ବର୍ଷା ବିତ୍ପାତ: ଫୁଲୁଛି ନଦୀ

ଭୁବନେଶ୍ୱର,୨୧ା୮(ବ୍ୟୁରୋ):ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରାଜ୍ୟରେ ବର୍ଷା ବିପତ୍ାତ ସୃଷ୍ଟି କରିଛି। ଫଳରେ ରାଜ୍ୟର ଅଧିକାଂଶ ନଦୀ ଫୁଲିବାରେ ଲାଗିଛି। ଗତ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁ କେତେକ ଜିଲାରେ ରାସ୍ତାଘାଟ ଧୋଇ ନେବା ସହିତ ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ଆଉ କେତେକ ସ୍ଥାନରେ କଚ୍ଚାଘର ଭାଙ୍ଗିବା ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୟୂରଭଞ୍ଜ ଜିଲାରେ ନଦୀରେ ଭାସି ଯାଇ ଜଣେ ମୃତ ଓ ଜଣେ ନିଖୋଜ ଥିବା ଜଣାପଡ଼ିଛି। କେତେକ ତଳିଆ ଅଞ୍ଚଳ ବୁଡିରହିଛି।
ରାଜ୍ୟର ୧୦ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁରରେ ସର୍ବାଧିକ ୧୩୦.୬ ମିଲିମିଟର ବର୍ଷା ହୋଇଥିବା ବେଳେ କଟକ ୧୧୭.୨, ଯାଜପୁର ୧୧୧.୮, କୋରାପୁଟ ୧୦୦.୮, କେନ୍ଦ୍ରାପଡ଼ା ୧୦୦.୨, ମାଲକାନଗିରି ୯୮.୫, କଳାହାଣ୍ଡି ୮୮.୭, ଢେଙ୍କାନାଳ ୮୭, ଜଗତ୍‌ସିଂହପୁର ୮୬.୩ ଏବଂ ଭଦ୍ରକ ଜିଲାରେ ୮୫.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟ ୨୦ଟି ଜିଲାରେ ମଧ୍ୟ ୭୦ରୁ ୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଗଜପତି ଜିଲାରେ ୧୪.୪ ମିଲିମିଟର ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୧୦.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ତେବେ ରାଜ୍ୟରେ ହାରାହାରି ୫୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯଦି ବ୍ଲକଗୁଡ଼ିକୁ ହିସାବକୁ ନିଆଯାଏ ତେବେ ରାଜ୍ୟର ୫ଟି
ବର୍ଷା ବିତ୍ପାତ:…
ବ୍ଲକରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇଛି। କଟକ ଜିଲା ସାଲେପୁର ବ୍ଲକରେ ସବର୍ର୍ାଧିକ ୩୦୦ ମିଲିମିଟର ବର୍ଷା ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ବ୍ଲକରେ ୨୯୭.୫ ମିଲିମିଟର ବର୍ଷା ହୋଇଛି। ସେହିପରି କଳାହାଣ୍ଡି ଜିଲାର ଥୁଆମୁଳରାମପୁର ବ୍ଲକରେ ୨୨୯.୪ ମିଲିମିଟର ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ଜିଲାର ପାପଡ଼ାହାଣ୍ଡିରେ ୨୮୦ ଏବଂ ନବରଙ୍ଗପୁର ବ୍ଲକରେ ୨୪୩ ମିଲିମିଟର ବଷର୍ର୍ା ରେକର୍ଡ କରାଯାଇଛି। ସେହିପରି ୪୭ ବ୍ଲକରେ ୧୦୦ରୁ ୨୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୮୫ ବ୍ଲକରେ ୫୦ରୁ ୧୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଗୁରୁବାର ଭିଡିଓକନ୍‌ଫରେନ୍ସରେ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ ରାଜ୍ୟର ବର୍ଷା ଓ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ପ୍ରବଳ ବର୍ଷା ଯୋଗୁ ରାଜ୍ୟର କେତେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ବର୍ତ୍ତମାନ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି।
ଭଦ୍ରକ ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ଗୁରୁବାର ସକାଳୁ ବୃଦ୍ଧି ପାଇବାରେ ଲାଗିଛି। ସେହିପରି ବାଲେଶ୍ୱର ଜିଲାରେ ଥିବା ଜଳକା ନଦୀ ବସ୍ତା ବ୍ଲକର ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏହାଦ୍ୱାର କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ। କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଞ୍ଚଳରେ ୩ ତଳିଆ ଅଞ୍ଚଳରେ ବର୍ଷାଜଳ ଜମି ରହିଛି। ଏ ସବୁ ଅଞ୍ଚଳରୁ ପାଣିପମ୍ପ ଜରିଆରେ ଜଳ ନିଷ୍କାସନ କରାଯାଇଛି। ସେହିପରି ଆଳି ବ୍ଲକର ମାନପୁର-ଗୋବିନ୍ଦପୁର ଗ୍ରାମ୍ୟ ରାସ୍ତାର କେତେକ ସ୍ଥାନ ବର୍ଷା ଜଳରେ ବୁଡି ରହିଛି। ସିଂହା ପଞ୍ଚାୟତର ବରୋଳିଆ ଗ୍ରାମ ଓ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗ୍ରାମର ପଞ୍ଚାୟତ ରାସ୍ତା ବର୍ଷାପାଣିରେ ବୁଡି ରହିଛି। ମାଲକାନଗିରି ଜିଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବର୍ଷା ହୋଇଛି। ଫଳରେ କାଲିମେଳା ବ୍ଲକର କଙ୍ଗାରୁକୋଣ୍ଡା ଓ କନ୍ୟାଶ୍ରମ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ଏହି ଜିଲାର ଅନେକ ଅଞ୍ଚଳର ଚାଷଜମି ଜଳମଗ୍ନ ହୋଇଛି। ମୟୂରଭଞ୍ଜ ଜିଲାରେ ବର୍ଷା ଯୋଗୁ ଦୁଇଟି ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଜାତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ ବଣ୍ଟନ କରାଯାଇଛି। ବୁଧବାର ସନ୍ଧ୍ୟାରେ ଜମ୍ଭିରା ନଦୀର ଗୋଲମୁହାଁ ଘାଟରେ ନଦୀ ପାର ହେବା ସମୟରେ ଗଣଗୁହଳି ଗ୍ରାମର ଦୁଇଜଣ ବ୍ୟକ୍ତି ବୁଦ୍ଧେଶ୍ୱର ମାଝି ଓ ବିରାମ ମାରାଣ୍ଡିଙ୍କ ଭାସିଯାଇ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲାର ଧର୍ମଗଡ଼ ବ୍ଲକାର ବଡ଼ ବାସୁଳ ଠାରେ ହଲେର ଯୋର ୩ଫୁଟ୍‌ ଉପରେ ପ୍ରବାହିତ ହେଉଛି। ଫଳରେ ଜୁନାଗଡ଼ ଓ ଧର୍ମଗଡ଼ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ହାତୀନଦୀର ବିରିପୁର ଓ ମାଟିଖାଲ ଠାରେ ବନ୍ୟା ଜଳସ୍ତର ବୃଦ୍ଧି ପାଉଥିବାରୁ ତହସିଲଦାର ଓ ବିଡିଓ ଏହା ଉପରେ ନଜର ରଖିଛନ୍ତି। ସେହିପରି ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବୃଦ୍ଧି ପାଉଛି। ମାତ୍ର ସେଠାରେ ବନ୍ୟା ପରିସ୍ଥିତିର ଆଶଙ୍କା ନାହିଁ। କନ୍ଧମାଳ ଜିଲାରେ ବୃଷ୍ଟିପାତ ଯୋଗୁ ୩ଟି ବାସଗୃହ କ୍ଷତି ହୋଇଛି। ସ୍ଥାନୀୟ ପ୍ରଶାସନ ଦ୍ୱାରା ଆକଳନ ଚାଲୁରହିଛି। କୋରାପୁଟ ଜିଲାର କୁନ୍ଦ୍ରା ବ୍ଲକର ଘେରିଗୁଡା ଠାରେ ରାସ୍ତା ବିଚ୍ଛିନ୍ନ ହୋଇଥିଲା। ଗୁରୁବାର ସେଠାରେ ଗମନାଗମନ ସ୍ବାଭାବିକ ହୋଇଛି। ସେହିପରି ବୌଦ୍ଧ ଜିଲା ବୌଦ୍ଧ ବିଜ୍ଞାପିତ ଅଞ୍ଚଳରେ ଏକ ଗ୍ରାମ ମହାନଦୀରେ ପାଣି ଆସିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସେଠାରେ ଜନସାଧାରଣଙ୍କ ଯାତାୟାତ ପାଇଁ ଡଙ୍ଗା ବ୍ୟବସ୍ଥା କରାଯାଇଛି। ଖୋର୍ଦ୍ଧା ଜିଲାର ରାଜୁଆ ଓ ଦୟାନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଜଟଣୀ ବ୍ଲକର କିଛି ଚାଷଜମି ଓ ରାସ୍ତା ଜଳମଗ୍ନ ହୋଇଛି। ବର୍ଷା ଯୋଗୁ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା ନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri