ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ ବଜେଟ ଆଗତ କରିବେ। ଏହି ଦୃଷ୍ଟିରୁ ଦେଖିଲେ ଶାସକ ଦଳ ପାଇଁ ଏହି ଅଧିବେଶନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ହେଲେ ବିଭିନ୍ନ ପ୍ରସଙ୍ଗରେ ସରକାର ବିଫଳ ହେଉଥିବା କଥାକୁ ପ୍ରସଙ୍ଗ କରି ବିରୋଧୀ ଦଳ ପକ୍ଷରୁ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ରାଜ୍ୟରେ ଚାଷୀଙ୍କଠାରୁ ଧାନ ସଂଗ୍ରହ ଉପଯୁକ୍ତ ଭାବେ ନ ହେବା, ୩୧୦୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନରେ ଅବ୍ୟବସ୍ଥା, ମଣ୍ଡି ନ ଖୋଲିବା, କଟ୍‌ନି ଛଟ୍‌ନି ଆଦି ବିଷୟକୁ ନେଇ ସରକାରଙ୍କୁ ଘେରିବା ସହିତ ଗୃହ ଚଳାଇ ନ ଦେବାକୁ ବିଜେଡି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହୋଇଥିବା ଶୁଣିବାକୁ ମିଳିଛି।

ବୈଠକରେ ଉପସ୍ଥିତ ଜଣେ ବିଧାୟକଙ୍କ ସୂଚନା ମୁତାବକ, ଏଥର ଗୃହରେ ଚାଷୀ ସମସ୍ୟା ଏବଂ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ବିଷୟ ଉଠାଇ ଗୃହ ଚଳାଇ ନ ଦେବାକୁ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଗୃହରେ ବିରୋଧୀ ଯେତେ ହୋହଲ୍ଲା କରି ହଙ୍ଗାମା କରିବେ ତାହା ଶାସକ ଦଳକୁ ସୁହାଇବ। ଏ ଅନୁଭୂତି ଦଳର ସଭାପତିଙ୍କ ପାଖରେ ରହିଛି। ନବୀନ କିନ୍ତୁ ଗୃହ ଚଳାଇ ନ ଦେବାକୁ କହିବା ସହିତ ଆଲୋଚନାରେ ମଧ୍ୟ ଭଲ ଭାବେ ଭାଗ ନେବା ପାଇଁ କହିଥିଲେ ବୋଲି ବିଧାୟକ ଜଣକ କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବୈଠକ ସମୟରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କହିଥିଲେ, ଯଦି ଆମେ ଗୃହରେ ହଟ୍ଟଗୋଳ କରିବା, ତେବେ ଆଲୋଚନାରେ କେମିତି ଭାଗ ନେବା। ଅନ୍ୟ ବରିଷ୍ଠ ନେତା ତଥା ପ୍ରସନ୍ନ ଆଚାର୍ଯ୍ୟ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ମତାମତ ରଖିବା ପାଇଁ ସୁଯୋଗ ପାଇଥିବା ଜଣାପଡ଼ିଛି।
ବୈଠକରେ ନବୀନ କହିଛନ୍ତି, ମଙ୍ଗଳବାରଠାରୁ ବଜେଟ ଅଧିବେଶନ ଆରମ୍ଭ ହେଉଛି। ଏହାକୁ ଗୁରୁତ୍ୱର ସହ ନେବା ଦରକାର। ସରକାରଙ୍କ ଦୁର୍ବଳତା ଲୋକଲୋଚନକୁ ଆଣିବା ଦରକାର। ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଡବଲ ଇଞ୍ଜିନ ସରକାର ସ୍ଲୋଗାନ ଦେବାରେ ବ୍ୟସ୍ତ। ମଣ୍ଡିରେ ଖୋଲା ଆକାଶ ତଳେ ଚାଷୀଭାଇମାନେ ରାତି ବିତାଉଛନ୍ତି। ବିଜେଡି ସବୁବେଳେ ଚାଷୀମାନଙ୍କ ସହିତ ରହିଛି। ସରକାରଙ୍କ ଚାଷୀ ବିରୋଧୀ କାର୍ଯ୍ୟକଳାପକୁ ଦଳ ବିରୋଧ କରୁଛି। ଚାଷୀମାନଙ୍କ ପାଇଁ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରୁଛି। ଗତ ୯ ତାରିଖରେ କଟ୍‌ନି ଛଟ୍‌ନି ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବୋଲି ନବୀନ କହିଛନ୍ତି। ମଣ୍ଡିରୁ ଚାଷୀଙ୍କ ସ୍ବର ସରକାରଙ୍କୁ ଶୁଣାଯାଉନି, କିନ୍ତୁ ବିଧାନସଭାରେ ଏହି ବିଷୟରେ ବିରୋଧ କରି ଚାଷୀଙ୍କ କଣ୍ଠ ହୁଅ। ସରକାର କେବଳ ଚାଷୀଙ୍କର କ୍ଷତି କରିନାହାନ୍ତି, ବରଂ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିଛନ୍ତି। ଡିସେମ୍ବର ପର୍ଯ୍ୟନ୍ତ ସରକାର ବଜେଟ ଅର୍ଥର ମାତ୍ର ୪୭% ଖର୍ଚ୍ଚ କରିପାରିଛନ୍ତି। କେତେଗୁଡ଼ିଏ ବିଭାଗ ମାତ୍ର ୧୫% ଖର୍ଚ୍ଚ କରିଛନ୍ତି।

ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ଗଲାଣି। ରାଜ୍ୟରେ ଶିଶୁ, ମହିଳା କେହି ସୁରକ୍ଷିତ ନୁହନ୍ତି। ମହାନଦୀ ପ୍ରସଙ୍ଗରେ ସରକାର ଏଯାଏ କିଛି କଲେନାହି। ଛତିଶଗଡ଼ ସରକାର କାର୍ଯ୍ୟ ବିରୋଧରେ ରାଜ୍ୟ ସରକାର ପୂରା ଚୁପ୍‌ ହୋଇଯାଇଛନ୍ତି। ସରକାର କେବଳ ମିଛ ପ୍ରଚାର ଛାଡ଼ିଦେଲେ, ସବୁଥିରେ ଫେଲ୍‌ ହେଉଛନ୍ତି। ରାଜ୍ୟର ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ବିଜେଡି ଜୋର୍‌ଦାର ଲଢ଼େଇ କରିବ ବୋଲି ନବୀନ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri