କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି । ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ଅବଦାନ, ଅଭିଜ୍ଞତା ଓ ଜ୍ଞାନକୁ ସାକାର କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସୋମବାର ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଏକ କବିତା ପାଠୋତ୍ସବ ଆୟୋଜନ ହୋଇଥିଲା। ବରିଷ୍ଠ ନାଗରିକ ସପ୍ତାହ ଅବସରରେ ଆୟୋଜିତ ଏହି ଉତ୍ସବରେ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକ ମାନେ ହେଉଛନ୍ତି ସମାଜର ପଥ ପ୍ରଦର୍ଶକ ବୋଲି କହିଥିଲେ। ସେମାନଙ୍କ ଅନୁଭୂତି, ଜ୍ଞାନ, ଅବଦାନ ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଉପଜିଲାପାଳ କହିଥିଲେ।

ବୈଠକରେ ବିଡ଼ିଓ ଭାରତୀ ଦେବୀ ଅଧ୍ୟକ୍ଷତା କରିଥିଲେ । ସହାୟକ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ କହିଥିଲେ । ବିଚାରକ ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. କମ୍ବୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ ଏବଂ କବି ପ୍ରଶାନ୍ତ ମହାନ୍ତି ଯୋଗଦେଇଥିଲେ । କବିତା ପାଠୋତ୍ସବରେ ବହୁ ବରିଷ୍ଠ କବି ଓ ବରିଷ୍ଠ ନାଗରିକ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମକୁ ବରିଷ୍ଠ ଯୁବ ଲେଖିକା ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିଲେ । ସନ୍ତୋଷ କୁମାର ଜେନା, ନେତାଜୀ ବିଷୋୟୀ ଓ ସୁରେଶ ଚନ୍ଦ୍ର ସ୍ୱାଇଁଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ସମ୍ମାନ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମଗ୍ର ସମାଜକୁ ଏକତ୍ରିତ କରାଯାଇଛି । ଆସନ୍ତା ୨୦ ତାରିଖରେ ଜିଲା ସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଥିଲା। ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମାଡ଼ିଆସୁଛି ବଡ଼ ବର୍ଷା: ୯ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର, ୭ା୯: ରାଜ୍ୟକୁ ପୁଣି ମାଡ଼ିଆସୁଛି ବଡ଼ ବର୍ଷା। ଆଜି ଓ ଆସନ୍ତାକାଲି ବିଭିନ୍ନ ଜିଲାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବ। ଏହାପରେ ୯ ତାରିଖରୁ…

ଖଣି ନିଲାମକୁ ନେଇ ତେଜୁଛି ବିରୋଧ, ଆନ୍ଦୋଳନ ଚେତାବନୀ ଦେଇ ଅଞ୍ଚଳବାସୀ କହିଲେ…

ଥୁଆମୂଳ ରାମପୁର,୭।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟ ଅନ୍ତର୍ଗତ ଖଣ୍ଡୁଆଳମାଳି ପାହାଡ଼ କର୍ଲାପାଟ ବକ୍ସାଇଟ ବ୍ଲକକୁ ନେଇ ବିରୋଧ ତେଜୁଛି। ଆନୁମାନିକ ୨୪.୮…

PCB ଛାଡିବା ପରେ ପାକିସ୍ତାନ କ୍ରିକେଟର ଚିଠା ଖୋଲିଲେ ମିସବା, ହେଲାଣି ଚର୍ଚ୍ଚା

ଇସଲାମାବାଦ,୭।୯: ପାକିସ୍ତାନ କ୍ରିକେଟରେ କ’ଣ ଘଟୁଛି? ଦଳ ଏବଂ ଚୟନ କମିଟି ପରିବର୍ତ୍ତନ କରିବା ଦ୍ୱାରା ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନ ଏବଂ ଭବିଷ୍ୟତ ପରିବର୍ତ୍ତନ ହେବ…

ଓଜନ କମାଇବାର ସହଜ ଉପାୟ

ଆମ ଶରୀରର ଓଜନ ସନ୍ତୁଳିତ ରହିବା ନିହାତି ଦରକାର। ହେଲେ ଏହାର ଏକ ସରଳ ଉପାୟ ରହିଛି। ଏହାକୁ ଜଣେ ଅତି ସହଜରେ ଆପଣେଇ ପାରିବ। ତାହା…

ଆଜି ରାଜ୍ୟ କ୍ୟାବିନେଟ୍‌: ୯ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଅପରାହ୍ନ ୫ଟାରେ ରାଜ୍ୟ କ୍ୟାବିନେଟ ବୈଠକ ବସିବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି…

ଗୋ’ ଚାଲାଣବେଳେ ଫାଟିଲା ପିକ୍‌ଅପ୍‌ ଟାୟାର, ୩ ବଳଦ ମୃତ

ଜଗନ୍ନାଥପ୍ରସାଦ,୭ା୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ରବିବାର ମଧ୍ୟରାତ୍ରିରେ ବେଆଇନ ଗୋ-ଚାଲାଣ ବେଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ଜିରାବାଡ଼ି ଗ୍ରାମ ନିକଟରେ…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ICC ଏକ ଯୋଜନା ପ୍ରସ୍ତୁତ କରିଛି

ନୂଆଦିଲ୍ଲୀ,୭।୯: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି କୌଣସି ଦ୍ୱିପାକ୍ଷିକ କିମ୍ବା ତ୍ରି-ସିରିଜ ଖେଳାଯାଇ ନାହିଁ। ଭାରତ ଏପରି କାର୍ଯ୍ୟକ୍ରମକୁ ନିରନ୍ତର ମନା କରିଆସିଛି,…

୭ ଦିନରେ ସାଇନ୍‌ବୋର୍ଡ ବନାନ ସଂଶୋଧନ କରିବାକୁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୭ା୯(ରବିନାରାୟଣ ଜେନା): ଓଡ଼ିଆ ଉଚ୍ଚାରଣ ସହ ସମନ୍ବୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନ ନାମର ଇଂଲିଶ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri