ଛାତ ପାଲଟିଛି ବଗିଚା

ବାରିପଦା ଅଫିସ, ୩୧ା୭- ପରିବେଶ ପ୍ରତି ଦୁର୍ବଳତା ରହିଛି ତାଙ୍କର। ସେଥିପାଇଁ ନିଜ ଛାତ ଉପରେ ତିଆରି କରିଛନ୍ତି ସୁନ୍ଦର ବଗିଚା। ଏହି ବଗିଚାରେ ଭଳିକି ଭଳିି ଫୁଲ ଓ ଫଳ ସାଙ୍ଗକୁ ରହିଛି ପନପରିବା ଗଛର ସମ୍ଭାର। ଏହି ବଗିଚାକୁ ଦେଖିଲେ ଯେ କେହି ବି କ୍ଷଣିକ ପାଇଁ ଅଟକିଯିବେ। ଛାତ ଉପରେ ଏହିଭଳି ବଗିଚା ତିଆରି କରିଛନ୍ତି ବାରିପଦା ପୌରପରିଷଦ ଅଧୀନ ୫ନଂ. ୱାର୍ଡ଼ ସୁରୂପନଗର ବାସିନ୍ଦା ଧରଣୀ କୁମାର ଦେ। ଏହି ବଗିଚାକୁ ଦେଖିଲେ ଜଣାପଡ଼େ ଧରଣୀଙ୍କ ପରିବେଶ ପ୍ରତି ଭଲ ପାଇବା କେତେ। ସପେଟା, ପିଜୁଳି, ଆମ୍ବ, ନଡ଼ିଆ, ଡାଳିମ୍ବ, ବରକୋଳି, ଲେମ୍ବୁ, ଭେଣ୍ଡି, ପୋଇ, ପୋଟଳ, ଗୋଲାପ, ଗେଣ୍ଡୁ ଫୁଲ, ଧନିଆ ପତ୍ର, ଲଙ୍କା ଆଦି ୪୦ରୁ ଉର୍ଦ୍ଧ୍ୱ ବିଭିନ୍ନ ଫୁଲ, ଫଳ ଓ ପନିପରିବା ଗଛ ଲଗାଇଛନ୍ତି। କେବଳ ସେତିକ ନୁହେଁ ଥାଲକୁଡ଼ି, ଅଶ୍ୱଗନ୍ଧା ଭଳି ଔଷଧିୟ ବୃକ୍ଷ ମଧ୍ୟ ଲଗାଇଛନ୍ତି ସେ। ଧରଣୀ କୁହନ୍ତି ଯେ, ପିଲାଦିନୁ ଗଛ ପ୍ରତି ତାଙ୍କର ଦୁର୍ବଳତା ଥିଲା। ସହରରେ ରହୁଥିବା ହେତୁ ଗଛ ଲଗାଇବା ପାଇଁ ଜାଗାର ଅଭାବ ଦେଖାଦେଲା। ତେଣୁ ଛାତ ଉପରେ ସେ ବଗିଚା କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ମାଟି କୁଣ୍ଡରେ ବିଭିନ୍ନ ଗଛ ଲଗାଇଥିଲେ। ମାତ୍ର ମାଟିକୁଣ୍ଡ ଅଳ୍ପ ଦିନ ପରେ ନଷ୍ଟ ହୋଇଯାଉଥିଲା। ଏବେ ସେ ପ୍ଲାଷ୍ଟିକ୍‌ କୁଣ୍ଡରେ ବିଭିନ୍ନ ପ୍ରକାର ଗଛ ଲଗାଇଛନ୍ତି। ବଜାରରେ ମିଳୁଥିବା ପନିପରିବାରେ ରାସାୟନିକ ସାର ଦିଆଯାଉଥିବା ବେଳେ ତାହା ଦେହ ପାଇଁ କ୍ଷତିକାରକ। କିନ୍ତୁ ଜୈବିକ ସାର ବ୍ୟବହାର କରି ନିଜେ ଚାଷ କଲେ ସେଥିରୁ ମୁକ୍ତି ମିଳିବ। ଛାତରେ ବଗିଚା କରିବା ପାଇଁ କମ୍‌ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିଶ୍ରମ ମଧ୍ୟ କମ୍‌। ଗୋଟିଏ ପରିବାର ପାଇଁ ଯେତିକି ଆବଶ୍ୟକ ସେତିକି ପନିପରିବା ଆରାମରେ ଚାଷରୁ ମିଳିଯିବ। ଜଣେ ଚାହିଁଲେ ନିଜ ଛାତ ଉପରେ ସୁନ୍ଦର ବଗିଚାଟିଏ କରିପାରିବ। ବର୍ଷ ସାରା ତାଙ୍କୁ ପନିପରିବା କିଣିବା ପାଇଁ ପଡ଼ୁ ନ ଥିବା ସେ କହିଛନ୍ତି। ଋତୁ ଅନୁସାରେ ସେ ପନିପରିବା ଚାଷ କରନ୍ତି। ଶୀତ ଋତୁରେ ଫୁଲ କୋବି, ବନ୍ଧାକୋବି, ଗାଜର, ମୂଳା, କଖାରୁ ଆଦି ଚାଷ କରିଛନ୍ତି। ଗତ ବର୍ଷ ତାଙ୍କର ୧୨ କେଜି ଓଜନର ଦୁଇଟି କଖାରୁ ହୋଇଥିଲା। ଯେଉଁଦିନ ଅଧିକ ପରିବା ବାହାରେ ସେଦିନ ସେ ସାହିପଡ଼ିଶାଙ୍କୁ ବାଣ୍ଟି ଦିଅନ୍ତି। ପେଶାରେ ଧରଣୀ ଜଣେ ବ୍ୟବସାୟୀ। ବାରିପଦା ଗାନ୍ଧୀ ମାର୍କେଟରେ ତାଙ୍କର ଏକ ଆସବାବପତ୍ର ଦୋକାନ ରହିଥିବା ବେଳେ ନିଶାରେ କିନ୍ତୁ ସେ ଜଣେ ପରିବେଶ ପ୍ରେମୀ। ପ୍ରତିଦିନ ସକାଳ ୬ଟାରୁ ୮ଟା ସେ ବଗିଚାର କାମ କରନ୍ତି। ଏହା ପରେ ସେ ଦୋକାନକୁ ଯାଆନ୍ତି। ସନ୍ଧ୍ୟାବେଳେ ଧରଣୀଙ୍କ ସ୍ତ୍ରୀ ମନୋରମା ଗଛର ଯତ୍ନ ନିଅନ୍ତି। ଏହିଭଳି ପରିବେଶ ପ୍ରତି ତାଙ୍କ ଭଲ ପାଇବା ଯୋଗୁ ନିଜ ଅଞ୍ଚଳରେ ଗଛ ପ୍ରେମୀ ଭାବେ ସେ ଖୁବ୍‌ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ: ଦେଲେ ଗୁରୁଦାୟିତ୍ୱ, ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri