ଉତ୍ତର ମିଳିଯିବ

ଆକାର ପଟେଲ

ଜଣେ କଳାକାରଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ କରିବା ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୫ଟି ଟିମ୍‌ ନିଯୁକ୍ତ କରିଛି। ମୁଁ ଜାଣିନାହିଁ ସିବିଆଇ କାହିଁକି ଏହା ଉପରେ ତଦନ୍ତ କରୁଛି, ମୁଁ  ବି ବୁଝିପାରୁ ନାହିଁ କାହିଁକି ଏହି ଘଟଣାରେ ଲୋକମାନେ ଏତେ ଆଗ୍ରହ ପ୍ରକାଶ କରୁଛନ୍ତି। । ବିହାର ନିର୍ବାଚନକୁ ଭିତ୍ତିିକରି କିଛି ରାଜନୈତିକ ସମ୍ପର୍କ ଥିବା ଯୋଗୁ ଏହା କରାଯାଉଛି ବୋଲି ମୋତେ କୁହାଯାଉଛି। ଯଦି ତାହା ହୁଏ, ତେବେ ଏହା କ’ଣ ପାଇଁ କରାଯାଉଛି ତାହା ବି ମୁଁ ବୁଝିପାରୁନାହିଁ। ଚାଣକ୍ୟ ଓ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସମୟରୁ ଭାରତରେ ବିହାର ଏକ ପୁରୁଣା ରାଜନୈତିକ କ୍ଷେତ୍ର ଭାବେ ରହିଆସିଛି। ଏଭଳି ଘଟଣାକୁ ବିଶ୍ୱାସକୁ ନେଇ ବିହାରୀମାନେ କ’ଣ ଏତେ ସହଜରେ ଭୋଟ ଦେବାକୁ ଚାହଁୁଛନ୍ତି? ସମ୍ଭବତଃ ସେମାନେ ଏଭଳି ମାନସିକତାରେ ଅଛନ୍ତି ଏବଂ ଯଦି ବି ଏହା ସତ ହୋଇଥାଏ ତେବେ ମୁଁ ନିରାଶ ହେବି। ବିଶ୍ୱରେ ବିହାର ଏକ ଦରିଦ୍ର ରାଜ୍ୟ। ବିହାରରେ ଦୁଇଟି ଦଳ ଯେଉଁମାନେ ପ୍ରତ୍ୟେକ ଏକ ଦଶନ୍ଧି ଧରି ଶାସନ କରିଆସିଛନ୍ତି। ବଲିଉଡର ଘଟଣାକୁ କେନ୍ଦ୍ର କରି ସେମାନଙ୍କୁ ଭୋଟ ଦେବେ କି ନାହିଁ ତାହା କ’ଣ ଭୋଟରମାନେ ସ୍ଥିର କରିବେ? ଯଦି ହୁଏ, ତାହା ଏକ ଅଦ୍ଭୁତ ଘଟଣା ହେବ। ଏହି କାହାଣୀକୁ ଆଗକୁ ନେବା ପାଇଁ ଅନ୍ୟ ଦୁଇଟି ସମ୍ଭାବ୍ୟ କାରଣ ବି ସାମ୍‌ନାକୁ ଆସିଛି। ପ୍ରଥମରେ- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ଏଥିରେ ଟାର୍ଗେଟ କରାଯାଇଛି। ଦ୍ୱିତୀୟରେ-ସେହି ଏକାପ୍ରକାରେ ବଲିଉଡର ମୁସଲମାନ କଳାକାରଙ୍କୁ ଟାର୍ଗେଟ ବି କରାଯାଇଛି। ଆମ ସମୟରେ ଏହା ମୋତେ ଅଧିକ ଯଥାର୍ଥ ମନେହେଉଛି। କାରଣ ଏ ସରକାର ମୁସଲମାନଙ୍କ ଶତ୍ରୁ ହୋଇଯାଇଛି । କେବଳ ଉକ୍ତ ଘଟଣା ନୁହେଁ ସବୁଥିରେ ସେମାନଙ୍କୁ ଆକ୍ରମଣ କରିବାକୁ ମିଛର ଆଶ୍ରୟ ନେବ ବୋଲି ମନେହେଉଛି।
ଭୋଟରଙ୍କ ସ୍ବାର୍ଥ କଥାକୁ ଫେରିବା। ଏହି ସପ୍ତାହରେ ମୋ ବନ୍ଧୁ ଶେଖର ଗୁପ୍ତା ଲେଖିଥିଲେ ଯେ, ଯଦି ପ୍ରଧାନମନ୍ତ୍ରୀ ତାଙ୍କ ନିଜର କ୍ଷତି ନ କରନ୍ତି ତେବେ ୨୦୨୪ରେ ପୁଣି କ୍ଷମତାକୁ ଫେରିବାର ସମ୍ଭାବନା ରହିଛି। ଗୁପ୍ତାଙ୍କ ଯୁକ୍ତିକୁ ମୁଁ ଯେତେଦୂର ବୁଝିଛି ତାହା ହେଉଛି ଭୋଟରଙ୍କୁ ଯେଉଁ କ୍ଷତି ବା ପୀଡା ପହଞ୍ଚାଯାଇଛି ତାହା ପ୍ରାସଙ୍ଗିକ ନୁହେଁ। କାରଣ ଅର୍ଥବ୍ୟବସ୍ଥା ଭୁଶୁଡିବା, ବେରୋଜଗାରୀ ସୀମା ଟପିବା, ଆମ ଜାଗାକୁ ଚାଇନା ଅକ୍ତିଆର କରିବା ଏବଂ କୋଭିଡ୍‌ ମାହାମାରୀକୁ ରୋକିବାରେ ଏହି ସରକାରଙ୍କ ଅକ୍ଷମତା ପ୍ରତି ଭୋଟର ଚିନ୍ତିତ ନୁହନ୍ତି। ଗୁପ୍ତା ଏହି ସିଦ୍ଧାନ୍ତରେ କେମିତି ପହଞ୍ଚତ୍ଲେ ତାହା ସମ୍ପୂର୍ଣ୍ଣ ବ୍ୟାଖ୍ୟା କରି ନ ଥିଲେ। କିନ୍ତୁ ଏତିକି କହିଥିଲେ ଯେ,ପୂର୍ବରୁ ଅନୁଧ୍ୟାନ କରିବାରେ ଭଲ ରେକର୍ଡ ଥିବା ଏକ ସର୍ଭେ ମୋଦିଙ୍କୁ ଜନପ୍ରିୟତାର ଶୀର୍ଷରେ ରହିଥିବା ଦର୍ଶାଇଥିଲା। ପୁନଶ୍ଚ ଏମିତି ହୋଇଥିବା ତ ମୁଁ ଜାଣିନି, କିନ୍ତୁ ଯଦି ବି ଏହା ହୋଇଥାଏ ତେବେ ଏହା ଖୁସିର କଥା ହୋଇପାରେ। ମୋଦିଙ୍କ ନିଜ ତଥ୍ୟ ଅନୁସାରେ ଜାନୁୟାରୀ ୨୦୧୮ରୁ ଲଗାତର ୯ଟି ତ୍ରୈମାସିକରେ ମୋଟ୍‌ ଘରୋଇ ଉପତ୍ାଦ( ଜିଡିପି) ହ୍ରାସ ପାଇ ଆସୁଛି। ପୁନଶ୍ଚ ସରକାରଙ୍କ ପ୍ରଦତ୍ତ ତଥ୍ୟ ମୁତାବକ ବେରୋଜଗାରୀ ସବୁଠୁ ଅଧିକ ହୋଇଛି ଯାହା କେବେ ବି ଭାରତରେ ରେକର୍ଡ କରାଯାଇନାହିଁ। ଅନ୍ୟପକ୍ଷରେ ଚାଇନା ଭାରତ ସୀମା ମଧ୍ୟକୁ ପ୍ରବେଶ କରି ଜମି ଦଖଲ କରି ନାହିଁ ବୋଲି ମୋଦି କହୁଥିବାବେଳେ ଏହାକୁ କିଏ ବିଶ୍ୱାସ କରିବ। ମୁଁ ଭାବୁଛି ଏହା ପ୍ରଧାନମନ୍ତ୍ରୀଙ୍କ ଭ୍ରମର ଏକ ସଙ୍କେତ। ସମ୍ପ୍ରତି ଚାଇନାକୁ ଆମ ମାଟିରୁ ପଛକୁ ହଟାଇବା ପାଇଁ ଚେଷ୍ଟା କରୁଛୁ ଏବଂ ସେମାନଙ୍କ ସହ ଆମ ସେନା ଅଧିକାରୀମାନେ ଅଧା ଡଜନ ବୈଠକ ବି କରିସାରିଲେଣି। ସମ୍ଭବତଃ ଏହି ସବୁ ବୈଠକ କରାଯିବାର କାରଣ ହେଉଛି ମୋଦି ଯାହା କହୁଛନ୍ତି ବା ବିଶ୍ୱାସ କରୁଛନ୍ତି ତାହା ସତ୍ୟ ନୁହେଁ। ଯଦି ସେମାନେ ଆମ ଜାଗା ଦଖଲ କରିନାହାନ୍ତି ତେବେ ସେମାନଙ୍କ ସହ ବୁଝାମଣା କରିବାର କୌଣସି କାରଣ ନାହିଁ।
କୋଭିଡ୍‌ ସମ୍ପର୍କରେ ତଥ୍ୟ ସ୍ପଷ୍ଟ । ମୋଟ୍‌ ସଂକ୍ରମଣରେ ଆମେ ବିଶ୍ୱରେ ତୃତୀୟ। ଦୈନିକ ସଂକ୍ରମଣରେ ଆମେ ନମ୍ବର ଓ୍ବାନ୍‌ ଏବଂ ଶେଷରେ ସଂକ୍ରମିତଙ୍କ ସଂଖ୍ୟାରେ ଆମେ ବିଶ୍ୱରେ ସବୁଠୁ ବେଶି ରହିବାର ବି ସମ୍ଭାବନା ରହିଛି। ଗୋଟିଏ ସରକାର କିମ୍ବା ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କର ଏହା କେବେ ବି ସଫଳତା ନୁହେଁ। ଅନ୍ୟ ରାଷ୍ଟ୍ରରେ ଏହା ରାଜନୈତିକ ବିପର୍ଯ୍ୟୟର ସଙ୍କେତ ହୋଇପାରେ। ଏହା କ’ଣ ସେହି ଘଟଣା ଯାହା ଆମ ସମସ୍ତଙ୍କର କିମ୍ବା ଅଧିକାଂଶ ଭାରତୀୟଙ୍କର ବାସ୍ତବ ଜୀବନ ସହ ରାଜନୈତିକ ସମ୍ବନ୍ଧତାର ସମ୍ପର୍କ ନ ଥିବାକୁ ସୂଚାଉଛି? ଫେସ୍‌ବୁକ ଲାଇକ୍‌ କିମ୍ବା ଟୁଇଟର ଫରଓ୍ବାର୍ଡ କରିବା ଭଳି କ’ଣ ଆମ ଭୋଟ୍‌ ଦେବା ଧାରା ହୋଇପାରେ ? ଗୋଟିଏ ଦଳର ସଫଳତାରେ ନୁହେଁ ବରଂ ତା’ ଛବିକୁ ନେଇ ଭୋଟ ଦେବା ଓ ସମର୍ଥନ କରିବା କ’ଣ ଆମ ରାଜନୈତିକ କାର୍ଯ୍ୟକଳାପ? ନିଶ୍ଚିତ ଭାବେ ଏହା ସତ ନୁହେଁ। ହୁଏତ ଏହା ଅନେକଙ୍କ ପାଇଁ ସତ ହୋଇପାରେ, କିନ୍ତୁ ସମସ୍ତଙ୍କ ପାଇଁ ନୁହେଁ। ଅବଶ୍ୟ ମୋ ପାଇଁ ଏହା କେବେ ବି ନୁହେଁ। କିନ୍ତୁ କେତେ ଜଣ ଲୋକ ଏଭଳି ଭାବୁଛନ୍ତି? ଯଦି ଅନେକେ ଏଭଳି ଭାବୁ ଥାଆନ୍ତେ, ତେବେ ମୋ ଜାଣିବାରେ ଏକ ଭୟଙ୍କର ଦୁର୍ଦ୍ଦିନରେ ଜଣେ ବଲିଉଡ କଳାକାରଙ୍କ ମୃତ୍ୟୁରେ ଆମେ ଯେମିତି ଏକ ସର୍କସ କରୁଛେ ସେମିତି କରୁ ନ ଥାନ୍ତେ। ଏହା ଅତ୍ୟନ୍ତ ନିନ୍ଦନୀୟ ଯାହା ମୋର ମନେରହିବ। କିନ୍ତୁ ମୁଁ ଯୁବକ ନୁହେଁ। ଏକ ସମୟ ଆସିବ ଯେତେବେଳେ ଏଭଳି ଏକ ଅର୍ଥନୈତିକ ଅବ୍ୟବସ୍ଥା,ବେରାଜଗାରୀ, ଏକ ଜାତୀୟ ମହାମାରୀ,ଗୃହଶତ୍ରୁମାନଙ୍କ ମଧ୍ୟରେ ଥିବା ହୀନ ସ୍ବାର୍ଥ ଏବଂ ବଲିଉଡ୍‌ ଓ ମନ୍ଦିର ଉପରେ ଗୁରୁତ୍ୱ ଦେବା ଘଟଣା ମୋ ଜୀବନରେ ହୁଏତ ସ୍ମରଣ କରି ନ ପାରେ। ନାଗରିକ, ବ୍ୟକ୍ତି ଓ ଭୋଟରମାନଙ୍କ ମଧ୍ୟରୁ ଆମେମାନେ ବାସ୍ତବରେ କିଏ? ଏହା ଜଣିବା ଓ ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏବକାର ଯୁବପିଢି କିମ୍ବା ଆଗାମୀ ପିଢି ସେମାନଙ୍କ ରାଜନୀତି ସମ୍ପର୍କରେ ଏତେ ଉଦାସୀନ ହେବେ ବୋଲି ମୁଁ ଭାବୁନାହିଁ। ସାମ୍ପ୍ରତିକ ସମୟରେ ଦେଶର ସୁରକ୍ଷା, ସ୍ବାସ୍ଥ୍ୟ, ରୋଜଗାର , ସେମାନଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଉ ନ ଥିତ୍ବା ଯୁବପିଢି ଯତ୍ନଶୀଳ ହେବେ ନା ବଲିଉଡକୁ ନେଇ ବେଶି ଆଗ୍ରହ ପ୍ରକାଶ କରିବେ ତାହା ହିଁ ପ୍ରଶ୍ନ। ମୋ ପାଖରେ ଏହାର ଉତ୍ତର ନାହିଁ। ହେଲେ ଏହାର ଏକ ଉତ୍ତର ଅଛି ଯାହା ଖୁବ୍‌ ଶୀଘ୍ର ଆମକୁ ମିଳିଯିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

ଜୀବନ୍ତ ଗ୍ରହର ଜୀବନ ରହସ୍ୟ

ପୃଥିବୀକୁ ମିଶେଇ ଆଠଟା ଗ୍ରହ, ପ୍ଲୁଟୋକୁ ମିଶେଇ ୫ଟା ବାମନଗ୍ରହ, ଚନ୍ଦ୍ରକୁ ମିଶେଇ ଶହ ଶହ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅଗଣିତ ଛୋଟବଡ଼ ପିଣ୍ଡ ଏବଂ ବିଶାଳକାୟ...

ଶିଶୁ ଅନୁକୂଳ ପାଠାଗାର

ଜାତୀୟ ଶିକ୍ଷାନୀତିି ୨୦୨୦ରେ ଏବଂ ଜାତୀୟ ପାଠ୍ୟ ଖସଡ଼ା ୨୦୨୨ରେ ପ୍ରାକ୍‌-ପ୍ରାଥମିକ ଶିକ୍ଷାରେ ଇମରଜେଣ୍ଟ ଲିଟେରାସି ବା ଅଙ୍କୁରିତ ସାକ୍ଷରତା, ଇମରଜେଣ୍ଟ ରିଡିଂ ବା ଅଙ୍କୁରିତ...

ନେହେରୁ ନୁହେଁ, ଭବିଷ୍ୟତକୁ ଦେଖ

‘ବନ୍ଦେ ମାତରମ୍‌’ ଭାରତର ଜାତୀୟ ଗୀତ ଭାବେ ଜଣାଶୁଣା। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ଏହା ରଚିତ ହୋଇଥିଲା। ୧୮୭୫ ନଭେମ୍ବର ୭ରେ ପ୍ରଥମେ ‘ବଙ୍ଗଦର୍ଶନ’...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri