Posted inଖେଳ

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ କିଣୁଛନ୍ତି। ଏହାର ପ୍ରଭାବ କ୍ରିକେଟ ପାଇଁ ପାଗଳ ପ୍ରତ୍ୟେକ ଭାରତୀୟଙ୍କ ଉପରେ ପଡୁଛି। ଆଗରୁ ବାପା, ମାଆ ମାନେ ପିଲାମାନଙ୍କୁ ସକାଳୁ ସକାଳୁ ସ୍କୁଲ୍ ବା ଟ୍ୟୁସନ ନେଇଯାଉଥିବା ବେଳେ ଏବେ କ୍ରିକେଟ ପଡିଆକୁ ଧାଉଁଛନ୍ତି। କାରଣ କେତେବେଳେ କାହାର ଭାଗ୍ୟ ଖୋଲିଯାଇପାରେ…। ତେଣୁ ବର୍ତ୍ତମାନ ସମୟରେ ଅନେକ ଅଭିଭାବକ ‘ପାଠପଢ଼ା ଚୁଲିକୁ ଠେଲି ଦେଇ, କ୍ରିକେଟ ପଛରେ ମାତିବାର’ ଦେଖିବାକୁ ମିଳୁଛି।

ଏହାରି ମଧ୍ୟରେ ଖବର ଆସିଛି ଯେ, ୧୪ ବର୍ଷୀୟ କ୍ରିକେଟ ସେନସେସନ ବୈଭବ ସୂର୍ଯ୍ୟବଂଶୀ ଚଳିତ ବର୍ଷ ନିଜର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବେନାହିଁ। ପାଠପଢ଼ା ଅପେକ୍ଷା କ୍ରିକେଟ ମଇଦାନର ପ୍ରତିବଦ୍ଧତାକୁ ସେ ଅଧିକ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ନିକଟରେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ଏହି ବାମହାତୀ ବ୍ୟାଟର ଆଇପିଏଲ 2026 ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି।

ବୈଭବଙ୍କ କୋଚ୍ ମନୀଷ ଓଝା ଏବଂ ତାଙ୍କ ବାପା ନିଶ୍ଚିତ କରିଛନ୍ତି ଯେ, ବୈଭବ ଚଳିତ ବର୍ଷ ପରୀକ୍ଷା ଦେବେ ନାହିଁ। ୨୦୨୫ରୁ ସେ ୧୯ ବର୍ଷରୁ କମ୍ ବିଶ୍ୱକପ ଏବଂ ଇଣ୍ଡିଆ-ଏ ଦଳ ପାଇଁ ଅନ୍ତର୍ଜାତୀୟ ଗସ୍ତରେ ରହିଥିବାରୁ ପାଠପଢ଼ା ପାଇଁ ସମୟ ପାଇନାହାନ୍ତି। ଆସନ୍ତା ଆଇପିଏଲ୍ ସିଜିନ୍ ପାଇଁ ସେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସର ପ୍ରି-ସିଜିନ୍ କ୍ୟାମ୍ପରେ ଯୋଗ ଦେବା ପାଇଁ ନାଗପୁରରେ ଅଛନ୍ତି। ତାଜପୁରର ମୋଡେଷ୍ଟି ସ୍କୁଲର ଛାତ୍ର ବୈଭବଙ୍କ ପରୀକ୍ଷା ଫେବୃଆରୀ ୧୭ରୁ ମାର୍ଚ୍ଚ ୧୧ ମଧ୍ୟରେ ହେବାର ଥିଲା। ସମସ୍ତିପୁରର ପୋଦ୍ଦାର ଇଣ୍ଟରନ୍ୟାସନାଲ ସ୍କୁଲରେ ତାଙ୍କର ପରୀକ୍ଷା କେନ୍ଦ୍ର ପଡ଼ିଥିଲା ଏବଂ ଆଡମିଟ୍ କାର୍ଡ ମଧ୍ୟ ଆସିସାରିଥିଲା, ମାତ୍ର ସେ କ୍ରିକେଟ୍ ପ୍ରତିବଦ୍ଧତା ଯୋଗୁଁ ଅନୁପସ୍ଥିତ ରହିବେ।

ବୈଭବ ସୂର୍ଯ୍ୟବଂଶୀ ୨୦୨୬ ୧୯ ବର୍ଷରୁ କମ୍ ବିଶ୍ୱକପରେ ନିଜର ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ। ଇଂଲଣ୍ଡ ବିପକ୍ଷ ଫାଇନାଲରେ ମାତ୍ର ୮୦ ବଲରୁ ୧୭୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ସମଗ୍ର ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୩୦ଟି ଛକା ମାରି ଦେୱାଲ୍ଡ ବ୍ରେଭିସଙ୍କ ରେକର୍ଡ ଭାଙ୍ଗିଥିଲେ। ୭ଟି ମ୍ୟାଚରୁ ୪୩୯ ରନ୍ ସଂଗ୍ରହ କରି ସେ ‘ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଏବଂ ଫାଇନାଲରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ବିବେଚିତ ହୋଇଥିଲେ।

ତେବେ କ୍ରିକେଟରୁ ଉତ୍ତମ ରୋଜଗାର ଏବଂ ସଫଳତା ମିଳୁଥିବାରୁ ବୈଭବ ପାଠପଢ଼ାକୁ ପଛରେ ପକାଇ ନିଜ କ୍ୟାରିୟରକୁ ଗୁରୁତ୍ୱ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ତୃତୀୟ ଦିନରେ ଶ୍ରୀଲଙ୍କାର ଲଢ଼ୁଆ ବ୍ୟାଟିଂ, ଭାରତର ନିୟନ୍ତ୍ରଣରେ ଦ୍ୱିତୀୟ ଟେଷ୍ଟ

କଲମ୍ବୋ,୨୫ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ତୃତୀୟ ଦିନ ଶେଷ ସୁଦ୍ଧା ଭାରତ ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସ୍‌ରେ ଭାରତ ୫୦୩/୯ ସ୍କୋର କରିଥିବା ବେଳେ…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଟ୍ରମ୍ପଙ୍କ ପୁଅଙ୍କୁ ନେଇ ଇରାନର ଭୟଙ୍କର ଧମକ, ୯୫ କୋଟି ପୁରସ୍କାର…

ୱାଶିଂଟନ୍,୨୫ା୮: ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରିବାରକୁ ନେଇ ଏକ ଚାଞ୍ଚଲ୍ୟକର ଦାବି ସାମ୍ନାକୁ ଆସିଛି । ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri