‘ସମଲିଙ୍ଗୀଙ୍କୁ ଏକାଠି ରହିବାକୁ ସମାଜ ସୁଯୋଗ ଦେଉ’

କଟକ ଅଫିସ,୨୭ା୮: ସାମ୍ପ୍ରତିକ ସାମାଜିକ ମୂଲ୍ୟବୋଧ ଓ ବ୍ୟବସ୍ଥାର ପ୍ରତିଫଳନ ହେଉଛି ଆଇନ। ସମୟ ଅନୁସାରେ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥାଏ। ସମଲିଙ୍ଗୀ ସମ୍ପର୍କ, ବ୍ୟକ୍ତିଗତ ସ୍ବାଧୀନତା ଅଧିକାର ଆଇନତଃ ସୁରକ୍ଷିତ। କଥାରେ ଅଛି ପ୍ରେମ ମାନେନା ବାଧା ବନ୍ଧନ। ତେଣୁ ସମସ୍ତ ବାଧା ବନ୍ଧନକୁ ଡେଇଁ ଲିଭ୍‌ ଇନ୍‌ ରିଲେଶନଶିପରେ ରହିବାକୁ ଚାହୁଁଥିବା ସମଲିଙ୍ଗୀଙ୍କୁ ଏକାଠି ରହିବାର ଅଧିକାରକୁ ସମାଜ ସୁଯୋଗ ଦେବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ସମଲିଙ୍ଗୀ ସାଥୀଙ୍କୁ ଉଦ୍ଧାର ପାଇଁ ରୁଜୁ ହୋଇଥିବା ହେବିୟସ୍‌ କର୍ପସ ମାମଲାର ବିଚାର କରି ସୋମବାର ଜଷ୍ଟିସ ଏସ୍‌.କେ. ମିଶ୍ର ଏବଂ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମ୍‌କୋର୍ଟଙ୍କ ବିଭିନ୍ନ ରାୟକୁ ଜର୍ତମା ପରେ ଆବେଦନକାରିଣୀଙ୍କ ସାଥୀଙ୍କୁ ପରିବାରଠାରୁ ମୁକ୍ତ କରିବା ସହ ତାଙ୍କୁ ଉପଯୁକ୍ତ ସୁରକ୍ଷା ଯୋଗାଇଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛିନ୍ତି। ଜଣଙ୍କ ଲିଙ୍ଗଗତ ପରିଚୟ ତାଙ୍କ ସମ୍ମାନର ମୌଳିକ ଅଧିକାର ସଦୃଶ। ବ୍ୟକ୍ତିଗତ ସ୍ବାଧୀନତା ଅନ୍ୟ କାହାଦ୍ୱାରା କ୍ଷୁଣ୍ଣ ହେବା ଅନୁଚିତ, ଏପରି କି ସମସ୍ତେ ନିଜ ଇଚ୍ଛାରେ ଜୀବନଯାପନ କରିବାର ନିଷ୍ପତ୍ତି ନିଜେ ନେବା ଅଧିକାର ରହିଛି। ଏଥିରେ କେହି ହସ୍ତକ୍ଷେପ କରିବା ଆବଶ୍ୟକ ନୁହେଁ ବୋଲି ଜଷ୍ଟିସ୍‌ ମିଶ୍ର କହିଛନ୍ତି। ଏହି କଥାକୁ ବିଚାରପତି ରଥ ସମ୍ମତି ଜଣାଇବା ସହ ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବା ଜଣେ ବ୍ୟକ୍ତିର ନିଜସ୍ବ ନିଷ୍ପତ୍ତି ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୧ରୁ ଆବେଦନକାରିଣୀ ଯୁବତୀଙ୍କ ସହ ଯାଜପୁର ଜିଲା ବରୀ ଅଞ୍ଚଳର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଦୀର୍ଘଦିନ ଧରି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ଏକାଠି ରହୁଥିଲେ। ପରେ ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌ରେ ରହିବା ପାଇଁ ୨୦୨୦ ମାର୍ଚ୍ଚ ୧୭ରେ ସେମାନେ ଭୁବନେଶ୍ୱର କାର୍ଯ୍ୟକାରୀ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ସତ୍ୟପାଠ ଦାଖଲ କରିଥିଲେ। ଏକଥା ଜାଣିବା ପରେ ବରୀ ଯୁବତୀଙ୍କ ମା’ ଓ ମାମୁ ବଳପୂର୍ବକ ତାଙ୍କୁ ଉଠାଇନେଇ ଆଉ ଜଣଙ୍କ ସହ ବିବାହ କରିବାକୁ ବାଧ୍ୟ କରିଥିଲେ। ଯାହାଫଳରେ ଆବେଦନକାରିଣୀ ଯୁବତୀ ଖଣ୍ଡଗିରି ଓ ବରୀ ଥାନାରେ ଏତଲା ଦେଇଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଆବେଦନକାରିଣୀ ଜୁଲାଇ ୩ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକୁ ଗ୍ରହଣ କରି ଅଦାଲତ ବରୀର ଯୁବତୀଙ୍କୁ ଭିଡିଓ କନ୍‌ଫରେନ୍ସ ଜରିଆରେ କୋର୍ଟରେ ହାଜର କରିବାକୁ ଯାଜପୁର ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ସମ୍ପୃକ୍ତା ଯୁବତୀଙ୍କୁ ଗତ ୧୭ତାରିଖରେ ଅଦାଲତଙ୍କ ନିକଟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ହାଜର କରାଯାଇ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ସେଥିରେ ବରୀର ଯୁବତୀ ଜଣକ ତାଙ୍କ ସମଲିଙ୍ଗୀ ସାଥୀଙ୍କ ସହ ରହିବାକୁ ଚାହିଁଥିଲେ। ଉଭୟେ ସାବାଳିକା ହୋଇଥିବାରୁ ଆବେଦନକାରିଣୀ ଏବଂ ତାଙ୍କ ସମଲିଙ୍ଗୀ ସାଥୀ ଏକାଠି ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିପାରିବେ, ଏଥିରେ ପରିବାର ଲୋକ ସହଯୋଗ କରିବା ଆବଶ୍ୟକ ବୋଲି ଖଣ୍ଡପୀଠ ରାୟରେ ପ୍ରକାଶ କରିବା ସହ ସେମାନଙ୍କୁ ଆଇନଗତ ସୁରକ୍ଷା ପ୍ରଦାନ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri