ଗଞ୍ଜାମ ଜିଲା: ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୪ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳକୁ ଖସିଛି। ଜିଲାରେ ୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୭ କରୋନା ଯୋଦ୍ଧା ଅଛନ୍ତି। ଅନ୍ୟପକ୍ଷରେ ୩୬୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସାମାଜିକ ଦୂରତ୍ୱ ନିୟମ କଡାକଡି, ୩ ଥର ଘରକୁ ଘର ଯାଇ ସ୍ବାସ୍ଥ୍ୟ ସ୍କ୍ରିନିଂ, କଣ୍ଟେନ୍‌ମେଣ୍ଟ ପଲିସି କଡାକଡି, ଜନସାଧାରଣଙ୍କ ସହ କୋଭିଡ୍‌ ମନିଟର ଓ କୋଭିଡ କେୟାର କମିଟିର ଭଲ ସମ୍ପର୍କ, ବହୁ ମାତ୍ରାରେ କରୋନା ଟେଷ୍ଟ ଏବଂ ଆକ୍ରାନ୍ତଙ୍କ ଠିକ୍‌ ଚିକିତ୍ସା କରାଯାଇଥିବାରୁ ପଜିଟିଭ ସଂଖ୍ୟା କମିବାରେ ଲାଗିଛି ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର କହିଛନ୍ତି। ୧୦୦ ତଳକୁ ପଜିଟିଭ ସଂଖ୍ୟା ଖସିଥିବା ଜିଲାପାଳ ଟୁଇଟ କରି ସୂଚନା ଦେବା ସହ ଟିମ ଗଞ୍ଜାମକୁ ଧନ୍ୟବାଦ ଦେଇଛନ୍ତି ।
ଗଞ୍ଜାମ ଜିଲାରେ ଜୁଲାଇ ୧ ତାରିଖରେ ୯୫ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପରଦିନ ଅର୍ଥାତ୍‌ ଜୁଲାଇ ୨ରେ ଆଉ ୨୮୩ ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ଜିଲାରେ ଦୈନିକ ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଲା । ଏପରିକି ଜୁଲାଇ ୨୩ ତାରିଖରେ ୭୩୨ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅଗଷ୍ଟ ୪ ତାରିଖରୁ ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ସେପ୍ଟେମ୍ବରରେ ଆହୁରି ସତର୍କତା ସହ ଜରୁରୀ କୋଭିଡ୍‌ ଗାଇଡଲାଇନକୁ ପାଳନ କଲେ ଗଞ୍ଜାମରୁ କରୋନା ସମ୍ପୂର୍ଣ୍ଣ ହଟାଇ ହେବ ବୋଲି ଜିଲାପାଳ କହିଛନ୍ତି। ଜିଲାପାଳ ଗତ ୩ ଦିନ ହେଲା ବିଭିନ୍ନ ବ୍ଲକକୁ ଯାଇ ବିଡ଼ିଓ, ତହସିଲଦାର, ସିଡିପିଓ, ଏନଏସି ନିର୍ବାହୀ ଅଧକାରୀ, ପଞ୍ଚାୟତିରାଜ ପ୍ରତିନିଧି ଓ କୋଭିଡ ମନିଟରମାନଙ୍କ ସହ ସ୍ଥିତି ଆଲୋଚନା କରୁଛନ୍ତି । ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧୮,୪୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧୭ ,୧୬୨ଜଣ ସୁସ୍ଥ ହୋଇଛନ୍ତି। ଯାହାକି ୯୩.୧ ପ୍ରତିଶତ ରହିଛି । ଏବେ ଜିଲାରେ ୧ ହଜାର ୭୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲାରେ ୧୯୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଣ କୋଭିଡରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଦିନକରେ ୯,୯୯୯ ଜଣଙ୍କ କରୋନା ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ୨ ଲକ୍ଷ ୯୦ ହଜାର ୨୧୭ ଜଣଙ୍କ କରୋନା ଟେଷ୍ଟ ହେଲାଣି। ଲକ୍ଷଣ ନ ଲୁଚାଇ ଟେଷ୍ଟ କରିବାକୁ ଜିଲାପାଳ କହିଛନ୍ତି । ଅନ୍ୟପକ୍ଷରେ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବାକୁ ସେ ପୁଣି ଅନୁରୋଧ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ବିଜେଡିର ପ୍ରଚାର କରୁଛନ୍ତି ମିଶନ ଶକ୍ତି ମହିଳା’

ଭୁବନେଶ୍ୱର, ୭।୫(ସୁନିତ୍‌ ମିଶ୍ର): ମହିଳାଙ୍କୁ ସାମାଜିକ ଓ ଆର୍ଥତ୍କ କ୍ଷେତ୍ରରେ ସଶକ୍ତ କରିବା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀର ସୃଷ୍ଟି କରାଯାଇଥିଲା। କିନ୍ତୁ ବିଜେଡି ଓଲଟା...

Featured Video Play Icon

ଏମ୍ସର ସଫଳତା,ଖପୁରୀରୁ ବାହାରିଲା ୭କେଜି ଟ୍ୟୁମର

ଭୁବନେଶ୍ୱର,୭।୫(ଅସମାପିକା ସାହୁ)- ଏମ୍ସ ଭୁବନେଶ୍ୱରରେ ଏକ ବିରଳ ସିନୋଭିଆଲ ସାର୍କୋମା ଟ୍ୟୁମରର ସଫଳ ଅସ୍ତ୍ରୋପଚାର କରାଯାଇଛି। ଜଣେ ୫୧ବର୍ଷୀୟ ବ୍ୟକ୍ତିଙ୍କ ଖପୁରୀର ଉପର ଅଂଶରୁ ପ୍ରାୟ...

ବୁଧବାର ଏହି ୭ ଜିଲାରେ ପ୍ରବଳ ବର୍ଷିବ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୭।୫(ଅସମାପିକା ସାହୁ)- ତାତିରୁ ମିଳିଛି ଆଶ୍ୱସ୍ତି। ରାଜ୍ୟର ଅଧିକାଂଶ ସହରରେ କାଳବୈଶାଖୀ ବର୍ଷା ଯୋଗୁ ତାପମାତ୍ରା ହ୍ରାସ ପାଇଥିବା ଦେଖାଯାଇଛି। ଦକ୍ଷିଣ ଝାଡ଼ଖଣ୍ଡରୁ ଏକ...

ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ: ପ୍ରଥମ ଦିନରେ କେହି ପ୍ରାର୍ଥିପତ୍ର କଲେନି ଦାଖଲ

କଟକ,୭ା୫ (କାର୍ତ୍ତିକ ସାହୁ) ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସାଲେପୁର, ମାହାଙ୍ଗା ଓ ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀର ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ବିଧିବଦ୍ଧ...

ଭାଜପାର ଷ୍ଟାର ପ୍ରଚାରକ ତାଲିକା: ବାଦ୍‌ ପଡିଲେ ଅପରାଜିତା, ସମ୍ବିତ ପାତ୍ର

ଭୁବନେଶ୍ୱର,୭।୫: ରାଜ୍ୟର ବିଧାନସଭା ଓ ଲୋକ ସଭା ନିର୍ବାଚନ ପାଇଁ ଭାଜପା ଆଜି ତା’ର ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି । ଭୁବନେଶ୍ୱର...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri