Posted inଫୁରସତ

ଏଥର ଶୁଭିଲାନି ବୋଲ୍‌ ବମ୍‌

ପୁଣି ଶ୍ରାବଣ ମାସ ଆସିଛି, ବର୍ଷା ପାଣିରେ ଶୁଖିଲା ନଈ ଭରିଯାଇଛି, ଚାରିଆଡ଼େ ଶୈବପୀଠ ବି ଅଛି। ହେଲେ ନା ଅଛି ଦଳଦଳ ହୋଇ ବାହୁଙ୍ଗିରେ ପାଣିଭାର କାନ୍ଧେଇ ଶିବାଳୟ ଅଭିମୁଖେ ଯାଉଥିବା ଗେରୁଆବସ୍ତ୍ର ପିନ୍ଧା ମାନସିକଧାରୀ କାଉଡ଼ିଆଙ୍କ ଭିଡ଼, ନା ଚତୁର୍ଦିଗ ଗୁଞ୍ଜରି ଉଠୁଛି ବୋଲ୍‌ ବମ୍‌ ହର ହର ବମ୍‌ ଶବ୍ଦରେ । କରୋନା ମହାମାରୀ ଯେମିତି ଭକ୍ତ ଆଉ ଭଗବାନଙ୍କ ମଝିରେ ପାଚେରି ହୋଇ ଠିଆ ହୋଇଛି…

ଦିନକୁ ଦିନ ବ୍ୟାପୁଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ଏବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବୋଲବମ୍‌ ଯାତ୍ରା ଉପରେ କଟକଣା ଜାରି କରାଯାଇଛି। କାରଣ ଜଳଭାର ଉଠାଇବା ଲାଗି ଲକ୍ଷ ଲକ୍ଷ ଭକ୍ତ ଏକାଠି ହେବା ଦ୍ୱାରା ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ମାନସିକଧାରୀ ବୋଲବମ୍‌ ଭକ୍ତଙ୍କୁ ନିରାଶ କରିଥିଲେ ହେଁ ସୁରକ୍ଷା ଦୃଷ୍ଟିରୁ ସେମାନେ ଏହାକୁ ମାନିବାକୁ ବାଧ୍ୟ। ଏଭଳି ପରିସ୍ଥିତିରେ କ’ଣ କରୁଛନ୍ତି ସେ ସମ୍ପର୍କରେ ଯାହା କୁହନ୍ତି ଏମାନେ…

ଗାଁ ମନ୍ଦିରରେ ପାଣି ଢାଳିବି
୧୨ ବର୍ଷ ବୟସରୁ ବାବାଙ୍କ ପାଖକୁ ଜଳାଭିଷେକ କରିବାକୁ ଯାଉଛି। ବୋଧହୁଏ ସେଥିପାଇଁ ଶ୍ରାବଣମାସ ମୋତେ ଖୁବ୍‌ ଭଲଲାଗେ। ପରିବାରର ମଙ୍ଗଳ କାମନାକରି ମନରେ ମାନସିକ ରହି ବାବାଙ୍କୁ ଯାହା ମାଗିଛି ସେ ସବୁବେଳେ ମୋତେ ସାହା ହୋଇଛନ୍ତି। ମହାଦେବଙ୍କ ପ୍ରତି ଥିବା ଶ୍ରଦ୍ଧା ଆଉ ଭକ୍ତି ଲାଗି କଟକ ଗଡ଼ଗଡ଼ିଆ ଘାଟରୁ ଢେଙ୍କାନାଳ କପିଳାସ ପର୍ଯ୍ୟନ୍ତ ପାଣିଭାର ନେଇ ଯିବା କେବେ ବାଧେନି। ସେହି ଯାତ୍ରାରେ ବି ଏକ ଅପୂର୍ବ ଆନନ୍ଦ ଥାଏ। ହେଲେ ଏହିବର୍ଷ କରୋନା ଯୋଗୁ ଏଥିରେ ବାଧା ଉପୁଜୁଛି। ପ୍ରଥମ ଥର ପାଇଁ ଏଭଳି ସମୟ ଆସିଛି ନା ପ୍ରଭୁଙ୍କର ଦର୍ଶନ କରିହେବ ନା ପାଣି ଢାଳି ହେବ। ତଥାପି ବିଶ୍ୱାସ ରହିଛି। ଅନ୍ୟ ଶୈବପୀଠ ନ ହେଲେ ଗାଁ ମନ୍ଦିରରେ ଯାଇ ପାଣି ଢାଳିବି ।
– ସିଦ୍ଧେଶ୍ୱର ରାଉଳ, କଟକ

ଚାଲିବା କଷ୍ଟ ଜଣାପଡ଼େନି
ପିଲାଦିନରୁ ଦେଖିଛି କାଉଡ଼ିଆମାନେ କିଭଳି ଲମ୍ବାଧାଡ଼ିରେ ଶିବ ମନ୍ତ୍ର ଜପ କରି ଖାଲି ପାଦରେ ଚାଲି ଚାଲି ଯାଆନ୍ତି। ସେମାନଙ୍କୁ ଦେଖିଲେ କେମିତି ଗୋଟେ ଭାରି ଖୁସି ଲାଗେ ଆଉ ନିଜେ ବି ବାହୁଙ୍ଗି କାନ୍ଧେଇ ମହାଦେବଙ୍କ ପାଖେ ପାଣି ଢାଳିବାକୁ ଇଚ୍ଛା ହୁଏ। ତେବେ ୬ ବର୍ଷ ତଳେ ପ୍ରଥମ ଥର ଲାଗି ପ୍ରଭୁଙ୍କ କୃପାରୁ ଏହି ସୁଯୋଗ ମିଳିଲା। ପରିବାର ଲୋକଙ୍କ ମଙ୍ଗଳକାମନା କରି କଟକ ଦେବୀଗଡ଼ାରୁ ପାଣିଭାର ନେଇ ମହାଦେବଙ୍କ ଉପରେ ଜଳାଭିଷେକ କରିବାକୁ ଲିଙ୍ଗରାଜ ମନ୍ଦିର ଯାଇଥିଲି। କେଜାଣି କିଭଳି ଖାଲି ପାଦରେ ପୂରା ବାଟ ଚାଲିଗଲେ ବି ଏତେ ଦୂରତା ଜଣାପଡୁ ନ ଥିଲା, ସବୁ କଷ୍ଟ ଯେପରି ମୋର ଲାଘବ ହୋଇଯାଉଥିଲା। ସେବେଠୁ ପ୍ରତିବର୍ଷ ବୋଲ୍‌ବମ୍‌ ଯାଉଛି। ହେଲେ ଏ ବର୍ଷ କରୋନା ପାଇଁ ପ୍ରଭୁଙ୍କ ସେବାରୁ ବଞ୍ଚତ୍ତ ହୋଇ ଭାରି ମନକଷ୍ଟ ହେଉଛି। ମନରେ ଦୁଃଖ ଥିଲେ ନିଜ ସହ ପରିବାରର ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଆମର କର୍ତ୍ତବ୍ୟ। ତେଣୁ ଘରେ ରହି ବାବାଙ୍କର ପୂଜାର୍ଚ୍ଚନା କରିବା ସହ ମାନସିକ ରଖିଛି ।
– ମାମା ଭୂୟାଁ, କାଉଡ଼ିଆ, କଟକ

ବାବାଙ୍କ ନାମ ଉଚ୍ଚାରଣରେ ଜୋସ୍‌ ଆସିଯାଏ
– ଶ୍ରାବଣ ମାସ ପାଖେଇ ଆସିଲେ ମନରେ ଉତ୍କଣ୍ଠା ବଢ଼ିଯାଏ। କେଉଁ ସୋମବାର ପାଣିଭାର କାନ୍ଧେଇ ମହାଦେବଙ୍କ ଜଳାଭିଷେକ କରିବି ସେଥିପାଇଁ ସମସ୍ତ ପ୍ଲାନିଂ ବି କରିନିଏ। ନୂଆ ଗେରୁଆ ବସ୍ତ୍ର, ବାହୁଙ୍ଗି, ଏହାକୁ ସଜାଇବା ଲାଗି ବିଭିନ୍ନ ସାମଗ୍ରୀ ସହ ଆବଶ୍ୟକ ପୂଜା ସାମଗ୍ରୀ କିଣେ। ଆମେ ୭ ଜଣ ସାଙ୍ଗ ଏକାଠି ଚନ୍ଦନପୁରରୁ ପାଣି ନେଇ ବେଲେଶ୍ୱର ମନ୍ଦିର ଯାଉ। ବଡ଼ ପାଟିରେ ବାବାଙ୍କ ନାମ ଉଚ୍ଚାରଣ କରି ଚାଲିବା ବେଳେ ଦେହରେ ଏତେ ଜୋସ୍‌ ଆସିଯାଏ ଯେ, ନା ୨୫ କି.ମି. ଚାଲିବାର କଷ୍ଟ ଜଣାପଡ଼େ ନା ସମୟ ଜଣାପଡ଼େ। ପ୍ରଭୁଙ୍କ ଦୟାରୁ ପ୍ରାୟ ୮ ବର୍ଷ ହେଲାଣି ଯାହା ମାନସିକ କରି ବୋଲ୍‌ବମ୍‌ ଯାଇଛି ମୋତେ ସୁଫଳ ମିଳିଛି। ଏ ବର୍ଷ କରୋନା ଲାଗି ଇଚ୍ଛାଥିଲେ ସୁଦ୍ଧା ବୋଲ୍‌ବମ୍‌ ଯାଇ ହେବନି। ତଥାପି ସବୁ ନିୟମ ମାନୁଛି। ମାସ ସାରା ଆମିଷ ଖାଉ ନ ଥିବା ବେଳେ ପ୍ରତି ସୋମବାର ଅରୁଆ ଖାଉଛି ଏବଂ ଘରେ ପାଣି, ଫୁଲ, ବେଲପତ୍ର ଦେଇ ମହାଦେବଙ୍କ ପୂଜା କରୁଛି।
-ଅମୀୟ ସାହୁ, ବରମୁଣ୍ଡା ହାଉସିଂବୋର୍ଡ କଲୋନୀ, ଭୁବନେଶ୍ୱର

ସୁରକ୍ଷା ଲାଗି କଟକଣା ମାନିବା ବାଧ୍ୟ
ସେ ଭୋଳାବାବା। ତାଙ୍କୁ ଭକ୍ତିରେ ଡାକିଲେ ସେ ମନସ୍କାମନା ପୂର୍ଣ୍ଣ କରନ୍ତି। ଏ କଥା ନିଜେ ଅଙ୍ଗେ ନିଭେଇଛି। ସେଥିପାଇଁ ପ୍ରାୟ ୭ ବର୍ଷ ହେବ ଓଡ଼ିଶାର ହରିଶଙ୍କର, ଧବଳେଶ୍ୱର, କପିଳାସ, ପଞ୍ଚଲିଙ୍ଗେଶ୍ୱର, ଲଡୁବାବା, ଲିଙ୍ଗରାଜ ଆଦି ସମେତ ଛତିଶଗଡ଼ର କେତେକ ପ୍ରସିଦ୍ଧ ଶୈବପୀଠକୁ ପାଣିଭାର ନେଇ ଯାଉଛି। ସଂକଳ୍ପ କରି ମହାଦେବଙ୍କ ନାଁ ଡାକିଡାକି ଖାଲିପାଦରେ ଚାଲିଚାଲି ଯିବାରେ ଯେଉଁ ଆନନ୍ଦ ଅଛି ତାହା ସତରେ ନିଆରା। ଏତେ ଦୂର ଚାଲିବା ତ ନିଶ୍ଚିତ ଭାବେ କଷ୍ଟ, ହେଲେ ଯେତେବେଳେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ପ୍ରଭୁଙ୍କ ମଥାରେ ପାଣି ଢାଳିବାର ସୁଯୋଗ ମିଳେ ସେ କଷ୍ଟ ଯେମିତି କେଉଁଆଡ଼େ ଉଭେଇ ଯାଏ। ଏ ବର୍ଷ କରୋନା ସଂକ୍ରମଣକୁ ଆଖିଆଗରେ ରଖି ସରକାରଙ୍କ ଦ୍ୱାରା ବୋଲ୍‌ବମ୍‌ ଯାତ୍ରା ବନ୍ଦ କରାଯାଇଛି, ତେଣୁ ଦୁଃଖ ଲାଗୁଥିଲେ ବି ସୁରକ୍ଷା ଦୃଷ୍ଟିରୁ କଟକଣା ମାନିବାକୁ ପଡୁଛି। ତେଣୁ ଘରେ ପୂଜା କରୁଛି।
– ଉପେନ୍ଦ୍ର କୁମାର ସାହୁ, ନୟାଗଡ଼


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri