Posted inଫୁରସତ

ସୂକ୍ଷ୍ମ କଳାର ନିଦର୍ଶନ

ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟ ଭଦୋଦରାର ଜଣେ ଆର୍ଟ ଅଧ୍ୟାପକ ପ୍ରଜେଶ ଶାହ। ଏକ ଛୋଟ ଶଙ୍ଖ ମଲମଲ ପଥର ଏବଂ ଏକ ଚକ୍‌ଖଡ଼ି ଉପରେ ସେ ସୁନ୍ଦରଭାବରେ ତିଆରି କରିଛନ୍ତି ଗଣେଶଙ୍କ ଚିତ୍ର।
ଶଙ୍ଖ ମଲମଲ ପଥର ଏବଂ ଚକ୍‌ଖଡ଼ି ଉପରେ ପ୍ରଜେଶ ଏତେ ସୁନ୍ଦରଭାବରେ ଗଣେଶଙ୍କର ଚିତ୍ର ଆଙ୍କିଛନ୍ତି ଯାହା ସମସ୍ତଙ୍କ ପାଇଁ ଆକର୍ଷଣୀୟ ହୋଇପାରିଛି। ସେ ଏଭଳିଭାବରେ ଚିତ୍ର ଆଙ୍କିଛନ୍ତି ଦେଖିଲେ ମନେହେବ ଯେପରି କମ୍ପ୍ୟୁଟରରେ ପ୍ରିଣ୍ଟ କରାଯାଇଛି। ସେଥିପାଇଁ ଏବେ ଲୋକେ ଏଭଳି କଳା ଦେଖି ଉତ୍ସାହିତ ହୋଇଛନ୍ତି। ପ୍ରଜେଶ କହନ୍ତି କି ଲକ୍‌ଡାଉନ୍‌ ସମୟରେ ଲୋକେ ଗଣେଶ ପୂଜାକୁ ଧୁମଧାମ୍‌ରେ କରିପାରିଲେ ନାହଁ। ଅନେକେ ମଧ୍ୟ ଭଗବାନ ଗଣେଶଙ୍କୁ ପୂଜା ପେଣ୍ଡାଲଗୁଡ଼ିକରେ ଦର୍ଶନ କରି ନ ପାରି ଦୁଃଖ ପ୍ରକାଶ କରିଥିଲେ। ତେଣୁ ସେ ଏଭଳି ଏକ ଜିନିଷରେ ଗଣେଶଙ୍କ ଚିତ୍ର ଆଙ୍କି ସମସ୍ତଙ୍କ ପାଖରେ ସହଜରେ ପହଞ୍ଚିପାରିବେ ବୋଲି କହିଛନ୍ତି। ପ୍ରଜେଶଙ୍କର ଏଭଳି କଳାପାଇଁ ତାଙ୍କୁ ବିଭିନ୍ନ ଅଞ୍ଚଳର କଳାକାରମାନେ ଢେର୍‌ ପ୍ରଶଂସା କରିଛନ୍ତି। ଏହା ସହିତ ତାଙ୍କର ଏଭଳି ସୂକ୍ଷ୍ମ କାରିଗରି ପାଇଁ ବିଭିନ୍ନ ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri