ଉତ୍ସର୍ଗୀକୃତ ଡାକ୍ତର

କୋଭିଡ୍‌-୧୯ ମୁକାବିଲା ଦିଗରେ ଡାକ୍ତରମାନେ ସର୍ବାଧିକ ସେବା କରି ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଭାରତୀୟ ବଂଶୋଦ୍ଭବ ଡାକ୍ତର ରବି ସୋଲାଙ୍କି ବ୍ରିଟେନ୍‌ରେ କରୋନା ପ୍ରତିହତ କରିବାକୁ ଯାଇ ନେଇଥିବା ପଦକ୍ଷେପ ତାଙ୍କୁ ବ୍ରିଟେନ୍‌ ରୟାଲ ଏକାଡେମୀ ଅଫ୍‌ ଇଞ୍ଜିନିୟରିଂ ପ୍ରେସିଡେଣ୍ଟ୍‌ସ ଆଓ୍ବାର୍ଡ ପାଇବାକୁ ଯୋଗ୍ୟ ବିବେଚିତ କରାଇଛି। ମହାମାରୀ ସମୟରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବଛାଯାଇଥିବା ୧୯ ଜଣଙ୍କ ମଧ୍ୟରୁ ରବି ସ୍ଥାନ ପାଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀ ଚର୍ଚ୍ଚାକୁ ଆସିଛି।
ଡାକ୍ତର ସୋଲାଙ୍କି ଓ ଇଞ୍ଜିନିୟର ରେମଣ୍ଡ୍‌ ସିମ୍ସ ମିଶି କରି ନ୍ୟାଶନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ୍‌)ରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ରଖି ସେବା ଯୋଗାଇବା ଲାଗି ଏକ ଓ୍ବେବ୍‌ସାଇଟ୍‌ ବିକଶିତ କରିଛନ୍ତି। ଦାତବ୍ୟ ସଂସ୍ଥା ‘ହେଲ୍‌ଥ କେୟାର ଏକ୍ସଟ୍ରାଅଡିନାରୀ ରେସ୍‌ପନ୍ସ ଅର୍ଗାନାଇଜେଶନ ଏକୁକେଶନ ଆଣ୍ଡ୍‌ ସପୋର୍ଟ’ ଲାଗି ଏହି ମଞ୍ଚ ସୃଷ୍ଟି କରାଯାଇଛି। ଏହାରି ମାଧ୍ୟମରେ ବ୍ରିଟେନ୍‌ରେ ସ୍ବାସ୍ଥ୍ୟକର୍ମୀଙ୍କୁ ସହାୟତା ଦେବା ପାଇଁ କୋଭିଡ୍‌-୧୯ ମୁକାବିଲା ନିମନ୍ତେ ପାଣ୍ଠି ସଂଗ୍ରହ, ପରାମର୍ଶ ଯୋଗାଇ ଦେବା, ଶିଶୁଯତ୍ନ ସହାୟତା ଓ ଅନ୍ୟାନ୍ୟ ସେବା ଯୋଗାଇବା ସମ୍ଭବ ହୋଇପାରିଛି। ଏବର ଜଟିଳ ସ୍ଥିତିରେ ବ୍ରିଟେନ୍‌ର ଏନ୍‌ଏଚ୍‌ଏସ୍‌ ସ୍ବାସ୍ଥ୍ୟ କର୍ମୀଙ୍କୁ ସହାୟତା ଦେବା ଲାଗି ଦାତବ୍ୟ ସଙ୍ଗଠନ ଜରିଆରେ ପାଣ୍ଠି ସଂଗ୍ରହ କରାଯାଇଛି। ଫଳରେ ୯୦,୦୦୦ ସ୍ବାସ୍ଥ୍ୟ କର୍ମୀ ଉପକୃତ ହୋଇପାରିଛନ୍ତି। ଡାକ୍ତର ରବି ସୋଲାଙ୍କିଙ୍କ ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ଏ ଦିଗରେ ନୂଆ ଦିଗ୍‌ଦର୍ଶନ ଦେଇଛି। ରବି ନ୍ୟୁରୋଡିଜେନେରେଟିଭ୍‌ ରୋଗ ବିଶେଷଜ୍ଞ ଭାବେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛନ୍ତି। ରେମଣ୍ଡ୍‌ଙ୍କ ସହ ମିଶି ରବି ବିକଶିତ କରିଥିବା ଓ୍ବେବ୍‌ସାଇଟ୍‌ ଜରିଆରେ ସ୍ବେଚ୍ଛାକୃତ କାର୍ଯ୍ୟ ଜାରି ରହିଛି। ନିକଟରେ ଘୋଷଣା କରାଯାଇଥିବା ସମ୍ମାନ ଓ ପୁରସ୍କାର ପାଇବାରେ ବ୍ୟକ୍ତିବିଶେଷ, ସଙ୍ଗଠନ, ମିଳିତ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ।
ସାଧାରଣତଃ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ସର୍ବନିମ୍ନ ଆବଶ୍ୟକତା ଭାବେ ବ୍ୟକ୍ତିଗତ ସୁରକ୍ଷା ଯନ୍ତ୍ରପାତି ବା ପିପିଇ ଦିଆଯାଉ ନ ଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଉଛି। ସ୍ଥଳବିଶେଷରେ ଅନେକ ସ୍ବାସ୍ଥ୍ୟ କର୍ମୀ କୋଭିଡ୍‌-୧୯ରେ ପଡ଼ି ପ୍ରାଣ ହରାଉଛନ୍ତି। ସେମାନଙ୍କ ଦୁର୍ଦ୍ଦଶା ରବିଙ୍କୁ ବ୍ୟଥିତ କରିବା ପରେ ସେ ରେମଣ୍ଡଙ୍କ ସହ ମିଶି ନେଇଥିବା ନୂଆ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଯାଇଛି। ଯେତେବେଳେ ଅନେକ ଡାକ୍ତର ନିଜର ସ୍ବାର୍ଥ ହାସଲ ଲାଗି ଅର୍ଥକୁ ସବୁକିଛି ଧରି ନେଇ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାରେ ବୁଡ଼ିରହୁଛନ୍ତି, ସେଭଳି ସ୍ଥଳେ ରବିଙ୍କ ଅଭିନବ ଚିନ୍ତାଧାରା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ ଭାବେ ଗଢ଼ି ତୋଳିଛି। ଏକାଡେମୀ ପୁରସ୍କାର କମିଟି ଅଧ୍ୟକ୍ଷ ପ୍ରଫେସର ରାଫାଏଲା ଓକୋନି କହିଛନ୍ତି ଯେ, ଅଭିନବତ୍ୱ ଆଣିବା ଦିଗରେ ରବିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ ପାଲଟିପାରିଛି। ବିଶେଷକରି କରୋନା ମହାମାରୀ ସମୟରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନି ଏକାଡେମୀ ସେମାନଙ୍କୁ ପୁରସ୍କୃତ କରିବା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଓକୋନି କହିବା ପରେ ରବିଙ୍କ ବ୍ୟକ୍ତିତ୍ୱ ଆହୁରି ଉଜ୍ଜ୍ୱଳ ହୋଇଛି।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଅବକ୍ଷୟମୁଖୀ ଜାତୀୟ ଚରିତ୍ର

ଯଦି ଆମେ ଜାତୀୟ ଚରିତ୍ର ଉପରେ ଆଲୋକପାତ କରିବା ତେବେ ଆମର ଦୃଶ୍ୟପଟରେ ସ୍ବାଧୀନତା ପୂର୍ବର ସ୍ବାଧୀନତା ସଂଗ୍ରାମୀଙ୍କ ଚରିତ୍ର, ମୌଳିକ ଆଦର୍ଶ, ତ୍ୟାଗ, ତିତିକ୍ଷା,...

୨୦୨୫-ସଂସ୍କାରର ବର୍ଷ

ଭାରତ ବିଶ୍ୱ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ଲୋକଙ୍କର ଅଭିନବ ଚିନ୍ତାଧାରା କାରଣରୁ ଏହା ସମ୍ଭବ ହୋଇପାରିଛି। ଆଜି ଦୁନିଆ ଭାରତକୁ ଆଶା ଓ...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri