ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପ ପାଇଁ ଋଣ ପ୍ରକ୍ରିୟାକୁ ଅଧିକ ସରଳ, ନମନୀୟ ଏବଂ ଆଧୁନିକ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହି ନୂତନ ନିୟମ ସମସ୍ତ ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ ଏବଂ ସମବାୟ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ।

ନିୟମରେ ହେବାକୁ ଥିବା ୫ଟି ପ୍ରମୁଖ ପରିବର୍ତ୍ତନ ଗୁଡ଼ିକ ହେଲା:

୧. ସମଗ୍ର ଦେଶ ପାଇଁ ଏକକ ବ୍ୟବସ୍ଥା:
ବର୍ତ୍ତମାନ କୃଷି ଏବଂ ଏହାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ ଅଲଗା ଅଲଗା ନିୟମ ରହିଛି। କିନ୍ତୁ RBI ର ପ୍ରସ୍ତାବିତ ଚିଠା ଅନୁସାରେ, ଏସବୁକୁ ଗୋଟିଏ ଛାତ ତଳକୁ ଅଣାଯିବ। ଫଳରେ ବ୍ୟାଙ୍କ ଗୁଡ଼ିକ ପାଇଁ ଯୋଜନା ଚଳାଇବା ସହଜ ହେବ ଏବଂ ଅଧିକରୁ ଅଧିକ ଚାଷୀ ଏହାର ଲାଭ ପାଇପାରିବେ।

୨. ଫସଲ ଋତୁ ପାଇଁ ସମାନ ନିୟମ:
ଋଣ ପରିଶୋଧ କରିବାରେ ଯେପରି ଚାଷୀମାନେ ଦ୍ୱନ୍ଦ୍ୱରେ ନପଡ଼ନ୍ତି, ସେଥିପାଇଁ ଫସଲ ଋତୁର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ଧାର୍ଯ୍ୟ କରାଯାଇଛି। ସ୍ଵଳ୍ପ ଅବଧିର ଫସଲ ପାଇଁ ୧୨ ମାସ ଏବଂ ଦୀର୍ଘ ଅବଧିର ଫସଲ ପାଇଁ ୧୮ ମାସର ଚକ୍ର ଅନୁସରଣ କରାଯିବ।

୩. ଋଣ ଅବଧି ୬ ବର୍ଷକୁ ବୃଦ୍ଧି:
ସବୁଠାରୁ ବଡ଼ ପରିବର୍ତ୍ତନ ହେଉଛି KCC ଋଣର ଅବଧିକୁ ୬ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଏହା ବିଶେଷ କରି ସେହି ଚାଷୀମାନଙ୍କୁ ସାହାଯ୍ୟ କରିବ ଯେଉଁମାନେ ଦୀର୍ଘ ଅବଧିର ଫସଲ ଚାଷ କରନ୍ତି। ଏହାଦ୍ୱାରା ଫସଲ ଅମଳ ଏବଂ ଆୟ ଅନୁସାରେ କିସ୍ତି ପରିଶୋଧ କରିବା ସହଜ ହେବ।

୪. ଚାଷ ଖର୍ଚ୍ଚ ଅନୁଯାୟୀ ଋଣ ସୀମା:
ନୂତନ ନିୟମ ଅନୁସାରେ, ଚାଷୀଙ୍କୁ ମିଳୁଥିବା ଋଣ ପରିମାଣ ବାସ୍ତବରେ ଚାଷ ପାଇଁ ହେଉଥିବା ଖର୍ଚ୍ଚ ଉପରେ ଆଧାରିତ ହେବ। ଏହାଦ୍ୱାରା ଚାଷୀମାନେ ପର୍ଯ୍ୟାପ୍ତ ଅର୍ଥ ପାଇପାରିବେ ଏବଂ ଅର୍ଥ ଅଭାବରୁ ଚାଷ କାମ ବାଧାପ୍ରାପ୍ତ ହେବ ନାହିଁ।

୫. ଆଧୁନିକ ଚାଷ ଖର୍ଚ୍ଚ ପାଇଁ ଅର୍ଥ ସହାୟତା:
ଏବେ କେବଳ ଚାଷ ନୁହେଁ, ବରଂ ଆଧୁନିକ ଜ୍ଞାନକୌଶଳ ପାଇଁ ମଧ୍ୟ KCC ଅର୍ଥ ବ୍ୟବହାର କରିହେବ। ମୃତ୍ତିକା ପରୀକ୍ଷା, ପାଣିପାଗ ସୂଚନା ଏବଂ ଜୈବିକ ଚାଷର ପ୍ରମାଣପତ୍ର ହାସଲ ପାଇଁ ହେଉଥିବା ଖର୍ଚ୍ଚକୁ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କୃଷି ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଉଦ୍ଦିଷ୍ଟ ଅତିରିକ୍ତ ୨୦% ପାଣ୍ଠିରୁ ଏହି ଖର୍ଚ୍ଚ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?