କରୋନା ବଦଳାଇଛି ପେସା, ପରିଚୟ

ବଅଁରପାଳ,୨୧ା୮(ଡି.ଏନ.ଏ.)

ସାଧାରଣତଃ ଚୈତ୍ର ମାସରେ ଦଣ୍ଡଯାତ୍ରା ଅନୁଷ୍ଠିତ ହୋଇଥାଏ। ଶିବଙ୍କ ଉପାସନା ପୂର୍ବକ ଦଣ୍ଡୁଆମାନେ ବ୍ରତ ପାଳନ କରିବା ସହ ଧୂଳିଦଣ୍ଡ, ପାଣିଦଣ୍ଡ ପ୍ରଦର୍ଶନ କରିଥାନ୍ତି। ରାତିରେ ମାନସିକଧାରୀଙ୍କ ଘରେ ଦଣ୍ଡନୃତ୍ୟ ପରିବେଷଣ ହୋଇଥାଏ। ମାତ୍ର ବାଦଦଣ୍ଡ କଥା ଭିନ୍ନ। ଏହା ବର୍ଷର ବଭିନ୍ନ ପର୍ବପର୍ବାଣି ଏବଂ ଯାନିଯାତ୍ରା ବେଳେ ଆୟୋଜନ କରାଯାଇଥାଏ। ବିଶେଷକରି ଦୋଳଯାତ୍ରା, ଶନିଶ୍ଚର ମେଳା, ଶିବରାତ୍ରି, ଶୀତଳଷଷ୍ଠୀ, ଗଣେଶପୂଜା, ବିଶକର୍ମାପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଆଦିରେ ଏହା ଅନୁଷ୍ଠିତ ହୋଇଥାଏ। ଏଥିରେ ୨ଟି ଦଣ୍ଡନୃତ୍ୟ ଦଳ ସାମିଲ ହୋଇ ଶିବ-ପାର୍ବତୀ, ଶବର-ଶବରୁଣୀ, ଯୋଗୀ-ଯୋଗୀଆଣୀ, ପତ୍ରସଉରା-ସୌରାଣୀ, କେଳା-କେଳୁଣୀ ଆଦି ବେଶ୍‌ରେ କଳା ପରିବେଷଣ କରି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥାନ୍ତି। ଢେଙ୍କାନାଳ ଅନୁଗୋଳ ଜିଲାରେ ଏହି ବାଦଦଣ୍ଡର ବେଶ୍‌ ଆଦର ରହିଛି। ପ୍ରାୟ ୫ ହଜାର କଳାକାର ବିଭିନ୍ନ ପାର୍ଟି ସହ ଜଡିତ ରହି ବର୍ଷତମାମ ଅଭିନୟ କରିଥାନ୍ତି। ରାତିକ ପାଇଁ ଜଣେ ସାଧାରଣ କଳାକାର ୨ରୁ ୩ ହଜାର ଟଙ୍କା ନେଉଥିବା ବେଳେ ପ୍ରତିଷ୍ଠିତ କଳାକାରଙ୍କ କ୍ଷେତ୍ରରେ ପାଉଣା ୧୦ ହଜାରରୁ ମଧ୍ୟ ଅଧିକ ରହିଥାଏ। ଅନେକେ ସେମାନଙ୍କ ପାର୍ଟିସହ ବାର୍ଷିକ ଚୁକ୍ତି ହିସାବରେ ଅର୍ଥ ନେଇଥାନ୍ତି। କିନ୍ତୁ ମହାମାରୀ କରୋନା କାରଣରୁ ଗତ ମାର୍ଚ୍ଚରୁ ଏହି ଲୋକକଳା ପରିବେଷଣ ବନ୍ଦ ରହିଛି। ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ବି ସ୍ଥିତିରେ ପରିବର୍ତ୍ତନ ଆସିନାହିଁ। ଏହି ସଂକ୍ରମଣ କେବେ ଦୂର ହେବ ସେ ନେଇ ମଧ୍ୟ ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ଉତ୍ତର ନାହିଁ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜାକଜମକରେ ପର୍ବପର୍ବାଣି ପାଳନ ଉପରେ କଟକଣା ଲଗାଯାଇଥିବାରୁ ବାଦଦଣ୍ଡ ପରିବେଷଣ ହୋଇପାରୁ ନାହିଁ। ଫଳରେ ଏହି ଲୋକକଳାକୁ ନିଶା ଓ ପେସା କରି ଚଳୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର କଳାକାରମାନେ ରୋଜଗାର ହରାଇଛନ୍ତି। ଦୀର୍ଘଦିନ ଧରି ପରିବାର ଚଳାଇବାରେ ଅସୁବିଧା ହେତୁ ବହୁ ଦଣ୍ଡ କଳାକାର ଏବେ ନିଜ ପରିଚୟ ଭୁଲି ପରିବା ବେପାର, ରାଜମିସ୍ତ୍ରି ଓ ନିର୍ମାଣ ଶ୍ରମିକ ସାଜିଛନ୍ତି।

ପରିବା ବିକୁଛନ୍ତି ପ୍ରତ୍ୟୁଷ ସାହୁ
ଗଡ଼ସନ୍ତ୍ରିର ପ୍ରତିଷ୍ଠିତ ବାଦଦଣ୍ଡ କଳାକାର ହେଲେ ପ୍ରତ୍ୟୁଷ ସାହୁ। ଦୀର୍ଘ ବର୍ଷର କ୍ୟାରିୟର ମଧ୍ୟରେ ସେ ୫ ଶହରୁ ଅଧିକ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି। ଏହା ହିଁ ଥିଲା ତାଙ୍କର ଏକମାତ୍ର ରୋଜଗାରର ମାଧ୍ୟମ। ବର୍ଷ ତମାମ ଏଥିରୁ ଭଲ ଅର୍ଥ ଆୟ କରୁଥିଲେ। ମାତ୍ର କରୋନା କଟକଣା ଯୋଗୁ ଗତ ୫ ମାସ ଧରି ସେ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବାଦଦଣ୍ଡ ବନ୍ଦ ହୋଇଯାଇଥିବାରୁ ସେ ବେରୋଜଗାର ହୋଇପଡ଼ିଥିଲେ। ପରିବାର ଚଳାଇବାର କିଛି ଉପାୟ ନ ଥିବାରୁ ବାଧ୍ୟ ହୋଇ ପେସା ବଦଳାଇ ଏବେ ପରିବା ବେପାର କରୁଥିବା କହିଛନ୍ତି।
ପାର୍ଟି ପରିଚାଳକ ଏବେ ରାଜମିସ୍ତ୍ରି
ଜଟିଆ ଦଣ୍ଡନୃତ୍ୟ ପାର୍ଟିର ପରିଚାଳକ ପ୍ରଶ୍ନ ପୃଷ୍ଟି କହିଛନ୍ତି, ତାଙ୍କ ନିକଟରେ ୫୦ କଳାକାର କାର୍ଯ୍ୟ କରୁଥିଲେ। ବର୍ଷ ବର୍ଷ ଧରି ସେମାନେ ରୋଜଗାର ସହ ପରିବାର ଚଳାଉଥିଲେ। ମାତ୍ର କରୋନା କଟକଣା ଲାଗୁ ହେବା ପରଠାରୁ ଏହି ଲୋକକଳା ବନ୍ଦ ରହିଛି। ଫଳରେ ବର୍ଷ ଯାକର କାର୍ଯ୍ୟକ୍ରମ ହାତଛଡ଼ା ହୋଇଯାଇଛି। ଆୟ ବନ୍ଦ ହୋଇଯାଇଥିବାରୁ କଳାକାରମାନେ ପେସା ବଦଳାଇଥିବା ବେଳେ ଏବେ ସେ ନିଜେ ରାଜମିସ୍ତ୍ରି କାର୍ଯ୍ୟ କରୁଛନ୍ତି।
ପରିଚୟ ଏବେ ନିର୍ମାଣ ଶ୍ରମିକ
ଦଣ୍ଡ କଳାକାର ଚିନ୍ମୟ ସାମଲ କହିଛନ୍ତି, ଗୋଟିଏ ଦିନ ଦଣ୍ଡ ନୃତ୍ୟ ପରିବେଷଣ କଲେ ୧ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରାପ୍ୟ ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ଆମେ କଳାକାର ଭାବେ ସମାଜରେ ପରିଚିତ ଥିଲୁ। କିନ୍ତୁ କରୋନାକୁ ନେଇ କଟକଣା ଲାଗୁ ହେବା ପରଠାରୁ ଆମର ସେହି ପରିଚୟ ଧୀରେ ଧୀରେ ଚାଲିଯିବାକୁ ବସିଛି। କଳା ପରିବେଷଣ ବନ୍ଦ ହୋଇଯାଇଥିବାରୁ ରୋଜଗାର ପାଇଁ ନିର୍ମାଣ ଶ୍ରମିକ ସାଜିବାକୁ ବାଧ୍ୟ ହୋଇଛି।
କଳା ଛାଡ଼ିଛନ୍ତି କଳାକାର: ସଂଘ ସଭାପତି
ଦଣ୍ଡ ସଂସ୍କୃତି ମହାସଂଘ ସଭାପତି ହରମୋହନ ସାହୁ କହିଛନ୍ତି, କରୋନା ଯୋଗୁ ଓଡ଼ିଶାର ଲୋକକଳା ଦଣ୍ଡନୃତ୍ୟର ଅବସ୍ଥା ଦୁର୍ବଳ ହୋଇଯାଇଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ପ୍ରାୟ ୫ ହଜାର ଦଣ୍ଡ କଳାକାର ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ତେଣୁ ବହୁ କଳାକାର ବାଧ୍ୟ ହୋଇ କଳାକୁ ଛାଡି ଅନ୍ୟ ପେଶା ପ୍ରତି ଆଗ୍ରହ ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri