Posted inଫୁରସତ

କରୋନା ପାଇଁ ୨ ମାସ ଡାକ୍ତରଖାନାରେ ରହିଲେ ଏହି ବ୍ୟକ୍ତି, କାଟିବାକୁ ପଡ଼ିଲା ଦୁଇ ହାତର ଆଙ୍ଗୁଠି: ଜାଣନ୍ତୁ..

ମହାମାରୀ କରୋନା ସହ ଲଢ଼ୁଛି ସାରା ବିଶ୍ୱ। ଏଭଳି ସ୍ଥିତିରେ ପ୍ରତ୍ୟେହ ଲକ୍ଷ ଲକ୍ଷ ଲୋକ ଏଥିରେ ସଂକ୍ରମିତ ହେଉଛନ୍ତି। ତେବେ କରୋନାକୁ ହରାଇ ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ କିଛି ଅନ୍ୟମାନଙ୍କ ସହ ନିଜର ମନକଥା ବାଣ୍ଟୁଛନ୍ତି। ସେମାନେ କେଉଁ ପରିସ୍ଥିତିରୁ ମୁକୁଳିଛନ୍ତି, ରୋଗ ପ୍ରତି କେତେ ସତର୍କ ରହିବା ଜରୁରୀ ତାହା କହୁଛନ୍ତି। ଏହି କ୍ରମରେ ଆମେରିକାର ଲସ୍‌ ଆଞ୍ଜେଲସ୍‌ରେ ରହୁଥିବା ଜଣେ ବ୍ୟକ୍ତି କରୋନା ତାଙ୍କ ଉପରେ ବିତିଥିବା ଦୁଃଖଦାୟକ ସମୟ ନେଇ କହିଛନ୍ତି। ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କରୋନାରେ ପୀଡ଼ିତ ହୋଇ ୨ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କରୋନାକୁ ଲୋକମାନେ ଗମ୍ଭୀରତାର ସହ ନିଅନ୍ତୁ। ନଚେତ ତାଙ୍କ ଭଳି ଆଙ୍ଗୁଳି କାଟିବାକୁ ପଡ଼ିପାରେ ବୋଲି ସେ କହିଛନ୍ତି।

ବ୍ୟକ୍ତିଜଣଙ୍କ ହେଲେ ୫୪ ବର୍ଷୀୟ ଗ୍ରେଗ୍‌ ଗାରଫିଲ୍ଡ। କରୋନା ସଂକ୍ରମଣର ପ୍ରାରମ୍ଭିକ ଦିନରେ ସେ ଇଟାଲୀକୁ ବୁଲିବାକୁ ଯାଇଥିବା ବେଳେ ସଂକ୍ରମିତ ହୋଇଯାଇଥିଲେ। ତେବେ ଆମେରିକା ଫେରିବା ପରେ ସେ ଅସୁସ୍ଥ ହୋଇଥିଲେ। ପରେ ଆମେରିକାର ଏକ ହସ୍ପିଟାଲରେ ପ୍ରଥମ ରୋଗୀ ଭାବେ ଗ୍ରେଗ୍‌ ଭର୍ତ୍ତି ହୋଇଥିଲେ। ଏହାର ୪୮ ଘଣ୍ଟା ମଧ୍ୟରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଥିଲା। ତାଙ୍କର ବଞ୍ଚିବାର ଆଶଙ୍କା ୧ ପ୍ରତିଶତ ବୋଲି ଡାକ୍ତରମାନେ କହିଥିଲେ।
ନିଶ୍ୱାସ ପ୍ରଶ୍ୱାସ ନେବାରେ ଗ୍ରେଗ୍‌ କଷ୍ଟ ଅନୁଭବ କରିବା ସହ ବୃକକ୍‌(କିଡନୀ) ଏବଂ ଯକୃତ(ଲିଭର୍‌) ଫେଲ୍‌ ହୋଇଥିଲା। ଫଳରେ ୬୪ ଦିନ ଧରି ତାଙ୍କୁ ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ସେଥିରୁର ୩୧ ଦିନ ସେ ଭେଣ୍ଟିଲେଟରରେ ଥିଲେ। ମେ’ ୮ରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ମିଳିଥିଲା। ହେଲେ ଗ୍ରେଗ୍‌ଙ୍କୁ ଏବେ କରୋନା ପାଇଁ ସାରା ଜୀବନ କଷ୍ଟ ସହିବାକୁ ପଡ଼ିବ। କାରଣ ତାଙ୍କୁ ତାଙ୍କୁ ନିଜର ଦୁଇହାତର ଆଙ୍ଗୁଠି କାଟିବାକୁ ପଡ଼ିଛି। ରକ୍ତ ପ୍ରବାହ ହେବାରେ ଅସୁବିଧା ହେବାରୁ ଏପରି କରାଯାଇଥିବା ଡାକ୍ତରମାନେ ତାଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri