Posted inଜାତୀୟ

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା ବେଳେ ତାଙ୍କର ତିନିଜଣଯାକ ସ୍ତ୍ରୀ, ବର୍ତ୍ତମାନର ଏବଂ ପୂର୍ବତନ ସମସ୍ତେ IAS ଅଫିସର ଅଟନ୍ତି। ଏହି ପ୍ରସଙ୍ଗ ପ୍ରଶାସନିକ ତଥା ରାଜନୈତିକ ମହଲରେ ଏକ ରୋଚକ ଆଲୋଚନାର ବିଷୟ ପାଲଟିଛି।

୨୦୧୪ ବ୍ୟାଚର IAS ଅଫିସର ଅଭି ପ୍ରସାଦ, ଗତ ଫେବୃଆରୀ ୧୧ ତାରିଖରେ କୁନୋ ନ୍ୟାସନାଲ ପାର୍କର ମନୋରମ ପରିବେଶରେ ୨୦୧୭ ବ୍ୟାଚର IAS ଅଫିସର ଅଙ୍କିତା ଧାକ୍ରେଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅଙ୍କିତା ବର୍ତ୍ତମାନ ରାଜ୍ୟ ପ୍ରଶାସନିକ ସେବା ମନ୍ତ୍ରଣାଳୟରେ ଉପ-ସଚିବ ଭାବେ କାର୍ଯ୍ୟରତ। ସୋସିଆଲ ମିଡିଆରେ ଏହି ବିବାହର ଫଟୋ ଭାଇରାଲ ହେବା ପରେ ଶୁଭେଚ୍ଛାର ସୁଅ ଛୁଟିଛି।

ଅଭି ପ୍ରସାଦ ହେଉଛନ୍ତି ଉତ୍ତର ପ୍ରଦେଶର ସୀତାପୁର ଜିଲାର ନିବାସୀ। ୨୦୧୩ରେ ପ୍ରଥମେ IPS ପାଇଁ ମନୋନୀତ ହୋଇଥିଲେ, କିନ୍ତୁ ୨୦୧୪ରେ UPSC ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୩ତମ ର‍୍ୟାଙ୍କ ହାସଲ କରି IAS ହୋଇଥିଲେ। ତାଙ୍କ ଜେଜେବାପା ତାମ୍ବେଶ୍ୱର ପ୍ରସାଦ (ବଚ୍ଚା ବାବୁ) ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଥିଲେ।

ଅଭିଙ୍କ ପ୍ରଥମ ପତ୍ନୀ ଋଜୁ ବାଫ୍ନା ମଧ୍ୟ ଜଣେ IAS ଅଫିସର ଥିଲେ। ଦିଲ୍ଲୀରେ ପ୍ରସ୍ତୁତି ସମୟରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢିଉଠିଥିଲା। ତେବେ ବିବାହର କିଛି ବର୍ଷ ପରେ ସେମାନଙ୍କର ବିଚ୍ଛେଦ ହୋଇଥିଲା। ବର୍ତ୍ତମାନ ଋଜୁ ଶାଜାପୁରର ଜିଲାପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି।

ପରେ ୨୦୧୬ ବ୍ୟାଚର IAS ଅଫିସର ମିଶା ସିଂଙ୍କ ସହ ସେ ଦ୍ୱିତୀୟ ବିବାହ କରିଥିଲେ। ମିଶା ନିଜର କ୍ୟାଡର ପରିବର୍ତ୍ତନ କରି ମଧ୍ୟପ୍ରଦେଶ ଆସିଥିଲେ। ପ୍ରାୟ ୪ ବର୍ଷର ବୈବାହିକ ଜୀବନ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ମିଶା ବର୍ତ୍ତମାନ ରତଲାମର ଜିଲାପାଳ ଅଛନ୍ତି।

ଅଭି ପ୍ରସାଦ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ବିଶେଷ କରି କଟନୀ ଜିଲାପାଳ ଭାବେ କାର୍ଯ୍ୟ କରିବା ସମୟରେ ‘ଅପୁଷ୍ଟି ନିରାକରଣ’ ଦିଗରେ ତାଙ୍କର ଅଭିନବ ପ୍ରୟାସ ବେଶ୍ ପ୍ରଶଂସନୀୟ ହୋଇଥିଲା। ବର୍ତ୍ତମାନ ସେ ମଧ୍ୟପ୍ରଦେଶ ରୋଜଗାର ଗ୍ୟାରେଣ୍ଟି କାଉନସିଲର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri