ମୋରାଟୋରିୟମ ମାମଲାରେ କେନ୍ଦ୍ରକୁ ଭର୍ତ୍ସନା; ସପ୍ତାହେ ମଧ୍ୟରେ ପକ୍ଷ ରଖିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୭।୮: କରୋନା ମହାମାରୀ ଯୋଗୁ ଲୋକମାନେ ସାମ୍ନା କରୁଥିବା ବିଭିନ୍ନ ଆର୍ଥତ୍କ ସମସ୍ୟାରୁ ଆଶ୍ୱସ୍ତି ଦେବାକୁ ରିଜର୍ଭ ବ୍ୟାଙ୍କ ଋଣ କିସ୍ତି ପ୍ରଦାନ ଉପରେ ମୋରାଟୋରିୟମ ସୁବିଧା ବା ଆଶ୍ୱସ୍ତି ଦେଇଥିଲେ। ହେଲେ ଏହି ମୋରାଟୋରିୟମ ଏହାର ପ୍ରକୃତ ଉଦ୍ଦେଶ୍ୟ ପୂରଣ କରିବାକୁ ସକ୍ଷମ ହୋଇ ନ ଥିବା ନଜରକୁ ଆସିଛି। ଲୋକମାନେ ଏହାଦ୍ୱାରା ଲାଭ ପାଉ ନ ଥିବାରୁ ଏହାକୁ ନେଇ ସୁପ୍ରିମକୋର୍ଟରେ ଆଗ୍ରା ନିବାସୀ ଗଜେନ୍ଦ୍ର ଶର୍ମା ଆବେଦନ କରିଥିଲେ। ଏଭଳି ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବୁଧବାର ଭର୍ତ୍ସନା କରିଛନ୍ତି। ମୋରାଟୋରିୟମ ଅବଧି ମଧ୍ୟରେ ସୁଧଛାଡ଼ ପ୍ରସଙ୍ଗ ଉପରେ ନ୍ୟାୟାଳୟ ଚିନ୍ତା ପ୍ରକଟ କରିଛନ୍ତି। ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ଗୋଟିଏ ସପ୍ତାହ ମଧ୍ୟରେ ନିଜର ପକ୍ଷ ରଖୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବରେ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ଲାଗୁ ହେଉଥିବା ସୁଧ ଉପରେ ସୁଧ ଭଳି ପ୍ରସଙ୍ଗକୁ ନେଇ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଖଣ୍ଡପୀଠ କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଆଇନରେ କେନ୍ଦ୍ର ନିକଟରେ ପର୍ଯ୍ୟାପ୍ତ କ୍ଷମତା ରହିଛି। ମାତ୍ର କେନ୍ଦ୍ର କାହିଁକି ଆର୍‌ବିଆଇ ପଛରେ ରହିବା ଭଳି କାମ କରୁଛି। ଗୋଟିଏ ସପ୍ତାହ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ସ୍ଥିତି ସ୍ପଷ୍ଟ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଥିବା ମେହେଟା ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଆର୍‌.ସୁବାସ ରେଡ୍ଡୀ ଏବଂ ଜଷ୍ଟିସ ଏମ୍‌.ଆର୍‌.ଶାହା ରହିଛନ୍ତି। ସୁଧ ଉପରେ ଅତିରିକ୍ତ ସୁଧ ଲାଗୁ ପ୍ରସଙ୍ଗରେ ସୁପ୍ରିମକୋର୍ଟ ପ୍ରଶ୍ନ କରିବାକୁ ସଲିସିଟର ଜେନେରାଲ ଯୁକ୍ତିରେ କହିଛନ୍ତି, ସବୁ ସମସ୍ୟାର ଏକ ସାଧାରଣ ସମାଧାନ କରାଯାଇପାରିବ ନାହିଁ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ମାମଲା ଲଢ଼ୁଛନ୍ତି। ମୋରାଟୋରିୟମ ଅବଧି ଅଗଷ୍ଟ ୩୧ରେ ଶେଷ ହେଉଥିବାରୁ ଏହାକୁ ବଢ଼ାଇବା ଲାଗି ସେ ନିବେଦନ କରିଛନ୍ତି। ସେପ୍ଟେମ୍ବର ୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
କୋଭିଡ୍‌ ଯୋଗୁ ଋଣ କିସ୍ତି ପ୍ରଦାନ କ୍ଷେତ୍ରରେ ମୋରାଟୋରିୟମ ସୁବିଧା କରାଯାଇଥିବା ବେଳେ ସୁଧ ଉପରେ ସୁଧ କାହିଁକି ଚାର୍ଜ କରାଯିବ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ସମ୍ବିଧାନରେ ପ୍ରଦତ୍ତ ଧାରା ୨୧ ଜୀବନ ଧାରଣର ଅଧିକାର ବିପନ୍ନ ହେଉଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଏଭଳି ଆବେଦନ କରାଯାଇଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ନ ଚାର୍ଜ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଏବଂ ରିଜର୍ଭ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ ରହିଛି। ଏହି ପ୍ରସଙ୍ଗରେ ଜୁନ୍‌ ୪ରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ପକ୍ଷ ଲୋଡ଼ାଯାଇଥିଲା। ସୁଧ ଛାଡ଼ ହେଲେ ଏହା ବ୍ୟାଙ୍କଗୁଡିକର ଆର୍ଥତ୍କ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆର୍‌ବିଆଇ ପୂର୍ବରୁ କହିସାରିଛି। ମୋରାଟୋରିୟମ ଅବଧିରେ ଋଣ କିସ୍ତି ଉପରେ ସୁଧ ଲାଗୁ ନ କରିବା ଏବଂ ସୁଧ ଉପରେ ସୁଧ ଲାଗୁ ଭଳି ପ୍ରସଙ୍ଗ ଉପରେ ବିଚାର କରିବା ଆବଶ୍ୟକତା ରହିଛି। ଏଭଳି ଚ୍ୟାଲେଞ୍ଜିଂ ସମୟରେ ମୋରାଟୋରିୟମ ସୁବିଧା ଦେଇ ସୁଧ ଉପରେ ସୁଧ ଲାଗୁ କରିବା ପ୍ରସଙ୍ଗ ଅତ୍ୟନ୍ତ ଚିନ୍ତାଜନକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri