ବିଦ୍ୟାଳୟ ଖୋଲିବ, ଶ୍ରେଣୀଗୃହ ଉପର ମୁକୁଳା

ଜଗତ୍‌ସିଂହପୁର ଅଫିସ,୧୮ା୬: ବାତ୍ୟା ଫନୀ ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଦ୍ୟାଳୟଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ଯିବାର ଇତିମଧ୍ୟରେ ଦେଢ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ପୁନରୁଦ୍ଧାର କାମ ସରିନାହିଁ। ବିଶେଷକରି ସରକାରୀ ବିଦ୍ୟାଳୟଗୁଡିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ କହିଲେ ଚଳେ। ଆସନ୍ତା ୧୯ ତାରିଖରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ଖୋଲିବ। କିନ୍ତୁ ତା’ପୂର୍ବରୁ ବିଦ୍ୟାଳୟଗୁଡିକ ମୁକୁଳା ରହିବା ଚିନ୍ତାର କାରଣ ହୋଇଛି। ଯଦିଓ ବିଦ୍ୟାଳୟ ଖୋଲିଲେ ପିଲାମାନଙ୍କୁ ଅନ୍ୟ ଭଲ ଘରେ ଶିକ୍ଷାଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି, ତେବେ ବାସ୍ତବରେ ଏହା ପ୍ରତ୍ୟେକ ବିଦ୍ୟାଳୟ କ୍ଷେତ୍ରରେ ସମ୍ଭବ ନୁହେଁ। ଏହାବାଦ୍‌ ସ୍ଥାୟୀ ପ୍ରତିକାର ହୋଇ ନ ଥିବାରୁ ପୁନରୁଦ୍ଧାର କାର୍ଯ୍ୟ କେତେ ଶୀଘ୍ର ସରିବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜଗତ୍‌ସିଂହପୁର ଜିଲାରେ ମୋଟ ୧,୫୦୩ ସରକାରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ୧୬୬ ଉଚ୍ଚ ବିଦ୍ୟାଳୟ ରହିଛି। ସରକାରୀ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୫୫୫ଟି ଆଜବେଷ୍ଟସ୍‌ ଘରେ ଚାଲିଛି। ଏହିସବୁ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରେ ବାଲିକୁଦା ବ୍ଲକର ୧୩୮, ବିରିଡ଼ି ୭୧, ଏରସମା ୫୩, ଜଗତ୍‌ସିଂହପୁର ୫୮, କୁଜଙ୍ଗ ୭୨, ନାଉଗାଁ ୨୯, ରଘୁନାଥପୁର ୭୫ ଓ ତିର୍ତ୍ତୋଲ ବ୍ଲକର ୫୯ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ଏସବୁର ମରାମତି ତଥା ପୁନରୁଦ୍ଧାର ବାବଦରେ ୧୮.୯୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଗୋଟିଏ ବି ମରାମତି ହୋଇପାରିନାହିଁ। ସେହିପରି ଜିଲାରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ଦର୍ଶାଯାଇଛି। ସେଗୁଡିକ ମଧ୍ୟରୁ ୨୭ଟି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା ମରାମତି ସରିନାହିଁ। ଏ ପରିସ୍ଥିତିରେ ବିଦ୍ୟାଳୟ ଖୋଲିଲେ ଛାତ୍ରୀଛାତ୍ର କିପରି ଶିକ୍ଷାଲାଭ କରିବେ ତାକୁ ନେଇ ନାନା କଥା ଆଲୋଚନା ଚାଲିଛି। କୁହାଯାଉଛି, ବାତ୍ୟା ଯିବାର ଏତେ ଦିନ ପରେ ମଧ୍ୟ ରାଜ୍ୟ ସରକାର ବିଦ୍ୟାଳୟଗୁଡିକ ମରାମତି କ୍ଷେତ୍ରରେ ଦାୟିତ୍ୱବାନ ହୋଇନାହାନ୍ତି। ଏହା କେବଳ ଆନ୍ତରିକତାର ଅଭାବ। ବଡ଼ କଥା ହେଲା ବାତ୍ୟା ପୂର୍ବରୁ ଅଧିକାଂଶ ବିଦ୍ୟାଳୟରେ ଲୋକଙ୍କୁ ରଖାଯାଇଥିବା କୁହାଯାଇଥିଲା। ଭବିଷ୍ୟତରେ ମଧ୍ୟ କିଛି ସେଭଳି ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ ହେଲେ ସରକାର ଲୋକଙ୍କୁ ବିଦ୍ୟାଳୟଗୁଡିକରେ ରଖିବା କଥା ଚିନ୍ତା କରିବେ। ସେହିପରି ଶିକ୍ଷାକୁ ସରକାର ପ୍ରାଥମିକତା ଦେବା କଥା କହୁଥିବାବେଳେ ବିଦ୍ୟାଳୟ ମରାମତି ପାଇଁ କାହିଁକି ତତ୍ପର ହେଉନାହାନ୍ତି ତାହା ଆଲୋଚନାର ବିଷୟ ହୋଇଛି। ଅନ୍ୟପଟେ ବିଦ୍ୟାଳୟ ମରାମତି ପାଇଁ ଆବଶ୍ୟକଠାରୁ ଅଧିକ ଅନୁଦାନ ଆବଶ୍ୟକ ଥିବା ଦର୍ଶାଯାଇଛି। ଗତ ୧୦ ତାରିଖରେ ଉନ୍ନୟନ କମିଶନର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କହିଛନ୍ତି ଯେ, ମରାମତି କାମ ସରି ନ ଥିଲେ ବିକଳ୍ପ ବ୍ୟବସ୍ଥା କର। ଯେଉଁ ବିଦ୍ୟାଳୟ ଆଜବେଷ୍ଟସ୍‌ ଭାଙ୍ଗିଯାଇଛି ତାକୁ ବାଦ୍‌ ଦେଇ ଅନ୍ୟ କୋଠରୀରେ ପିଲାଙ୍କୁ ଶିକ୍ଷାଦାନ କର। କିନ୍ତୁ ଏହା ପ୍ରତ୍ୟେକ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ନୁହେଁ। କାରଣ ଜିଲାର କ୍ଷତିଗ୍ରସ୍ତ ୫୭ଟି ଅନୁଦାନପ୍ରାପ୍ତ ବିଦ୍ୟାଳୟ ମଧ୍ୟରୁ ବାଲିକୁଦା ବ୍ଲକ ଅନ୍ତର୍ଗତ ଅରିଲୋସ୍ଥିତ ପଞ୍ଚାୟତ ହାଇସ୍କୁଲ ଓ ସାଇଲୋର ଚମ୍ପେସ୍ବର ହାଇସ୍କୁଲ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି ବିଦ୍ୟାଳୟଗୁଡିକର ଛାତ୍ରୀଛାତ୍ର ନିକଟସ୍ଥ ବିଦ୍ୟାଳୟରେ ଅସ୍ଥାୟୀ ଭାବେ ଶିକ୍ଷାଲାଭ କରିବେ ବୋଲି ସୋମବାର ନିଷ୍ପତ୍ତି ନିଆଯାଇଛି। ଏହାବାଦ୍‌ କେତେକ ସରକାରୀ ବିଦ୍ୟାଳୟ ରହିଛି ଯେଉଁଠି ଅଧିକାଂଶ କୋଠରୀ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଶ୍ରେଣୀ ଓ ପିରିୟଡ ଅନୁଯାୟୀ ଅନେକ ବିଦ୍ୟାଳୟର କୋଠରୀ ବ୍ୟବହାର ହେଉଛି। ବଳକା କୋଠରୀ ନ ଥିବା ବିଦ୍ୟାଳୟଗୁଡିକରେ ଏବେ ପିରିୟଡ କାଣ୍ଟଛାଣ୍ଟ କରିବା ନେଇ ଆଲୋଚନା ଚାଲିଛି। ତାହା ନ ହେଲେ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେବନାହିଁ। ଏ ପରିସ୍ଥିତିରେ ବିଦ୍ୟାଳୟଗୁଡିକ କେତେଦିନ ମଧ୍ୟରେ ମରାମତି ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ଭାବରେ ସେଭଳି କିଛି ନିର୍ଦ୍ଦେଶନାମା ଜାରି କରି ନ ଥିବାରୁ ଆଗକୁ କଣ ହେବ ତାହା ସମୟ କହିବ। ଏ ସମ୍ପର୍କରେ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶକ ସପନ କୁମାର ଜେନା କହିଛନ୍ତି, କ୍ଷତିଗ୍ରସ୍ତ ଅଧିକାଂଶ ବିଦ୍ୟାଳୟରେ ସେଭଳି ଅସୁବିଧା ହେବନାହିଁ। ଅନ୍ୟ କୋଠରୀରେ ପିଲାମାନଙ୍କୁ ଶିକ୍ଷାଦାନ କରିବା ସମ୍ଭବ ହେବ। କିନ୍ତୁ କ୍ଷତିଗ୍ରସ୍ତ ୨୭ଟି ବିଦ୍ୟାଳୟ ମରାମତି କାମ ଜୁନ ୧୯ ତାରିଖ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଏହା ସରିବ କି ନାହିଁ କହିହେବ ନାହିଁ। ଜିଲା ଶିକ୍ଷା ଅଧିକାରୀ ପ୍ରତିଭା ମଞ୍ଜରୀ ଦାସ କହିଛନ୍ତି ଯେ, ବାତ୍ୟା ପରେ ସେ ଜିଲାର କ୍ଷତିଗ୍ରସ୍ତ ଶିକ୍ଷାନୁଷ୍ଠାନଗୁଡିକ ସମ୍ପର୍କରେ ତଥ୍ୟ ଦେଇଥିଲେ। ତା ପରେ ମରାମତିରେ ବିଳମ୍ବ ହେଉଛି। ଜଗତ୍‌ସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କେତେକ ବିଦ୍ୟାଳୟରେ ମରାମତି କାମ ଆରମ୍ଭ କରିଥିବା କୁହାଯାଇଛି। କିନ୍ତୁ ସମସ୍ତ ବିଦ୍ୟାଳୟ ମରାମତି କାମ କେବେ ସରିବ ତାହା କହିହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri