କିଆରା@୨୮: ଏମ୍‌ ଏସ୍‌ ଧୋନୀ ନୁହେଁ, ଏହି ଫିଲ୍ମରୁ କରିଥିଲେ ବଲିଉଡ୍‌ରେ ଡେବ୍ୟୁ; ଜାଣନ୍ତୁ….

ବଲିଉଡ୍‌ର ଜଣେ ପରିଚିତ ତଥା ସଫଳ ଅଭିନେତ୍ରୀ ହେଉଛନ୍ତି କିଆରା ଆଡଭାନୀ। ନିଜର ସନ୍ଦର୍ଯ୍ୟ ଏବଂ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ଆଜି ହେଉଛି ଏହି ଅଭିନେତ୍ରୀଙ୍କର ଜନ୍ମଦିନ। ୧୯୯୨ରେ ଜନ୍ମିତ କିଆରା ଆଜି ୨୮ ବର୍ଷରେ ପାଦ ଦେଇଛନ୍ତି।
୨୦୧୪ରେ ଫିଲ୍ମ ‘ଫଗଲୀ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ କିୟାରା। ଡେବ୍ୟୁ ପୂର୍ବରୁ ସେ ନିଜ ନାମ ଆଲିଆରୁ କିୟାରା କରିଥିଲେ। କାରଣ ପୂର୍ବରୁ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆଲିଆ ଭଟ୍ଟ ସଫଳତା ପାଇସାରିଥିଲେ। ସଲମାନ୍‌ଙ୍କ କହିବା ଅନୁଯାୟୀ କିଆରା ନିଜ ନାମକୁ ପରିବର୍ତ୍ତନ କରିଥିଲେ। ସୋସିଆଲ ମିଡିଆ ଆକାଉଣ୍ଟରେ କିଆରାଙ୍କର ନାମ ଏବେ ମଧ୍ୟ ଆଲିଆ ରହିଛି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ନିଜ ନାମକୁ ସାମାନ୍ୟ ପରିର୍ତ୍ତନ କରି ରଖିଛନ୍ତି କିୟାରା ଆଲିଆ ଆଡଭାନୀ। କିଆରା ଜ୍ୟୋତିଷ ଉପରେ ଆଦୌ ହେଲେ ବିଶ୍ୱାସ କରନ୍ତି ନାହିଁ। ନିଜ ପରିଶ୍ରମ ଉପରେ ବିଶ୍ୱାସ କରନ୍ତି, ତେଣୁ ନାମ ପରିବର୍ତ୍ତନ କରିଥିବା ସେ କହିଛନ୍ତି। ଜଣାଶୁଣା ମଡେଲ ଶାହୀନ ଜାଫରୀ ହେଉଛନ୍ତି କିୟାରାଙ୍କର ମାଉସୀ। ଶାହୀନ ହେଉଛନ୍ତି ଭେଟେରାନ ଅଭିନେତା ଅଶୋକ କୁମାରଙ୍କ ନାତୁଣୀ। ଏକ ସମୟରେ ଶାହୀନ ଏବଂ ସଲମାନ୍‌ଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଥିସହ କିଆରା ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କ ଭାଣେଜି।
୨୦୧୬ରେ ମୁକ୍ତିଲାଭ କରିଥିବା ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଫିଲ୍ମ ‘ଏମ୍‌ ଏସ୍‌ ଧୋନୀ: ଦ ଅନଟୋଲ୍ଡ ଲଭ୍‌ ଷ୍ଟୋରୀ’ରୁ ତାଙ୍କୁ ପ୍ରକୃତ ପରିଚୟ ମିଳିଥିଲା। ଏଥିରେ ସେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ କିଆରାଙ୍କୁ କଲଙ୍କ, କବୀର ସିଂ ଏବଂ ଶୁଭ ସମ୍ବାଦ ଆଦି ସିନେମାରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri