Posted inଖେଳ

କାହିଁକି ଭାରତୀୟ ପ୍ରଶଂସକଙ୍କ ମନ ଜିଣିଲେ ଆଫ୍ରିଦୀ

ନୂଆଦିଲ୍ଲୀ, ୩୦।୭: ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରାକ୍ତନ ଅଧିନାୟକ ଶାହିଦ ଆଫ୍ରିଦୀ ଅଧିକାଂଶ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି। ଯେଉଁଥି ପାଇଁ ଭାରତୀୟ କ୍ରିକେଟ୍‌ ପ୍ରେମୀ ତାଙ୍କୁ ପସନ୍ଦ କରି ନ ଥାନ୍ତି। ନିକଟରେ କଶ୍ମୀର ପ୍ରସଙ୍ଗକୁ ନେଇ ଆଫ୍ରିଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏମିତି ବୟାନ ବାଜି କରିଥିଲେ। ଯାହା ଫଳରେ ସେ ତାଙ୍କର ବନ୍ଧୁ ବୋଲାଉଥିବା ଯୁବରାଜ ସିଂ ଓ ହରଭଜନ ସିଂ ମଧ୍ୟ ତାଙ୍କଠାରୁ ସମ୍ପର୍କ ଛିନ୍ନ କରିଥିଲେ। ତେବେ ଆଫ୍ରିଦୀ ଏବେ ସୋସିଆଲ ମିଡିଆରେ ଏମିତି କିଛି କହିଛନ୍ତି, ଯେଉଁଥି ପାଇଁ ସେ ଭାରତୀୟ ପ୍ରଶଂସକଙ୍କ ମନ ଜିଣିପାରିଛନ୍ତି। ଜଣାପଡ଼ିଛି ଯେ, ଆଫ୍ରିଦୀ ବୁଧବାର ସୋସିଆଲ ମିଡିଆ ଟୁଇଟର୍‌ରେ ପ୍ରଶଂସକଙ୍କ ସହ ‘ପ୍ରଶ୍ନ-ଉତ୍ତର’ ଅଧିବେଶନ କରିଥିଲେ। ଯେଉଁଥିରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରସଙ୍ଗରେ ପ୍ରଶ୍ନ ପଚାରିଥିଲେ ଏବଂ ସେ ସମସ୍ତ ପ୍ରଶ୍ନର ମଧ୍ୟ ଉତ୍ତର ରଖିଥିଲେ। ଏହି ସମୟରେ ଜଣେ ପ୍ରଶଂସକ ଆଫ୍ରିଦୀଙ୍କୁ ପଚାରିଥିଲେ, ‘ଧୋନୀ ଓ ପଣ୍ଟିଂ’ ମଧ୍ୟରେ କିଏ ଭଲ ଅଧିନାୟକ। ଉତ୍ତରରେ ଆଫ୍ରିଦୀ ପଣ୍ଟିଂଙ୍କ ତୁଳନାରେ ଧୋନୀଙ୍କୁ ଜଣେ ଭଲ ଅଧିନାୟକ ବୋଲି କହିଛନ୍ତି। ଏହାର କାରଣରେ ଆଫ୍ରିଦୀ କହିଥିଲେ, ଧୋନୀ ଯୁବ ଖେଳାଳିଙ୍କୁ ନେଇ ଗଠିତ ଗୋଟିଏ ଟିମ୍‌କୁ ଠିଆ କରାଇବାରେ ସଫଳ ହୋଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ, ଆଫ୍ରିଦୀ ଭାରତୀୟ ଦଳର ପ୍ରାକ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଶଂସା କରିବା ଏହା ପ୍ରଥମ ଘଟଣା ନୁହେଁ। ଏଥିପୂର୍ବରୁ ୨୦୧୪ରେ ମଧ୍ୟ ଆଫ୍ରିଦୀ କହିଥିଲେ, ‘ଧୋନୀ ଯେଉଁଭଳି ଭାବରେ ଦଳକୁ ନେଇକି ଯାଉଛନ୍ତି ତାହା ଆଶ୍ଚର୍ଯ୍ୟଜନକ। ସେ ଟିମ୍‌ରେ ଏକ ଭଲ କମ୍ବିନେଶନ ବନାଇ ରଖୁଛନ୍ତି। ଧୋନୀ ସର୍ବଦା ଜଣେ ଭଲ ଅଧିନାୟକ ରହି ଆସିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri