Posted inଖେଳ

ହାଇ ମାରି ଚର୍ଚ୍ଚାରେ ଅଛନ୍ତି ଏହି କ୍ରିକେଟର୍‌, ସ୍ବାମୀଙ୍କ ଏହି ଅଭ୍ୟାସକୁ ନେଇ ସ୍ତ୍ରୀ କହିଲେ ଏମିତି

ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଥାନ୍ତି। ଏବେ ସେ ମ୍ୟାଚ୍‌ବେଳେ ହାଇ ମାରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ବିଶ୍ୱକପରେ ଉଇକେଟ କିପିଂ କରିବା ସମୟରେ ହାଇ ମାରିବା ହେଉ କି ନିକଟରେ ଇଂଲଣ୍ଡ ବିପକ୍ଷରେ ପଡ଼ିଆ ବାହାରେ ବସି ହାଇ ମାରିବା ହେଉ ଟ୍ରୋଲରମାନେ ତାଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ସରଫରାଜ ଅହମ୍ମଦଙ୍କ ସ୍ତ୍ରୀ ଖୁଶବଖତ୍‌ ସେହି ଟ୍ରୋଲରକୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି। ତାହା ପୁଣି ଅଷ୍ଟ୍ରେଲିଆ କ୍ରିକେଟର ଷ୍ଟିଭ ସ୍ମିଥଙ୍କ ସାହାଯ୍ୟରେ। ସୂଚନାଯୋଗ୍ୟ, ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟି -୨୦ ମ୍ୟାଚ ସମୟରେ ସ୍ମିଥ ହାଇ ମାରୁଥିବା ନଜର ଆସିଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖୁସବଖତ୍‌ ସରଫରାଜ ସ୍ମିଥ୍‌ଙ୍କ ଫଟୋ ଶେୟାର କରି ଏକ ମଜାଳିଆ କ୍ୟାପ୍‌ଶନ୍‌ ଦେଇଛନ୍ତି। ସ୍ମିଥଙ୍କ ଫଟୋରେ ଖୁସବଖତ କହିଛନ୍ତି ଯେ, କିମ୍ବଦନ୍ତୀ ଏହିପରି ହୋଇଥାନ୍ତି। ଅର୍ଥାତ୍‌ ସେ ତାଙ୍କ ସ୍ବାମୀଙ୍କୁ କିମ୍ବଦନ୍ତୀ ବୋଲି କହିଛନ୍ତି। ନିକଟରେ ସରଫରାଜ ଅହମ୍ମଦଙ୍କ ହାଇ ମରା ଫଟୋ ଭାଇରାଲ ହେବା ପରେ ଟ୍ରୋଲରମାନେ ତାଙ୍କୁ କହିଥିଲେ ଯେ ସରଫରାଜ ହେଉଛନ୍ତି ପ୍ରଥମ କ୍ରିକେଟର ଯିଏକି ସମସ୍ତ ଫର୍ମାଟରେ ହାଇ ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri