Posted inରାଜ୍ୟ

ସମୁଦ୍ରରେ ଚାଲିଛି ଚୋରା ତେଲ ବ୍ୟବସାୟ

ପାରାଦୀପ,୧୮ା୬(ସ୍ବ.ପ୍ର.): ଦୀର୍ଘ ୨ ମାସ ଧରି ଜାରି ହୋଇଥିବା ସାମୁଦ୍ରିକ କଟକଣା ଗତ ୧୪ ତାରିଖ ରାତିରେ ହଟିବା ପରେ ଏବେ ସମୁଦ୍ରରେ ଜୋରଦାର ମାଛଧରା ଚାଲିଛି। ଶତାଧିକ ମାଛଧରା ଟ୍ରଲର ସମୁଦ୍ରରେ ଘୁରି ବୁଲୁଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସମୁଦ୍ରରେ ଚୋରା ତେଲ ବ୍ୟବସାୟୀମାନେ ମଧ୍ୟ ସକ୍ରିୟ ହୋଇପଡିଛନ୍ତି। ପାରାଦୀପ ମାଛଧରା ବନ୍ଦରରୁ ମତ୍ସ୍ୟଜୀବୀମାନେ ଶତାଧିକ ଟ୍ରଲର ଯୋଗେ ସମୁଦ୍ରକୁ ଯାଇ ମାଛ ଧରୁଛନ୍ତି। ଅନେକ ସମୟରେ ଟ୍ରଲରଗୁଡିକରେ ତେଲ ଅଭାବ ଦେଖାଦେଇଥାଏ। ତେଣୁ ସେଗୁଡିକୁ ଚୋରା ତେଲ ଯୋଗାଇ ବେଶ୍‌ ଲାଭବାନ ହେଉଛନ୍ତି ସମ୍ପୃକ୍ତ ଚୋରା ବ୍ୟବସାୟୀମାନେ। ବଜାର ଦରଠାରୁ ସେମାନେ ଲିଟର ପିଛା ୧୦ରୁ ୧୨ଟଙ୍କା କମ୍‌ରେ ବିକ୍ରି କରୁଛନ୍ତି। ଏଥିଯୋଗୁ ଅଧିକାଂଶ ଟ୍ରଲର ମାଲିକ ସେହି ତେଲକୁ ଅପେକ୍ଷା କରିଥାନ୍ତି। ୪ଟି ଡଙ୍ଗା ମହାନଦୀ ଓ ସମୁଦ୍ର ସୀମାରେ ଏପରି ଚୋରା ତେଲ ବ୍ୟବସାୟ କରୁଛନ୍ତି। କୌତୁହଳର କଥା ହେଲା ଏହି ଚୋରା ତେଲ ସମ୍ପୃକ୍ତ ବ୍ୟବସାୟୀଙ୍କୁ ସମୁଦ୍ରରେ ହିଁ ମିଳିଯାଉଛି। ପଣ୍ୟବାହୀ ଜାହାଜ, ବନ୍ଦରରେ ନିୟୋଜିତ ଅନେକ ଟଗ୍‌ବୋଟ, ଏସ୍‌ପିଏମ୍‌(ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ)କୁ ଯାତାୟାତ କରୁଥିବା ଘରୋଇ ବୋଟ୍‌ ଓ ପଣ୍ୟ କାରବାରରେ ସମ୍ପୃକ୍ତ ଅନ୍ୟ ବୋଟ୍‌ଗୁଡ଼ିକ ପ୍ରାୟତଃ ତେଲ ଚୋରାରେ ବିକ୍ରି କରିଥାନ୍ତି। ସେହି ତେଲ ଅଧା ମୂଲ୍ୟରେ କିଣି ସମ୍ପୃକ୍ତ ବ୍ୟବସାୟୀମାନେ ମାଛଧରା ଟ୍ରଲରକୁ ବିକ୍ରି କରିଥାନ୍ତି। ଏଥିସହିତ ବନ୍ଦର ସହିତ ସମ୍ପୃକ୍ତ ତୈଳ ପାଇପ୍‌ ଲାଇନ୍‌ରୁ ମଧ୍ୟ ଚୋରା ତେଲ ସଂଗ୍ରହ କରିଥାନ୍ତି। ଗତ ୨ ମାସ ମାଛଧରା ବନ୍ଦ ଥିବାରୁ ଚୋରା ବ୍ୟବସାୟୀମାନେ ନୀରବ ଥିଲେ। ସେମାନେ ଗଚ୍ଛିତ ରଖିଥିବା ତେଲ ଏବେ ପ୍ରଚୁର ମାତ୍ରାରେ ବିକ୍ରି କରି ଚାଲିଛନ୍ତି। ସେହିପରି ଏହି ବେପାରୀମାନେ ମୋବାଇଲ୍‌ ସିମ୍‌ କାର୍ଡ ଓ ସ୍କ୍ରାବ୍‌ ବେପାର ମଧ୍ୟ ଚଳାଇଛନ୍ତି। ପ୍ରକାଶ ଯେ, ସମୁଦ୍ରରେ ଆଙ୍କରେଜ ଏରିଆରେ ପଣ୍ୟବାହୀ ଜାହାଜଗୁଡ଼ିକ ବନ୍ଦରକୁ ପ୍ରବେଶ କରିବା ପାଇଁ ୨ରୁ ୧୦ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥାନ୍ତି। ସେତେବେଳେ ଜାହାଜରେ ଥିବା ବିଦେଶୀ ନାବିକମାନେ ପରିବାର ଲୋକଙ୍କ ସହ କଥା ହେବା ପାଇଁ ଭାରତୀୟ ମୋବାଇଲ ସିମ୍‌ ଆବଶ୍ୟକ କରିଥାନ୍ତି। ସେହି ନାବିକମାନଙ୍କୁ ଚୋରା ବ୍ୟବସାୟୀମାନେ ସିମ୍‌ ଦେଇ ତେଲ, ସ୍କ୍ରାବ ଓ ଅବକାରୀ ସାମଗ୍ରୀ ସଂଗ୍ରହ କରିଥାନ୍ତି। ସେହି ତେଲ ଓ ଅନ୍ୟ ସାମଗ୍ରୀକୁ ବିକ୍ରି କରି ବେଶ୍‌ ଲାଭ ପାଇଥାନ୍ତି ବୋଲି ଜଣେ ଚୋରା ବ୍ୟବସାୟୀ କହିଛନ୍ତି। ଏହି ବ୍ୟବସାୟକୁ ରୋକିବା ପାଇଁ ମେରାଇନ ପୋଲିସ, କୋଷ୍ଟଗାର୍ଡ, ନୌସେନା, ସିଆଇଏସ୍‌ଏଫ୍‌ ଭଳି ସଂସ୍ଥା ଥିଲେ ହେଁ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ବେନାମୀ ମୋବାଇଲ ସିମ କାର୍ଡ ବିକିବା ଘଟଣା ଦେଶ ସୁରକ୍ଷା କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri