Posted inଖେଳ

ପୁଅର ନାମ କ’ଣ ରଖିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଜାଣନ୍ତୁ

ନୂଆଦିଲ୍ଲୀ, ୫।୮: ନିକଟରେ ପିତୃତ୍ୱ ଲାଭ କରିଥିବା ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ରହୁଛନ୍ତି। ହାର୍ଦ୍ଦିକ କେତେବେଳେ ନବଜାତ ପୁଅ ସହ ତ ପୁଣି କେତେବେଳେ ସ୍ତ୍ରୀ ତଥା ସର୍ବିୟା ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ ଏକାଠି ଥିବାର ହୋଇଥିବାର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ସଦ୍ୟତମ ଘଟଣାକ୍ରମେ ହସ୍ପିଟାଲରେ ପାଖାପାଖି ଗୋଟିଏ ସପ୍ତାହ ରହିବା ପରେ ହାର୍ଦ୍ଦିକ ସ୍ତ୍ରୀ ନତାଶା ଓ ନବଜାତ ସନ୍ତାନକୁ ନେଇ ଘରକୁ ଫେରିଛନ୍ତି। ହାର୍ଦ୍ଦିକ ଯେତେବେଳେ ଘରେ ପହଞ୍ଚତ୍ଥିଲେ ସେଠାରେ ତାଙ୍କ ଭାଉଜ ତଥା କ୍ରୁନାଲ ପାଣ୍ଡ୍ୟାଙ୍କ ସ୍ତ୍ରୀ ପାଙ୍ଖୁରୀ ଶର୍ମା ନବଜାତ ସନ୍ତାନ ପାଇଁ ଏକ ବଡ଼ ସ୍ବାଗତର ଆୟୋଜନ କରିଥିଲେ। ପୁରା ଘର ବେଲୁନରେ ସାଜସଜ୍ଜା ହୋଇଥିଲା। ଭାଉଜଙ୍କ ଏଭଳି ସାଜସଜ୍ଜାକୁ ଦେଖି ହାର୍ଦ୍ଦିକ ବହୁତ ଖୁସି ହୋଇଯାଇଥିଲେ। ପାଙ୍ଖୁରୀ ମଧ୍ୟ ଏହି ଅବସରରେ ଏକ ଛୋଟିଆ ପାର୍ଟିର ଆୟୋଜନ କରିଥିଲେ।

ତେବେ ପାର୍ଟିରେ ଯେଉଁ କେକ୍‌ କଟାଯାଇଥିଲା ସେହି କାରଣରୁ ହାର୍ଦ୍ଦିକଙ୍କ ନବଜାତ ପୁତ୍ର ସନ୍ତାନର ନାମ କ’ଣ ରଖିଛନ୍ତି ତାହା ଜଣାପଡ଼ିଯାଇଛି। ହାର୍ଦ୍ଦିକ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ପକ୍ଷରୁ ପୂର୍ବରୁ ନବଜାତ ସନ୍ତାନର ନାମ ପ୍ରକାଶ କରାଯାଇ ନ ଥିଲା। କିନ୍ତୁ ଏହି କେକ୍‌ ଏବେ ହାର୍ଦ୍ଦିକଙ୍କ ପୁଅର ନାମ ଖୁଲାସା କରିଛି। କେକ୍‌ କମ୍ପାନୀ ପକ୍ଷରୁ ଏହାର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରାଯାଇଛି। ଯେଉଁଥିରେ କେକ୍‌ ଉପରେ ‘ସ୍ବାଗତ ହେ ନତାଶା ଓ ଅଗସ୍ତ୍ୟା’ ବୋଲି ଲେଖାଯାଇଛି। ଫଳରେ ହାର୍ଦ୍ଦିକଙ୍କ ପୁଅର ନାମ ଅଗସ୍ତ୍ୟା ବୋଲି ଏଥିରୁ ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri