ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ ଓ ମହିଳା। ମଦପିଇ ଝୁମୁଥିଲେ ପ୍ରେମୀଯୁଗଳ। ଖାରବେଳନଗର ଥାନା ଶ୍ରୀୟା ଟକିଜ୍‌ ଛକ ନିକଟରେ ଥିବା ମ୍ୟାଡ୍‌ମୁଲ୍‌(ଓଡି୦୨) ବାର୍‌ରେ ଏଭଳି କାର୍ଯ୍ୟକ୍ରମ ସକାଳ ପର୍ଯ୍ୟନ୍ତ ଚାଲିବାର ବ୍ୟବସ୍ଥା କରାଯାଇଥିଲା। ହେଲେ ଅଧା ରାତିରେ ସବୁ ବିଗାଡି ଦେଇଥିଲେ ଅବକାରୀ ଅଧିକାରୀ। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ସୁରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜଶେଖର ସ୍ବାଇଁ ଓ ତାଙ୍କ ଟିମ୍‌ ସେଠାରେ ଚଢାଉ କରିଥିଲା। ବାର୍‌ କଡ଼ରେ ଏକାଧିକ ଗାଡି ପାର୍କିଂ ହୋଇଥିବା ବେଳେ ବାର୍‌ ବାହାରୁ ଶଟର ପଡିଥିଲା। ଅବକାରୀ ଅଧିକାରୀ ଶଟର୍‌ ଖୋଲିବାକୁ କହିଥିଲେ ମଧ୍ୟ କେହି ଖୋଲି ନ ଥିଲେ। ଶେଷରେ ଖାରବେଳନଗର ଥାନା ପୋଲିସ ସହାୟତାରେ ଅବକାରୀ କର୍ମଚାରୀମାନେ ଜବରଦସ୍ତ ଶଟର ଉଠାଇଥିଲେ। ବାର୍‌ ଭିତରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ କଲାଭଳି। ରାତି ପ୍ରାୟ ୧ଟା ୩୦ରେ ଡିଜେ ବଜାଇ ଛାତି ଥରାଇ ଦେଉଥିଲେ ବାର୍‌ କର୍ତ୍ତୃପକ୍ଷ। ଆଉ ଭିତରେ ରହିଥିଲେ ୧୦୦ରୁ ଅଧିକ ଲୋକ। ସମସ୍ତଙ୍କ ଟେବୁଲରେ ମଦ ବୋତଲ ରହିଥିବା ବେଳେ ଅଧିକାଂଶ ମଦ ପିଇବା ସହ ଖାଉଥିଲେ। ଅବକାରୀ ଅଧିକାରୀ ଓ କର୍ମଚାରୀ ବାର ଭିତରକୁ ପଶି ଭିଡିଓ ରେକର୍ଡିଂ କରିବା ସମୟରେ ବାର୍‌ ମ୍ୟାନେଜର ଅଭିନାଶ ସାହୁ ଏବଂ ତାଙ୍କ କର୍ମଚାରୀ ଅବକାରୀ ବିଭାଗ ସହ ମୁହଁାମୁହିଁ ହୋଇଥିଲେ। ଗ୍ରାହକଙ୍କୁ ଅଟକାଇବାକୁ ତମେ କିଏ ବୋଲି ବାରମ୍ବାର ପ୍ରଶ୍ନ କରୁଥିଲେ। ଅବକାରୀ ଅଧିକାରୀ ନିଜ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ଉତ୍ତ୍ୟକ୍ତ ହୋଇ ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କରିଥିଲେ। ପୋଲିସ ଉପସ୍ଥିତିରେ ଏହି ଘଟଣା ଘଟିଥିବାବେଳେ ଏଥିରେ ଜଣେ ଅବକାରୀ କର୍ମଚାରୀ ଆହତ ହୋଇଛନ୍ତି। ଏହାକୁ ନେଇ ଖାରବେଳ ନଗର ଥାନାରେ ଅବକାରୀ ବିଭାଗର ସୁପରିଣ୍ଟେଣ୍ଡେଣ୍ଟ ଦେବାଶିଷ ପଟେଲ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁ କରି ବାର୍‌ ମ୍ୟାନେଜର ଅଭିନାଶଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ସାକଳେ ଜିଲାପାଳଙ୍କ ଅନୁମତିକ୍ରମେ ଉକ୍ତ ବାର୍‌କୁ ଅବକାରୀ ବିଭାଗ ସିଲ୍‌ କରିଛି।
ଏ ସମ୍ପର୍କରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରାଜଶେଖର କହିଛନ୍ତି, ଏଥର ନିୟମିତ ଭାବେ ରାତିରେ ଚଢ଼ାଉ କରାଯିବ। ଯେଉଁ ବାର୍‌ଗୁଡିକ ନିୟମ ଉଲ୍ଲଂଘନ କରୁଛନ୍ତି ଓ ଆଗରେ ଶଟର ପକାଇ ଭିତରେ ଖୋଲା ରଖୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri