ଶହୀଦ ସ୍ମୃତିପୀଠକୁ ଅଣଦେଖା

ବରୀ,୩ା୮: ସ୍ବାଧୀନତା ସଂଗ୍ରାମରେ ଯାଜପୁର ଜିଲା ବରୀ ବ୍ଲକର ଅବଦାନ ସ୍ବର୍ଣ୍ଣିମ ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇଛି। ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ ଡାକରାରେ ସାମିଲ ହୋଇଥିବା ଏଠାକାର ସଂଗ୍ରାମୀମାନଙ୍କ ମଧ୍ୟରୁ ଗହ୍ମାପୂର୍ଣ୍ଣମୀ ତିଥିରେ ୪ଜଣ ଶ୍ରୀରାମପୁର ଗ୍ରାମର ସାଉଁଟି ମଳିକ, ହାଟସାହି ଗ୍ରାମର ମାୟାଧର ଭୂୟାଁ , କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ବାଇଁ ଓ ହାଡିବନ୍ଧୁ ପଣ୍ଡା ଶହୀଦ ହୋଇଥିଲେ। ସେମାନଙ୍କ ସ୍ମୃତିରେ କଳାମାଟିଆଠାରେ ନିର୍ମାଣ କରାଯାଇଥିଲା ଶହୀଦ ସ୍ମୃତିପୀଠ। ରକ୍ତପୀଠ ଭାବେ ପରିଚିତ ଏହି ପୀଠ ଏବେ ଅବହେଳିତ ହୋଇ ପଡିରହିଛି। ଉକ୍ତ ସ୍ଥାନକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ର ମାନ୍ୟତା ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ବି କିଛି ସୁଫଳ ମିଳିନି। ଶହୀଦଙ୍କ ପରିବାରକୁ କେବଳ ସରକାରୀ ଭତ୍ତା ମିଳୁ ଥିବା ବେଳେ ସ୍ମୃତି ପୀଠ ଉନ୍ନତୀକରଣ ଦିଗରେ ପ୍ରଶାସନ କିମ୍ବା ସରକାର କେବେ ପଦକ୍ଷେପ ନେଇନାହାନ୍ତି। ଏବେ ବି ବଣଜଙ୍ଗଲ ଭିତରେ ଅଣଦେଖା, ଅଲୋଡ଼ା ଭାବେ ପଡ଼ିରହିଛି ସେହି ବୀର ସଂଗ୍ରାମୀଙ୍କ ସ୍ମୃତିସ୍ତମ୍ଭ। ରାକ୍ଷୀ ପୂର୍ଣ୍ଣମୀ ଦିନ ଉକ୍ତ ସ୍ଥାନ ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ଲୋକ ଦେଖାଣିଆ ଭାବେ ଅନେକେ ଭାବ ପ୍ରବଣତା ପ୍ରକାଶ କରନ୍ତି। ମାତ୍ର ପରବର୍ତ୍ତୀ ସମୟରେ ଏହି ସ୍ଥାନର ଉନ୍ନତୀକରଣ ବା ମାନ୍ୟତା ପ୍ରଦାନ ଦିଗରେ କେହି ଉଦ୍ୟମ କରୁ ନ ଥିବାରୁ ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହା ଅବହେଳିତ ଭାବେ ପଡ଼ିରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ବରୀପାଳଠାରେ ଥିବା ସଂଗ୍ରାମୀ ଭବନ ପରିସରରେ ସ୍ବାଧୀନତା ସଂଗ୍ରାମରେ ସାମିଲ ଥିବା ସମସ୍ତ ସଂଗ୍ରାମୀଙ୍କ ତୈଳଚିତ୍ର ରଖାଯିବାକୁ ଶହୀଦ ମାୟାଧର ଭୂୟାଁଙ୍କ ନାତି ତଥା ଶିକ୍ଷକ ଚିତ୍ତରଞ୍ଜନ ଭୂୟାଁ  ଦାବି କରିଛନ୍ତି। ଏଥିସହ ୪ଜଣ ଶହୀଦଙ୍କ ନିଜ ଗ୍ରାମରେ ସେମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ସଂଗ୍ରାମୀଙ୍କ ସମ୍ପର୍କରେ ପିଲାମାନଙ୍କ ଅବଗତି ନିମନ୍ତେ ସ୍କୁଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଚିତ୍ତରଞ୍ଜନ ଦାବି କରିଛନ୍ତି।
ସୂଚନାଥାଉ କି, ଶହୀଦ ପୀଠ ଚତୁଃପାର୍ଶ୍ୱରେ ପାଚେରି ନିର୍ମାଣ ପାଇଁ ଗତ ମେ ୨୪ ତାରିଖରେ ବରୀ ବିଧାୟିକା ତାଙ୍କ ହାତ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିନିମନ୍ତେ ଭୂମିପୂଜନ ସରିଛି।

ସଂଗ୍ରାମୀଙ୍କ ବୀରତ୍ୱର ଗାଥା

ଭାରତଛାଡ ଆନ୍ଦୋଳନରେ ବରୀର ସଂଗ୍ରାମୀମାନେ ବାସୁଦେବ ସାମଲଙ୍କ ନେତୃତ୍ୱରେ କାଇପଡ଼ା ପୋଷ୍ଟ ଅଫିସ୍‌ରେ ନିଆଁ ଲଗାଇ ଦେଇଥିଲେ। ଏହାର କିଛିଦିନ ପରେ ଗହ୍ମା ପୂର୍ଣ୍ଣିମା ତିଥିରେ ସଂଗ୍ରାମୀମାନେ କାଇପଡ଼ା ଗୋଲାଠାରେ ସଭା କରୁଥିବା ବେଳେ ବ୍ରିଟିଶ ଫୌଜ ସେଠାରୁ ୧୧ଜଣଙ୍କୁ ବନ୍ଦୀ କରି କଳାମାଟିଆ ନିମ୍ନମୌଳିକ ବିଦ୍ୟାଳୟକୁ ନେଇଯାଇଥିଲେ। ସେଠାରୁ ସେମାନଙ୍କୁ ଡଙ୍ଗାରେ ବିଞ୍ଝାରପୁର ଥାନାକୁ ନିଆଯିବାକୁ ଉଦ୍ୟମ କରାଯାଉଥିବା ବେଳେ ବରୀ ଅଞ୍ଚଳର ଶହଶହ ସଂଗ୍ରାମୀ ସେଠାରେ ପହଞ୍ଚତ୍ଥିଲେ। ଏହାପରେ ଡିଏସ୍‌ପି ଲକ୍ଷ୍ମଣ ମିଶ୍ର ଓ ବିଞ୍ଝାରପୁର ଥାନା ସବ୍‌ ଇନ୍ସପେକ୍ଟର ନବାବ ଖଁାଙ୍କ ନିର୍ଦ୍ଦେଶରେ ବିହାରୀ ପୋଲିସ ଫୌଜ ସଂଗ୍ରାମୀଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ଶ୍ରୀରାମପୁର ଗ୍ରାମର ସାଉଁଟି ମଳିକ, ହାଟସାହି ଗ୍ରାମର ମାୟାଧର ଭୂୟାଁ , କୃଷ୍ଣନଗର ଗ୍ରାମର ସାନନ୍ଦ ସ୍ବାଇଁ ଓ ହାଡ଼ିବନ୍ଧୁ ପଣ୍ଡା ଶହୀଦ ହୋଇଥିବା ବେଳେ ଅନେକେ ଆହତ ହୋଇଥିଲେ।

ମହେନ୍ଦ୍ର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri