ଧରିତ୍ରୀର ପ୍ରଭାବ, ଅଚଳ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପ୍ରଶାସନିକ ତତ୍ପରତା         

ଦିଗପହଣ୍ଡି,୧୭ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇପଡିଛି । ଏନେଇ ସୋମବାର ବ୍ରହ୍ମପୁର ଧରିତ୍ରୀ ସଂସ୍କରଣରେ ‘ ପାନୀୟ ଜଳ ପ୍ରକଳ୍ପ ଅଚଳ, ଗାଁ ଲୋକଙ୍କ ପକ୍ଷରୁ ଆନ୍ଦୋଳନ ଚେତାବନୀ ‘ ଶୀର୍ଷକ ବିସ୍ତୃତ ଖବର ପ୍ରକାଶନ ପରେ ବ୍ରହ୍ମପୁର ଗ୍ରାମ୍ୟ ପାନୀୟଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ.ଧନୁର୍ଜୟ ବେହେରା, ଦିଗପହଣ୍ଡି ବ୍ଲକ ବିଭାଗୀୟ ସହକାରୀ ଯନ୍ତ୍ରୀ ଇଂ. ଭୀମା ରାଓ ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ଅଚଳ ଅବସ୍ଥାରେ ପଡିରହିଥିବା ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଇବା କାରଣରୁ ମୋଟର ଯୋଗେ ଟାଙ୍କିକୁ ଆବଶ୍ୟକ ପାଣି ଉଠୁନାହିଁ । ଫଳରେ ଲୋକଙ୍କୁ ପାଇପ ଯୋଗେ ପାଣି ଦିଆଯାଇ ପାରୁନାହିଁ । ଗ୍ରାମବାସୀଙ୍କ ସହ ଆଲୋଚନା କରାଯିବା ପରେ ଗାଁ ଠାରୁ ପ୍ରାୟ ୫ ଶହ ମିଟର ଦୂରରେ ଥିବା ଦୁଲବର ଆମ୍ବ ବଳଧିଆ ନାଳ ନିକଟରେ ବୋର୍ ଖୋଳାଯାଇ ସେଠାରୁ ପାଇପ ଯୋଗେ ପ୍ରକଳ୍ପ ଟାଙ୍କିକୁ ପାଣି ଅଣାଯିବା ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଏନେଇ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ ପାନୀୟ ଜଳ ପ୍ରକଳ୍ପ ପରିଚାଳନା ନିମନ୍ତେ ଗ୍ରାମ୍ୟ କମିଟି ଗଠନ କରାଯାଉନାହିଁ । ପମ୍ପ ଡ୍ରାଇଭରଙ୍କୁ ଗତ ୧୦ ମାସ ହେଲା ପଞ୍ଚାୟତରୁ ମାସିକ ପାରିତୋଷିକ ଦିଆଯାଇନାହିଁ । ପାନୀୟ ଜଳ ଉପଭୋକ୍ତା ମାନେ ମାସିକ ୬୦ ଟଙ୍କା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା ରହିଥିଲେ ମଧ୍ୟ କୌଣସି ଉପଭୋକ୍ତା ପାଣି ଟିକସ ପୈଠ କରୁନାହାନ୍ତି । ତେଣୁ ପାନୀୟଜଳ ପ୍ରକଳ୍ପ ଗୁଡ଼ିକ ଠିକ୍ ରୂପେ ପରିଚାଳନା ହୋଇପାରୁନଥିବା କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବର୍ଷା-ପବନ ଆରମ୍ଭ: ସତର୍କ ପ୍ରଶାସନ

ଦାରିଙ୍ଗବାଡି,୨୭।୧୦(ଅରୁଣ ସାହୁ):ବାତ୍ୟା ଅର୍ଣ୍ଣବକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ପ୍ରସ୍ତୁତି ଚାଲିଥିବାବେଳେ ଏଥିପାଇଁ କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଓ ମୁକାବିଲା ପାଇଁ ସମସ୍ତ…

ବଢୁଛି ବିପଦ ଆଶଙ୍କା: ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି

ଭଞ୍ଜନଗର,୨୭।୧୦(ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବର ପ୍ରଭାବ ଭଞ୍ଜନଗର ଅଞ୍ଚଳରେ ଧୀରେ ଧୀରେ ଅନୁଭୂତ ହେବାରେ ଲାଗିଛି। ମଙ୍ଗଳବାର ସକାଳୁ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି।…

ଟେନସନ୍‌ରେ ଟିମ୍‌ ଇଣ୍ଡିଆ: ସିଧା ହୋଇ ଠିଆ ହେବା ଖେଳାଳିଙ୍କ ପାଇଁ ହୋଇପଡ଼ୁଛି କଷ୍ଟକର

ୱେଲିଂଟନ,୨୭।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦୁଇଟି ଟି-୨୦ ମ୍ୟାଚ୍‌ରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ। ତେବେ ତୃତୀୟ ଟି-୨୦ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢ଼ାଇଛି…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବଢ଼ିବ ଜଳସ୍ତର! ଘୋଡ଼ାହାଡ଼ ଡ୍ୟାମ୍‌ରୁ ନଦୀକୁ ଛଡ଼ାଗଲା ପାଣି, ନଦୀକୂଳିଆ ଗାଁକୁ ସତର୍କ ସୂଚନା

ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ…

ଭାରତୀୟ କ୍ରିକେଟ ଇତିହାସର ସବୁଠାରୁ ବଡ଼ ବିବାଦ: କପିଲ ଦେବ-ସୁନୀଲ ଗାଭାସ୍କରଙ୍କ ମଧ୍ୟରେ ୨୫ ବର୍ଷ ଧରି ସମ୍ପର୍କ ଥିଲା ଏମିତି

ନୂଆଦିଲ୍ଲୀ,୨୭।୧୦: ଯୁକ୍ତରାଷ୍ଟ୍ର ଆମେରିକା (USA) ଏବଂ ସୋଭିଏତ ୟୁନିଅନ (USSR) ମଧ୍ୟରେ ହୋଇଥିବା ‘ଶୀତଳ ଯୁଦ୍ଧ’ (Cold War) ବିଷୟରେ ସମସ୍ତେ ଅବଗତ ଅଛନ୍ତି। ଯଦିଓ ଏହି…

ଗଜଲକ୍ଷ୍ମୀ ପୂଜା ପାଇଁ ଛତ୍ରପୁରରେ ଉତ୍ସବର ମାହୋଲ, ଦର୍ଶନ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର,୨୭।୧୦(ଦିଲ୍ଲୀପ ସାମଲ): ପବିତ୍ର କୁମାର ପୂର୍ଣ୍ଣିମା ଅବସରରୁ ଛତ୍ରପୁର ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ।…

ଶାହରୁଖଙ୍କୁ ଝଟକା ଦେବାକୁ ପ୍ରସ୍ତୁତ ଗୁଜୁରାଟ! ଏହି ୩ ଖେଳାଳିଙ୍କୁ ଦଳରୁ ବାଦ ଦେଇପାରେ GT, ପ୍ରଶଂସକ ଆଶ୍ଚର୍ଯ୍ୟ

ନୂଆଦିଲୀ,୨୭।୧୦: IPL 2027 ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ନିଜ ଦଳରେ ପରିବର୍ତ୍ତନ କରିପାରେ। ଆଗାମୀ ସିଜିନ ପାଇଁ ଦଳ ନିକଟରେ ଶକ୍ତିଶାଳୀ ଖେଳାଳି ଚୟନ କରିବାର…

ଗବେଷଣାରୁ ଖୁଲାସା; ମୃତ୍ୟୁ ପରେ ଶବ୍ଦକରେ ମନୁଷ୍ୟ ଶରୀର, ୧୬ ମାସ ପର୍ଯ୍ୟନ୍ତ….

ଅଷ୍ଟ୍ରେଲିଆ,୨୭।୧୦: ମୃତ୍ୟୁ ପରେ ମଧ୍ୟ ମନୁଷ୍ୟ ଶରୀର ସମ୍ପୂର୍ଣ୍ଣ ନିଷ୍କ୍ରିୟ ହୁଏ ନାହିଁ । ବରଂ ଏହା ଭିତରେ ଏକ ଭିନ୍ନ ପ୍ରକ୍ରିୟା ଚାଲୁ ରହେ, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?