ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧% ହୋଇଥିଲେ ମଧ୍ୟ ସେସବୁ ତରଳିବା ଯୋଗୁ ଏକ-ପଞ୍ଚମାଂଶ (୧୬-୨୦%) ହିମବାହ ଅଞ୍ଚଳ ଜଳମଗ୍ନ ହୋଇ ବିପର୍ଯ୍ୟୟର କାରଣ ସାଜିବ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ଲଣ୍ଡନ୍‌ସ୍ଥିତ ପୋଟର୍‌ସମାଉଥ୍‌ ୟୁନିଭର୍ସିଟିର ଗବେଷକମାନେ ଦ୍ରୁତଗତିରେ ତରଳୁଥିବା ହିମବାହ ଉପରେ ଏକ ଅଧ୍ୟୟନ ଚଳାଇଥିଲେ। ଏପରି କି ହିମବାହ କାହିଁକି ସ୍ବାଭାବିକଠାରୁ ଅଧିକ ମାତ୍ରାରେ ତରଳୁଛି ଏବଂ ପୃଥିବୀ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ମଧ୍ୟ ପରୀକ୍ଷାନିରୀକ୍ଷା କରିଥିଲେ। ହିମବାହର ଗତି ଓ ବୈଶିଷ୍ଟ୍ୟ ଉପରେ ସେମାନେ ବିଶ୍ଳେଷଣ କରି ଅନେକ ନୂଆ ତଥ୍ୟ ଜାଣିବାକୁ ପାଇଛନ୍ତି। ଏଥିରୁ ଜଣାପଡ଼ିଛି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରାରେ ନାଟକୀୟ ପରିବର୍ତ୍ତନ ହେବାରେ ଲାଗିଛି। ଗବେଷଣାରେ ସାମିଲ ଥିବା ବିଶ୍ୱବିଦ୍ୟାଳୟର ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ୍‌ ସାଇନ୍ସ ସ୍କୁଲ ବରିଷ୍ଠ ଅଧ୍ୟାପକ ତଥା ହିମବାହ ବିଜ୍ଞାନୀ ଡ. ହାରୋଲ୍ଡ ଲଭେଲ୍‌ କହିଛନ୍ତି, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱର ତାପମାତ୍ରା ବଢ଼ୁଛି। ଏହାର ପ୍ରଭାବରେ ହିମବାହଗୁଡ଼ିକ ଯେପରି ଅସ୍ବାଭାବିକ ଭାବେ ତରଳିବାରେ ଲାଗିଛି, ତାହା ବିପଦ ଆଣିଦେଇପାରେ। ହିମବାହଗୁଡ଼ିକ ନ ତରଳି ବରଫ ଅବସ୍ଥାରେ ଥିଲେ ତାହା ବ୍ୟାଙ୍କ ଆକାଉଣ୍ଟ ସଦୃଶ। କିନ୍ତୁ ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଦିନେ ସେଗୁଡ଼ିକ ‘ବ୍ଲାକ୍‌ ଫ୍ରାଇଡେ’ ଇଭେଣ୍ଟରେ ପରିଣତ ହେବା ଆଶଙ୍କା ଉପୁଜିଛି। ବିଶ୍ୱରେ ଥିବା ସମସ୍ତ ହିମବାହର ମାତ୍ର ୧% ତରଳିଗଲେ ପୃଥିବୀରେ ଥିବା ଏକ-ପଞ୍ଚମାଂଶ ହିମବାହ ଅଞ୍ଚଳକୁ ଜଳ ପ୍ଳାବିତ ହେବ। ଏହା ବିପର୍ଯ୍ୟୟକୁ ଡାକି ଆଣିବା ସହ ଅନେକ ହଜାର ଲୋକ ପ୍ରଭାବିତ ହେବେ। ଏପରି କି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବସବାସ କରୁଥିବା ସମୁଦାୟ ମଧ୍ୟ ଏହାର ଦୁଷ୍ପରିଣାମ ଭୋଗିବେ। ଅନେକ ଧନଜୀବନ ହାନି ହେବା ସହ ଭିତ୍ତିଭୂମିଗୁଡ଼ିକ ମଧ୍ୟ ନଷ୍ଟ ହୋଇଯିବ ବୋଲି ଉକ୍ତ ଅଧ୍ୟୟନରେ ସେ ସତର୍କ କରାଇଛନ୍ତି।
ଗବେଷଣାରୁ ଆହୁରି ଜଣାପଡ଼ିଛି ଯେ, ଆର୍କଟିକ୍‌ରେ ୪୮.୩% ଏବଂ ହାଇ ମାଉଣ୍ଟେନ୍‌ ଏସିଆରେ ୫୦.୫% ହିମବାହ ତରଳୁଛି। ବିଶେଷକରି କାରାକୋରମ୍‌ ପାର୍ବତ୍ୟ ଅଞ୍ଚଳ ଓ ଆଣ୍ଡେସ୍‌ରେ ହିମବାହ ଅଧିକ ତରଳୁଥିବା ପରିଲକ୍ଷିତ ହୋଇଛି। ମାନବ ଜାତି ପ୍ରତି ତତ୍କାଳ ବିପଦ ସୃଷ୍ଟି କରିବାକୁ ଥିବା ତରଳମାନ ହିମବାହ ସଂଖ୍ୟା ହେଉଛି ୮୧। କେତେକ ଅଞ୍ଚଳରେ ଏହି ତରଳିବା ପ୍ରକ୍ରିୟା ସ୍ବାଭାବିକଠାରୁ ଅଧିକ ରହିଛି। ଏଥିଯୋଗୁ ଗ୍ଲାସିଆଲ ଲେକ୍‌ ଆଉଟ୍‌ବର୍ଷ୍ଟ ଫ୍ଲଡ୍‌ (ଜିଏଲ୍‌ଓଏଫ୍‌) ବା ହିମବାହଜନିତ ବାଦଲଫଟା ବର୍ଷାର ପରିମାଣ ବଢ଼ିପାରେ, ଯାହାକି ବିଗତ ଦିନଗୁଡ଼ିକରେ ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି। ୨୦୧୧ରୁ ୨୦୨୪ ମଧ୍ୟରେ ଭାରତରେ ଗ୍ଲାସିଆଲ ଲେକ୍‌ ଏରିଆରେ ୨୦% ବୃଦ୍ଧି ଘଟିଥିବା ନେଇ ଏକ ଉଦ୍‌ବେଗଜନକ ରିପୋର୍ଟ କେନ୍ଦ୍ରୀୟ ଜଳ କମିଶନ (ସିଡବ୍ଲ୍ୟୁସି) ପକ୍ଷରୁ ନିକଟରେ ପ୍ରକାଶିତ ହୋଇଥିଲା। ପୂର୍ବ ହିମାଳୟ କ୍ଷେତ୍ର ବିଶେଷକରି ସିକିମ୍‌ ଓ ଅରୁଣାଚଳ ପ୍ରଦେଶରେ ଅନେକ ଶହ ହିମବାହ ତରଳି ଭୂଭାଗକୁ ମାଡ଼ିଆସୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ରଖାଯିବା ଜରୁରୀ ହୋଇପଡ଼ିଛି।
ଜମ୍ମୁ-କଶ୍ମୀର ଓ ଲଦାଖରେ ୬୨ଟି ବିପଜ୍ଜନକ ହିମହ୍ରଦ ରହିଛି, ଯାହାକି ଭାରତରେ ସର୍ବାଧିକ। ପୂର୍ବ କାରାକୋରମ୍‌ର ଶିୟୋକ୍‌ ଉପତ୍ୟକାରେ ପୂର୍ବରୁ ହିମବାହ ତରଳି ବିପଜ୍ଜନକ ସ୍ଥିତି ଉପୁଜିଥିଲା। ସେହିପରି ସିକିମ୍‌ରେ ୧୭ଟି ବିପଜ୍ଜନକ ହିମହ୍ରଦ ରହିଛି। ୨୦୨୩ରେ ସାଉଥ୍‌ ଲୋନାକ୍‌ ବାଦଲଫଟା ବର୍ଷା ‘ହିମାଳୟରେ ସୁନାମି’ ସଙ୍କଟ ଭଳି ସ୍ଥିତି ଉପୁଜାଇଥିଲା। ଅରୁଣାଚଳ ପ୍ରଦେଶ ଗତ ୩୨ ବର୍ଷ ମଧ୍ୟରେ ୧୧୦ଟି ହିମବାହକୁ ହରାଇଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଅସ୍ଥିର ହ୍ରଦଗୁଡ଼ିକ ସୃଷ୍ଟି ହୋଇଛି। ଏହିସବୁ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ଓ ଡ୍ୟାମ୍‌ଗୁଡ଼ିକ ନିର୍ମାଣ କରାଯାଉଥିବାବେଳେ ସମ୍ଭାବ୍ୟ ବିପଦ ଏଡ଼ାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଉ ନ ଥିବାରୁ ପରିବେଶ ଉପରେ ପ୍ରଭାବ ପଡ଼ିବା ସହ ଲୋକଙ୍କ ଜୀବନ ହାନି ହେଉଛି।
ହିମବାହଗୁଡ଼ିକ ସିନ୍ଧୁ, ଗଙ୍ଗା ଓ ବ୍ରହ୍ମପୁତ୍ର ଭଳି ବଡ଼ ନଦୀ ପାଇଁ ଓ୍ବାଟର ଟାଓ୍ବାର (ଜଳସ୍ତମ୍ଭ) ଭାବେ କାର୍ଯ୍ୟ କରିଥାଏ। ହିମବାହ ତରଳିଲେରେ ଏହି ବଡ଼ ନଦୀ ଓ ଏହାର ଶାଖାନଦୀଗୁଡ଼ିକ ବନ୍ୟାରେ ଫୁଲି ଉଠନ୍ତି। ଏଥିଯୋଗୁ ଭାରତୀୟ କୃଷି ଓ କୃଷିଆଧାରିତ ଅର୍ଥନୀତିକୁ ବିପୁଳ କ୍ଷତି ସହିବାକୁ ପଡ଼ିଥାଏ। ତେଣୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ରୁର୍‌କି ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପରି ପ୍ରତିଷ୍ଠାନ ଏସିଆର ଅତ୍ୟୁଚ୍ଚ ପର୍ବତମାଳା ଉପରେ ହାଇ-ରିଜୋଲ୍ୟୁଶନ୍‌ ସାଟେଲାଇଟ୍‌ ଡାଟା ବ୍ୟବହାର କରି ୩୧,୦୦୦ ହିମହ୍ରଦର ଗତିବିଧି ନେଇ ଗବେଷଣା ଜାରି ରଖିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?