ବଦଳୁନି ଆଦିବାସୀଙ୍କ ଜୀବନଧାରା

କେନ୍ଦୁଝର, ୧୦ା୮(ସ୍ବ.ପ୍ର.)-ଆଦିବାସୀଙ୍କ ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି, ହେଲେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ଫଳପ୍ରଦ ହେଉନାହିଁ। ଫଳରେ ସେମାନଙ୍କ ଜୀବନଧାରା ବଦଳିପାରୁନି। କେନ୍ଦୁଝର ଜିଲାରେ ବଣପାହାଡ଼ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ଏବେବି ଜଙ୍ଗଲ ଉପରେ ନିର୍ଭର କରି ଚଳୁଛନ୍ତି। ପେଟପାଟଣା ପାଇଁ ମୁଣ୍ଡ ଓ ଭାରରେ କାଠ ବୋହି ସହରକୁ ନେଇ ବିକ୍ରି କରିବାକୁ ଯାଉଛନ୍ତି। ଖଣିଖାଦାନ ଯୋଗୁ ଜଙ୍ଗଲ ଉଜୁଡ଼ିଯିବା ଫଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ମଧ୍ୟ କରୋନା ମହାମାରୀ ସମୟରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡିଛି।
ଅନେକ ଆଦିବାସୀ ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ। ପାନୀୟ ଜଳ, ବିଦ୍ୟୁତ୍‌ ସେବା, ସ୍ବାସ୍ଥ୍ୟସେବା, ବାସଗୃହ, ମୋବାଇଲ ତଥା ବ୍ୟାଙ୍କିଙ୍ଗ୍‌ ସେବା ଆଦି ଭଳି ମୌଳିକ ସୁବିଧା ମିଳୁନାହିଁ। ବିଶେଷ କରି ସେମାନଙ୍କ ଅର୍ଥନୈତିକ ବିକାଶ ଦିଗରେ ସଫଳ ପଦକ୍ଷେପ ନିଆଯାଉ ନ ଥିବାରୁ ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇପାରୁ ନାହିଁ। ଖଣିଖାଦନ ଯୋଗୁ ଯୋଡ଼ା, ବାଂଶପାଳ, ହାଟଡ଼ିହି ଆଦି ବ୍ଲକ ଅଞ୍ଚଳରେ ସେମାନଙ୍କ ଜୀବନଜୀବିକା କ୍ଷତିଗ୍ରସ୍ତ ହୋଇଛି। ପେଟପାଟଣା ପାଇଁ ଖଣିଖାଦାନ, କ୍ୱାରି, ଶିଳ୍ପ ଆଦିରେ କାମ କରିବାକୁ ଆଗ୍ରହୀ ଥିଲେ ହେଁ ମିଳୁ ନ ଥିବାରୁ ବାଧ୍ୟ ହୋଇ ସେମାନେ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୭୧ ମସିହାରେ ଜିଲାରେ ଆଦିବାସୀଙ୍କ ସଂଖ୍ୟା ୪,୪୮,୬୭୧ ଥିଲା। ୨୦୧୧ ଜନଗଣନା ଅନୁଯାୟୀ ସେମାନଙ୍କ ସଂଖ୍ୟା ୬,୧୮,୮୭୮ ରେ ପହଞ୍ଚତ୍ଛି। ସେମାନଙ୍କ ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ୪୫.୪୫ ପ୍ରତିଶତ। ସେଥିରୁ ମହିଳା ୪୬.୧୩ ପ୍ରତିଶତ ଓ ପୁରୁଷ ୪୪.୭୮ ପ୍ରତିଶତ। ଜିଲାରେ ସମୁଦାୟ ୫୬ ପ୍ରକାରର ଆଦିବାସୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ବାଥୁଡି, ଭୂୟାଁ, ଜୁଆଙ୍ଗ, ଭୂମିଜ, ଗୌଣ୍ଡ, ହୋ, ଖରଓାର, କିସାନ, କୋହ୍ଲ, ମୁଣ୍ଡା, କୋରା, ସାନ୍ତାଳ, ଓରାମ, ଶବର, ସାଉନ୍ତିଙ୍କ ସଂଖ୍ୟା ୯୭.୭୨ ପ୍ରତିଶତ ରହିଛି। ଜିଲାର ଜୁଆଙ୍ଗ ଓ ଭୂୟାଁ ଆଦିବାସୀ ପୁରାତନ ଜନଜାତି ଶ୍ରେଣୀର। ସର୍ବାଧିକ ଆଦିବାସୀ କେନ୍ଦୁଝର ଉପଖଣ୍ଡରେ ବସବାସ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଦିବାସୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ। ମହିଳାମାନେ ଅଧିକ କର୍ମଠ। ଏଣୁ ମହିଳାଙ୍କ ବିକାଶକୁ ଗୁରୁତ୍ୱ ଦିଆଗଲେ ସେମାନଙ୍କ ବିକାଶ ଅଧିକ ହୋଇପାରିବ ବୋଲି ଆଦିବାସୀ ନେତା କୈଳାସ ନାୟକ କହିଛନ୍ତି। ମହିଳା ଆଦିବାସୀଙ୍କ ସାକ୍ଷରତା ହାର ୪୧.୫୬ ପ୍ରତିଶତ ରହିଛି। ଏଣୁ ସାକ୍ଷରତା ହାର ବୃଦ୍ଧି କରିବା ସହ ସେମାନଙ୍କ ପାଇଁ ଆସୁଥିବା ଅନୁଦାନର ଉପଯୁକ୍ତ ତଦାରଖ କରାଯାଇ ପାରିଲେ ସେମାନଙ୍କ ପ୍ରକୃତ ବିକାଶ ହୋଇ ପାରିବ ବୋଲି ଆଦିବାସୀ ନେତା ସତ୍ୟବ୍ରତ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri