Posted inଫୁରସତ

ପ୍ରେମିକ ଯୁକ୍ତି ନ କରିବାରୁ ରାଗରେ ଗୁଳିମାରିଲେ ପ୍ରେମିକା!

ପ୍ରେମିକା-ପ୍ରେମିକଙ୍କ ମଧ୍ୟରେ ଯୁକ୍ତିତର୍କ ଏକ ସାଧାରଣ କଥା। ପାଟିତୁଣ୍ଡ ହେଲେ ଭଲ ପାଇବା ଆହୁରି ବଢ଼ିଥାଏ ବୋଲି କୁହାଯାଏ। ତେବେ କିଛି ପ୍ରେମିକା-ପ୍ରେମିକ ଏହା ଦ୍ୱାରା ଏତେ ମାତ୍ରାରେ ବିରକ୍ତ ହୋଇଯାନ୍ତି ଯେ, ସେମାନେ ପରସ୍ପରଠାରୁ ଅଲଗା ହେବାକୁ ଉଚିତ୍‌ ମନେ କରନ୍ତି। ତେବେ ଯେଉଁମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୁଏ ନାହିଁ ସେମାନେ ବହୁତ ଖୁସିରେ ରହୁଥିବେ ବୋଲି ସମସ୍ତେ ଭାବନ୍ତି। ମାତ୍ର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଟେକ୍ସସର ଲୁଧିଆନାରେ। ୨୯ ବର୍ଷିୟା ଜେନଲିଶା ଲରେନ୍ସଙ୍କ ସହ ତାଙ୍କ ପ୍ରେମିକ ଯୁକ୍ତି ନ କରିବାରୁ ସେ ବିରକ୍ତ ହୋଇ ତାଙ୍କୁ ଗିଳୁ ମାରିଛନ୍ତି। ପ୍ରେମିକଙ୍କୁ ଗୁଳି କରିବା ପରେ ଜେନଲିଶା ଫେରାର ହୋଇଯାଇଛନ୍ତି। ପୋଲିସ ଏବେ ତାଙ୍କୁ ଖୋଜୁବା ସହ ତାଙ୍କ ଉପରେ ହତ୍ୟା ଅଭିଯୋଗ ଲଗାଇଛନ୍ତି।
ପଡୋଶୀଙ୍କ କହିବାନୁଯାୟୀ, ଜେନଲିଶା ଏବଂ ତାଙ୍କ ପ୍ରେମିକ ଏକତ୍ର ରହିଆସୁଥିଲେ। ପ୍ରେମିକ ଜଣଙ୍କ ଅତ୍ୟନ୍ତ ଶାନ୍ତ ଏବଂ ସରଳ ପ୍ରବୃତିର ବ୍ୟକ୍ତି ଥିଲେ। ମାତ୍ର ଜେନଲିଶା ସବୁବେଳେ ତାଙ୍କ ସହ ଯୁକ୍ତିତର୍କ କରୁଥିଲେ, ମାତ୍ର ପ୍ରେମିକ ତାଙ୍କୁ କେବେ କିଛି ହେଲେ କହୁ ନ ଥିଲେ। ଏଥିରେ ବିରକ୍ତ ହୋଇ ଜେନଲିଶା ଜୁଲାଇ ୧୮ରେ ଭୋର ସାଢ଼େ ୭ଟାରେ ପ୍ରେମୀକଙ୍କୁ ଗୁଳିକରିଥିଲେ। ଏହି ଶବ୍ଦ ଶୁଣି ପଡୋଶୀ ପୋଲିସକୁ ଖବର ଦେଇଥିଲେ। ପୋଳିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ପ୍ରେମିକଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଛି। ପୋଲିସ ଅଭିଯୁକ୍ତ ଜେନଲିଶାଙ୍କୁ ଖୋଜୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

ବୁଲୁଛି ଗୋଠଛଡା ଦନ୍ତା: ଭୟଭୀତ ଅବସ୍ଥାରେ ଲୋକେ

ଆନନ୍ଦପୁର ୩୧।୧୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଆନନ୍ଦପୁର,ଘସିପୁରା ଅଞ୍ଚଳରେ ବୁଧବାର ସକାଳୁ ସକାଳୁ ଏକ ଗୋଠଛଡା ଦନ୍ତାହାତୀ ବୁଲୁଥିବା ବେଳେ...

ଗାଁରେ ବୁଲିଲା ଦନ୍ତାହାତୀ

ହାଟଡିହୀ/ ବଉଳା, ୩୧।୧୨ (ଶୁଭକାନ୍ତ ନାୟକ /ଦୁର୍ଗା ପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଆମ୍ବୋ ଅଞ୍ଚଳରେ ମଙ୍ଗଳବାର ଏକ ଦନ୍ତା ହାତୀ ଆତଙ୍କ...

୨୦୨୬ରେ ଏହି ୪ ରାଶିରେ ଆସିବ ବଡ଼ ପରିବର୍ତ୍ତନ: ପାଇବେ ଭଲ ଖବର, ବର୍ଷ ସାରା କେମିତି ରହିବ ଜାଣନ୍ତୁ…

ଗ୍ରହମାନଙ୍କର ଗତି ଏବଂ ଗମନରେ ପରିବର୍ତ୍ତନ ଦେଶ ଏବଂ ବିଶ୍ୱ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ। ଗ୍ରହମାନଙ୍କର ରାଶି ଏବଂ ନକ୍ଷତ୍ରରେ ପରିବର୍ତ୍ତନ ରାଶିମାନଙ୍କ...

ମୋଦିଙ୍କ ଏହି କଥା ଶୁଣି ପ୍ରବଳ ରାଗିଗଲେ ଜେଲେନସ୍କି: ସାଂଘାତିକ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩୧।୧୨: ପ୍ରଧାନମନ୍ତ୍ରୀ ମୋଦି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନ ଉପରେ ଡ୍ରୋନ ଆକ୍ରମଣ ରିପୋର୍ଟ ଉପରେ ଚିନ୍ତା ପ୍ରକାଶ କରିଥିଲେ। ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର...

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri