Posted inଫୁରସତ

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଖବର ଆସିଲା ଏହି ବ୍ୟକ୍ତିଙ୍କୁ କରୋନା, ଆଉ ତା’ ପରେ…

କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଭାରତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ, ଲୋକମାନେ ଏହି ରୋଗକୁ ନେଇ ଏତେ ଭୟଭୀତ ହୋଇପଡ଼ିଛନ୍ତି ଯେ, ଯେତେବେଳେ ବି କରୋନା ସଂକ୍ରମିତ ଖବର ଆସେ ଲୋକମାନେ ଭୟଭୀତ ହୋଇପଡ଼ନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଟ୍ରେନ୍‌ରେ। ଏଥିରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ହଠାତ୍‌ ଜାଣିବାକୁ ପାଇଲେ ସେ କରୋନା ପଜିଟିଭ୍‌। ଆଉ ତା’ ପରେ ଯାହା ଘଟିଲା ଜାଣନ୍ତୁ…


ବ୍ୟକ୍ତି ଜଣକ କୋଝିକୋଡ୍‌-ଥିରୁଭନନ୍ତପୁରମ ଜନଶତାବ୍ଦୀ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିଲେ। ଜଣେ ଅଧିକାରୀ କହିଛନ୍ତି, କୋଝିକୋଡ୍‌ ଜିଲା କୁନ୍ନାମଙ୍ଗଲାମର ଜଣେ ଶ୍ରମିକ ୩ ଦିନ ପୂର୍ବରୁ କୋଝିକୋଡ୍‌ରେ କରୋନା ପରୀକ୍ଷା ପାଇଁ ନମୁନା ଦେଇଥିଲେ। ପରୀକ୍ଷା ରିପୋର୍ଟ ଆସିବା ପୂର୍ବରୁ ସେ ନିଜ ସହରକୁ ଯାଇ ଗର୍ଭବତୀ ସ୍ତ୍ରୀଙ୍କୁ ଡାକ୍ତରଖାନା ନେଇ ଯାଉଥିଲେ। ତେବେ ବ୍ୟକ୍ତି ଜଣଙ୍କ ତାମିଲନାଡୁରୁ ନିଜ ସହରକୁ ଯିବା ପାଇଁ ଟ୍ରେନରେ ଚଢ଼ିଥିଲେ। ଏହି ସମୟରେ ସେ ସ୍ବାସ୍ଥ୍ୟ ଅଧିକାରୀଙ୍କଠାରୁ ଏକ କଲ୍‌ ପାଇଥିଲେ ଏବଂ ତାଙ୍କୁ ଏର୍ନାକୁଲମ ଟାଉନ ଷ୍ଟେଶନରେ ଓହ୍ଲାଇବାକୁ କୁହାଯାଇଥିଲା।


ଖବର ଅନୁଯାୟୀ, କୋଝିକୋଡ୍‌ରେ ଥିବା ସ୍ବାସ୍ଥ୍ୟ ଅଧିକାରୀମାନେ କରୋନା ପଜିଟିଭ୍‌ ଆସିବା ପରେ ତାଙ୍କ ସହ ଯୋଗାଯୋଗ କରିଥିଲେ, କିନ୍ତୁ ସେତେବେଳକୁ ଟ୍ରେନ୍‌ ଷ୍ଟେଶନ ଛାଡ଼ି ସାରିଥିଲା।
ଏହା ପରେ ପୁଣି ଥରେ ତ୍ରିଶୂର ଜିଲାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା। ଏହି ଷ୍ଟେଶନରେ ପହଞ୍ଚିବା ବେଳକୁ ସେଠାରୁ ମଧ୍ୟ ଟ୍ରେନ୍‌ ଚାଲିଯାଇଥିଲା। ଏର୍ନାକୁଲମରେ ସ୍ବାସ୍ଥ୍ୟ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନରୁ ଓହ୍ଲାଇ ଡାକ୍ତରଖାନାକୁ ଆଣିଥିଲେ।


ରେଳ ବିଭାଗର ଜଣେ ଅଧିକାରୀ କହିଛନ୍ତି, ସଂକ୍ରମିତ ବ୍ୟକ୍ତିଙ୍କୁ ଓହ୍ଲାଇବା ପରେ ସେ ଯେଉଁ ବଗିରେ ଯାଉଥିଲେ ତାହାକୁ ସିଲ୍‌ କରାଯାଇଥିଲା। ଯାହାଦ୍ୱାରା ଅନ୍ୟମାନେ ପ୍ରବେଶ କରିପାରିବେ ନାହିଁ। ଯେଉଁମାନେ ପୀଡ଼ିତଙ୍କ ସହ ସେହି ବଗିରେ ଥିଲେ ସେମାନଙ୍କୁ ମଧ୍ୟ ଟ୍ରେନର ଦ୍ୱିତୀୟ ବଗିକୁ ସ୍ଥାନାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେବାର ଅନ୍ୟନାମ ‘ରେଡ୍‌କ୍ରସ’

ପ୍ରତିବର୍ଷ ମେ’୮ରେ ବିଶ୍ୱ ରେଡକ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡକ୍ରସ ଏବଂ ରେଡ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେରଖିବା ପାଇଁ ଏହା ପାଳନ କରାଯାଏ।...

”ଜନସଚେତନତା ବିପଦ ଏଡ଼ାଇବ“

ପ୍ରତିବର୍ଷ ମେ’ ୮ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ଥାଲାସିମିଆ ଦିବସ’। ଚଳିତ ବର୍ଷର ଏହି ଦିବସ ଉପଲକ୍ଷେ ପ୍ରସାରିତ ବାର୍ତ୍ତାଟିରେ କୌଣସି ଅସ୍ପଷ୍ଟତା ନାହିଁ।...

ଗୋଡ଼ରେ ଭୋଟ ଦେଲେ

ଅହମଦାବାଦ: ମଙ୍ଗଳବାର ଭାରତର ତୃତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଏହି ମହାପର୍ବରେ ଗୁଜରାଟର ଏକ ପୋଲିଂ ବୁଥ୍‌ରେ ଅଙ୍କିତ ସୋନି...

ବାପାଙ୍କ ଦୋକାନ ବନ୍ଦ ହେବନି

ନୂଆଦିଲ୍ଲୀ: ରୋଲ୍‌ ପ୍ରସ୍ତୁତ କରୁଥିବା ଏକ ୧୦ ବର୍ଷୀୟ ବାଳକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଶ୍‌ପ୍ରୀତ ନାମକ ଏହି ବାଳକଙ୍କ ମାତ୍ର...

ଗୋଟିଏ ଭୋଟର ମୂଲ୍ୟ ତୁମେ କ’ଣ ବୁଝିବ ବାବୁ! ଭୋଟ ଦେବାକୁ କାଲିଫର୍ନିଆରୁ ବିହାର ପହଞ୍ଚିଲେ ଦମ୍ପତି

ବୈଶାଳି,୬।୫: ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭୋଟର ମହତ୍ତ୍ୱ କ’ଣ। ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବିହାରର ଏକ...

ପେଟ୍ରୋଲ ମହଙ୍ଗା, ମାତ୍ର ବିମାନରେ ବ୍ୟବହୃତ ଇନ୍ଧନ ଶସ୍ତା,ଜାଣନ୍ତୁ କାହିଁକି…

ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଥାଏ। କିନ୍ତୁ ଏହି ସମୟରେ ସୋସିଆଲ ମିଡିଆରେ ଏକ...

ବିଶ୍ୱ ରେଡ୍‌କ୍ରସ ଦିବସ

ପ୍ରତିବର୍ଷ ମେ’ ୮ରେ ବିଶ୍ୱ ରେଡ୍‌କ୍ରସ ଦିବସ ପାଳନ କରାଯାଏ। ଅନ୍ତର୍ଜାତୀୟ ରେଡ୍‌କ୍ରସ ଏବଂ ରେଡ୍‌ କ୍ରିସେଣ୍ଟ ଆନ୍ଦୋଳନର ନୀତି ମନେ ରଖିବା ପାଇଁ ଏହା...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri