Posted inଜାତୀୟ

୪୭ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ,୬।୯(ପି.ଟି.): ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ସହ ଗଣିତ ଜ୍ଞାନକୁ ସହଜ ଓ ବୋଧଗମ୍ୟ ଉପାୟରେ ପିଲାମାନଙ୍କୁ ଜ୍ଞାନ ପ୍ରଦାନ କରିଥିବା ଦେଶର ବିଭିନ୍ନ ପ୍ରନ୍ତର ୪୭ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ଗୁରୁ ଦିବସ ଅବସରରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଗୋଟିଏ ବିଦ୍ୟାଳୟର ଉନ୍ନତ ଭିିତ୍ତିଭୂମି, ବହୁମୂଲ୍ୟ ପାଠ୍ୟ ଉପକରଣ ଯେ, ବିଦ୍ୟାଳୟକୁ ପ୍ରଶଂସିତ କରିଥାଏ ତା’ ନୁହେଁ ବରଂ ଏଥିପାଇଁ ଶିକ୍ଷକମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଶିକ୍ଷକମାନେ ହିଁ ଜ୍ଞାନର ଭିତ୍ତିଭୂମି ଏବଂ ଛାତ୍ରମାନଙ୍କ ମଧ୍ୟରେ ଉତ୍ତମ ସ୍ବଭାବ ସୃଷ୍ଟି କରିଥାନ୍ତି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି।
ଭର୍ଚୁଆଲ ସମ୍ମାନ ଉତ୍ସବରେ ଯୋଗଦେଇ କୋବିନ୍ଦ କହିଥିଲେ ଯେ ସମ୍ପ୍ରତି କୋଭିଡ୍‌-୧୯ ମହାମାରୀ ସମୟରେ ସମସ୍ତ ସ୍କୁଲ୍‌ କଲେଜ ବନ୍ଦ ରହିଛି। ଏହା ସତ୍ତ୍ବେ ଡିଜିଟାଲ ପଦ୍ଧତିରେ ସମସ୍ତ ଛାତ୍ରୀଛାତ୍ରଙ୍କ ନିକଟରେ ଶିକ୍ଷା କିପରି ପହଞ୍ଚତ୍ ପାରିବ ସେନେଇ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ବର୍ଷ ପୁରସ୍କାର ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷକମାନଙ୍କ ଠାରୁ ଆବେଦନ ଆହ୍ବାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଯାଞ୍ଚ ଜିଲାସ୍ତରରେ ଜିଲା ମନୋନୟନ କମିଟି ଦ୍ୱାରା କରାଯାଇଥିଲା। ଜାତୀୟ ପୁରସ୍କାର ପାଇଁ ମନୋନୀତ ଶିକ୍ଷକମାନେ କେବଳ ଗୁଣାତ୍ମକ ଶିକ୍ଷା ନୁହେଁ ବରଂ ସେମାନେ ଛାତ୍ରୀଛାତ୍ରଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ସହ ସମାଜ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିଛନ୍ତି। ବିଶେଷକରି ବିଦ୍ୟାଳୟଗୁଡ଼ିକରେ ଛାତ୍ର ଅନୁପସ୍ଥିତ ହାର କମାଇବା ସହ ଉତ୍ତମ ଏବଂ ଶୈକ୍ଷିକ ବାତାବରଣ ମାଧ୍ୟମରେ ଶିକ୍ଷାଦାନ କରିବାରେ ପୁରସ୍କୃତ ହୋଇଥିବା ଶିକ୍ଷକମାନେ ବେଶ୍‌ ସହାୟକ ହୋଇପାରିଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ନିଶଙ୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri