ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି।...

ପହିଲାରୁ ଫୁଲ୍‌ ପଇସା ଭାସୁଲ ସେଲ୍‌

ଭୁବନେଶ୍ୱର,୩୦।୪: ରିଲାଏନ୍ସ ଗ୍ରୁପର ଅଗ୍ରଣୀ କମ୍ପାନୀ ତଥା ରିଟେଲ ପ୍ଲାଟଫର୍ମ ସ୍ମାର୍ଟ ବଜାର ଓ ଜିଓ ମାର୍ଟର ଲୋକପ୍ରିୟ ଅଫର ‘ଫୁଲ ପଇସା ଭାସୁଲ ସେଲ୍‌’ର...

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri