Posted inଖେଳ

ଟ୍ରେନିଂକୁ ଫେରିବେ ଆବିଦ୍‌ ଅଲି

ଡର୍ବି, ୨୦ା୧ (ପି.ଟି.)-ଓପନିଂ ବ୍ୟାଟ୍ସମ୍ୟାନ ଆବିଦ ଅଲି ବୁଧବାର ଟ୍ରେନିଂକୁ ଫେରିବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ସୂଚନା ଦେଇଛି। ଏଠାରେ ରବିବାର ଇଣ୍ଟ୍ରା-ସ୍କ୍ବାଡ୍‌ ଓ୍ବାର୍ମଅପ୍‌ ମ୍ୟାଚର ତୃତୀୟ ଦିବସରେ ଫରଓ୍ବାର୍ଡ ଶର୍ଟ ଲେଗ୍‌ରେ ଫିଲ୍ଡ୍‌ଡି କରୁଥିବାବେଳେ ବଲ୍‌ ଆବିଦ୍‌ଙ୍କ ହେଲମେଟ୍‌ରେ ବାଜିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ତାଙ୍କର ସିଟି ସ୍କାନ କରାଯାଇଥିଲା। ତାଙ୍କ ମସ୍ତିଷ୍କ ସ୍ଥିତି ସ୍ବାଭାବିକ ଥିବା ଜଣାପଡ଼ିଥିଲା। ଆବିଦ୍‌ଙ୍କୁ ମ୍ୟାଚର ଅବଶିଷ୍ଟ ଭାଗ ଖେଳାଯାଇ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ସେ ଫିଟ୍‌ ଅନୁଭବ କରୁଛନ୍ତି। ବୁଧବାର ସେ ଟ୍ରେନିଂରେ ଯୋଗ ଦେବେ ବୋଲି ପାକିସ୍ତାନ ଟିମ୍‌ ଡାକ୍ତର ସୋହଲେ ସଲିମ ପ୍ରକାଶ କରିଛନ୍ତି। ଆସନ୍ତା ମାସରେ ଆରମ୍ଭ ହେବାକୁଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ପାକିସ୍ତାନ ୪ ଦିନିଆ ଇଣ୍ଟର-ସ୍କ୍ବାଡ୍‌ ମ୍ୟାଚ ଖେଳୁଛି। ଇଂଲଣ୍ଡରେ ପାକିସ୍ତାନ ତିନୋଟି ଟେଷ୍ଟ ବ୍ୟତୀତ ସମାନ ସଂଖ୍ୟକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଅଗଷ୍ଟ ୫ରୁ ମାଞ୍ଚେଷ୍ଟରର ଓଲ୍ଡଟ୍ରାଫୋର୍ଡଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଫେଇ ଦେଲେ ଚେସ ଚାମ୍ପିଅନ କାସପାରୋଭ

ନୂଆଦିଲ୍ଲୀ,୪।୫: ରୁଷିଆର ମହାନ ଚେସ ଖେଳାଳି ଗ୍ୟାରି କାସପାରୋଭ ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ। ବର୍ତ୍ତମାନ...

ରାହୁଲଙ୍କୁ ଟାର୍ଗେଟ କଲେ ଚେସ ଚାମ୍ପିଅନ ଗ୍ୟାରି କାସପାରୋଭ, କହିଲେ ପ୍ରଥମେ ରାଏବରେଲିରେ ଜିତିକି ଦେଖାନ୍ତୁ…

ନୂଆଦିଲ୍ଲୀ,୪।୫: ଆନ୍ତର୍ଜାତୀୟ ଖେଳାଳି ତଥା ପୂର୍ବତନ ବିଶ୍ୱ ଚାମ୍ପିଅନ ଗ୍ୟାରି କାସପାରୋଭଙ୍କ ଏକ ପୋଷ୍ଟ ରାଜନୈତିକ ଆଲୋଡ଼ନ ସୃଷ୍ଟି କରିଛି। ସେ ରାଏବରେଲିରୁ ଲୋକ ସଭା...

ଟି୨୦ ବିଶ୍ୱକପ୍‌: ଶ୍ରୀନାଥଙ୍କୁ ମିଳିଲା ପୁଣି ଗୁରୁଦାୟିତ୍ୱ

ଦୁବାଇ, ୪ା୫: ଆସନ୍ତା ମାସରେ ଆମେରିକା ଓ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେଉଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଆଇସିସି ମ୍ୟାଚ ରେଫରି ଜାଭାଗଲ ଶ୍ରୀନାଥଙ୍କ ସମେତ ଅମ୍ପାୟର...

ଆଜି ଇଣ୍ଡିଆନ ସୁପର ଲିଗ୍‌ ଫାଇନାଲ: ଏହି ଦୁଇ ଶକ୍ତିଶାଳୀ ଫୁଟବଲ କ୍ଲବ ମଧ୍ୟରେ ହେବ ମୁକାବିଲା

କୋଲକାତା, ୪।୫ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ମେଗା ଫାଇନାଲ ଶନିବାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ଦୁଇ ଶକ୍ତିଶାଳୀ ଫୁଟବଲ...

ମୁମ୍ବାଇର ପ୍ଲେ-ଅଫ୍‌ ଆଶା ଧୂଳିସାତ, ଦ୍ୱିତୀୟରେ କୋଲକାତା

ମୁମ୍ବାଇ, ୩।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୨୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ...

ଆଇସିସି ରାଙ୍କିଙ୍ଗରେ ଏକ ନମ୍ବର ସ୍ଥାନ ହରାଇଲା ଭାରତ

ନୂଆଦିଲ୍ଲୀ,୩।୫: ବାର୍ଷିକ ଅପଡେଟ୍ ପରେ ଆଇସିସି ପୁରୁଷ ମାନ୍ୟତାରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ସ୍ଥାନ ପଛକୁ ଠେଲି ଏକ ନମ୍ବର ମାନ୍ୟତା ହାସଲ କରିଛି। ଯଦିଓ...

ମେ’୨୫ ଶେଷ ତାରିଖ, ଆଇପିଏଲରେ ଖରାପ ପଦର୍ଶନ କଲେ ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଏହି ସବୁ ଖେଳାଳି ପଡିବେ ବାଦ୍‌

ନୂଆଦିଲ୍ଲୀ,୩।୫: ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟଦଳ ଘୋଷଣା ହୋଇସାରିଛି। ଭଲ ପ୍ରଦର୍ଶନ କରୁଥିବା ଅନେକ ଖେଳାଳିଙ୍କୁ ଏଥର ସୁଯୋଗ ମିଳିନାହିଁ। ଯାହାକୁ ନେଇ ପ୍ରଶଂସକମାନେ...

ଗୋଟିଏ ମ୍ୟାଚ୍‌ରେ ଭାଙ୍ଗିଗଲା ଅନେକ ରେକର୍ଡ

ନୂଆଦିଲ୍ଲୀ,୩।୫: ଆଇପିଏଲ ୨୦୨୪ର ୫୦ତମ ମ୍ୟାଚରେ ପ୍ରବଳ ରନ୍‌ ବର୍ଷା ହୋଇଥିଲା। ଏହି ଗୋଟିଏ ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri