ପାକିସ୍ତାନରୁ ଅଲଗା ହେବ ବେଲୁଚିସ୍ତାନ, ସିନ୍ଧ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ, ୧୧ା୮: ବେଲୁଚିସ୍ତାନ ଓ ସିନ୍ଧ୍‌ ପାକିସ୍ତାନଠାରୁ ଅଲଗା ହୋଇ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏଥିଲାଗି ବେଲୁଚିସ୍ତାନର ୪ ସଙ୍ଗଠନ ସହ ସିନ୍ଧ୍‌ର ଏକ ସଙ୍ଗଠନ ହାତ ମିଳାଇଛି। ବେଲୁଚିସ୍ତାନର ବେଲୁଚ୍‌ ଲିବରେଶନ ଆର୍ମି (ବିଏଲ୍‌ଏ), ବେଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ (ବିଏଲ୍‌ଏଫ୍‌), ବେଲୁଚ୍‌ ରିପବ୍ଲିକାନ ଆର୍ମି (ବିଆର୍‌ଏ) ଓ ବେଲୁଚ୍‌ ରିପବ୍ଲିକାନ୍‌ ଗାର୍ଡ (ବିଆର୍‌ଜି) ପୂର୍ବରୁ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଏମାନଙ୍କୁ ସିନ୍ଧ୍‌ର ସିନ୍ଧୁଦେଶ ରିଭୋଲ୍ୟୁଶନ ଆର୍ମି (ଏସ୍‌ଆର୍‌ଏ)ର ପୂର୍ଣ୍ଣ ସହଯୋଗ ମିଳିଛି। ଏହି ୫ ସଙ୍ଗଠନ ଏକାଠି ହୋଇ ବେଲୁଚ୍‌ ରାଜି ଆଜୋଇ ସାଙ୍ଗର(ବିଆର୍‌ଏଏସ୍‌) ନାମକ ଏକ ସଙ୍ଗଠନ ଗଠନ କରି ପାକିସ୍ତାନକୁ ବିରୋଧ କରିଛନ୍ତି। ଏମିତିକି ଚାଇନା-ପାକିସ୍ତାନ ଇକୋନୋମିକ କରିଡର(ସିପିଇସି)କୁ ମଧ୍ୟ ଏମାନେ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଶୋଷଣ କରି ପଞ୍ଜାବ ଅଞ୍ଚଳର ବିକାଶ ଲକ୍ଷ୍ୟରେ ସିପିଇସି କରାଯାଉଥିବା ଏମାନେ ଅଭିଯୋଗ କରିଛନ୍ତି।
ବିଆର୍‌ଏଏସ୍‌ର ମୁଖପାତ୍ର ବାଲୋଚ୍‌ ଖାନ୍‌ କହିଛନ୍ତି, ସମସ୍ତ ୫ ସଙ୍ଗଠନ ଏକାଠି ହୋଇ ବୈଠକ କରିବା ସହ ପାକିସ୍ତାନଠାରୁ ଅଲଗା ହେବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ବର୍ଷ ବର୍ଷ ଧରି ବେଲୁଚିସ୍ତାନ ଓ ସିନ୍ଧ୍‌ରେ ଲୋକମାନେ ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ରହିଆସିଛନ୍ତି। ସିପିଇସି ଦ୍ୱାରା ବେଲୁଚିସ୍ତାନ ଓ ସିନ୍ଧ୍‌କୁ ନେଇ ପାକିସ୍ତାନ ବେଆଇନ ଭାବେ ଅଧିଗ୍ରହଣ କରି ଫାଇଦା ନେବା ଲାଗି ପ୍ରୟାସ କରୁଛି। ଏହାକୁ ରାମବାଣ ସଦୃଶ ଚିତ୍ରଣ କରାଯାଇ ସିପିଇସି ଦ୍ୱାରା ସାମାଜିକ, ଆର୍ଥିକ ସୁଧାର ସମ୍ଭବ ବୋଲି ପାକିସ୍ତାନ କହୁଛି। ୬୨ ବିଲିୟନ ଡଲାର୍‌ର ଏହି ଭିତ୍ତିଭୂମି ପ୍ରକଳ୍ପରେ ବିଭିନ୍ନ ସଡ଼କ, ରେଳପଥ, ପାଓ୍ବାର ଷ୍ଟେଶନ, ବନ୍ଦର ଆଦି ନିର୍ମାଣ କରାଯାଇ ଚାଇନାର ଜିନ୍‌ଜିଆଙ୍ଗରୁ ବେଲୁଚିସ୍ତାନର ଗ୍ବଦର ବନ୍ଦରକୁ ସଂଯୋଗ କରାଯିବାର ଯୋଜନା ରହିଛି। ଦୀର୍ଘବର୍ଷ ଧରି ବେଲୁଚିସ୍ତାନ ଅନୁନ୍ନତ, ଅଶିକ୍ଷିତ ଓ ଗରିବ ଅଞ୍ଚଳ ହୋଇ ରହିଥିବାବେଳେ ଏଠାରେ ଥିବା ଖଣିଜ ସମ୍ପଦକୁ ଲୁଟିବା ଲାଗି ଯୋଜନା ଚାଲିଥିବା ଅଭିଯୋଗ କରାଯାଇଛି। ବେଲୁଚିସ୍ତାନରେ ଥିବା ଗ୍ବାଦର ବନ୍ଦରକୁ ସାମରିକ ଦୃଷ୍ଟିକୋଣରୁ ଚାଇନା ବ୍ୟବହାର କରିବା ଲାଗି ଅନାଇ ବସିଛି। ଏଠାରେ ଅନେକ ମଜ୍‌ଭୁତ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଇଚ୍ଛା ବିରୋଧରେ ଚାଇନାକୁ ସମର୍ଥନ କରି ପାକିସ୍ତାନ ସେଠାରେ ସେନା ଛାଉଣୀ କରିଛି। ପାକିସ୍ତାନର ଏଭଳି ହାବଭାବ ବିରୋଧରେ ବିଏଲ୍‌ଏ ପକ୍ଷରୁ ପାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ, ୫ ଷ୍ଟାର୍‌ କଣ୍ଟିନେଣ୍ଟାଲ ହୋଟେଲ, କରାଚୀସ୍ଥିତ ଚାଇନା କନ୍‌ସୁଲେଟ୍‌ ଉପରେ ଆକ୍ରମଣ କରାଯାଇଥିଲା। ଗତ କିଛିମାସ ତଳେ ପାକ୍‌ ସେନା ଅଧିକାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଇଥିଲା। ଏବେ ଅନେକ ପଛୁଆ ଅଞ୍ଚଳର ଲୋକେ ବେଲୁଚ୍‌ ଓ ସିନ୍ଧ୍‌ ଗୋଷ୍ଠୀ ସହ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଛନ୍ତି। ଚାଇନା-ପାକ୍‌ର ଅଭିସନ୍ଧି ଓ ସିପିଇସି ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଫଳରେ ଏଠାରେ ସିପିଇସି ଆଶା ମଉଳିଯିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri