ନାଗାଲାଣ୍ଡରୁ ଫେରିଲେ ୭ ନିର୍ଯାତିତ ଶ୍ରମିକ

ନୀଳଗିରି, ୧୭ା୬(ଡି.ଏନ.ଏ.)-ନାଗାଲାଣ୍ଡକୁ ଦାଦନ ଖଟିବାକୁ ଯାଇଥିବା ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ବିଭିନ୍ନ ଗାଁର ୭ଜଣ ଶ୍ରମିକ ସୋମବାର ଗଁାକୁ ଫେରିଛନ୍ତି। ସେଠାରେ ସେମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ଶ୍ରମିକମାନେ ଫେରିଥିବା ସ୍ଥାନୀୟ ସହକାରୀ ଶ୍ରମ ଅଧିକାରୀ ଦୀପ୍ତି ରଞ୍ଜନ ସାହୁ କହିଛନ୍ତି ା ଉକ୍ତ ଶ୍ରମିକମାନେ ହେଲେ ତେଲିପାଳ ପଞ୍ଚାୟତର ଚନ୍ଦନସାହି ଗାଁର ଛୁଟରାୟ ମାଝି (୨୨), ଭୂଜୁ ମାରାଣ୍ଡି(୨୧), ଜାମୁଡିହା ପଞ୍ଚାୟତ ରାଜସ୍ବ ଗାଁର ଚନ୍ଦୁ ମୁଖୀ(୧୯), ଦୀପକ ମୁଖୀ(୨୦), ଭୁଳଗଡିଆ ଗାଁର ପରେଶ ମାଝି(୧୮), ମଙ୍ଗଲ ମାଝି(୧୯) ଓ ଛତ୍ରପୁର ପଞ୍ଚାୟତ ରାଜସ୍ବ ଗାଁର ଶଙ୍କର ହେମ୍ବ୍ରମ (୧୯)।
କେନ୍ଦ୍ରାପଡା ଜିଲା ରାଜକନିକା ଅଞ୍ଚଳର ରଞ୍ଜନ ଜେନା ନାମକ ଦଲାଲ ସ୍ଥାନୀୟ ବ୍ଲକର ବେକାର ଯୁବକଙ୍କୁ ବାହାର ରାଜ୍ୟରେ ଅଧିକ ଦରମା ଦେବାର ପ୍ରଲୋଭନ ଦେଖାଇ ନାଗାଲାଣ୍ଡର ଡିନପୁର ଅଞ୍ଚଳରେ କୌଣସି କମ୍ପାନୀରେ ରଖାଇ ଦେଇଥିଲେ। କମ୍ପାନୀରେ ଶ୍ରମିକଙ୍କୁ ନିର୍ଯାତନା ଦେବା ସହ ଘରକୁ ନ ଛାଡିବାରୁ ଯୁବକମାନେ ପରିବାର ଲୋକଙ୍କୁ ଫୋନରେ ଜଣାଇଥିଲେ। ପରିବାର ଲୋକ ମେ’ ୨୫ତାରିଖରେ ସ୍ଥାନୀୟ ସହକାରୀ ଶ୍ରମ ଅଧିକାରୀଙ୍କ ନିକଟରେ ଦଲାଲ ରଞ୍ଜନ ଜେନାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ଶ୍ରମ ଅଧିକାରୀ ୧୦ଦିନ ଭିତରେ ନିର୍ଯାତିତ ଶ୍ରମିକଙ୍କୁ ଛାଡିଦେବା ପାଇଁ ଦଲାଲଙ୍କୁ ନୋଟିସ ଜାରି କରିଥିଲେ। ଶୁକ୍ରବାର ୭ଜଣ ଶ୍ରମିକ ଆସି ସେମାନଙ୍କ ଘରେ ପହଞ୍ଚିଥିଲେ। ପୂର୍ବାହ୍ନରେ ସହକାରୀ ଶ୍ରମ ଅଧିକାରୀ ଫେରାନ୍ତା ଶ୍ରମିକଙ୍କ ବୟାନ ରେକର୍ଡ କରିଥିଲେ ା ଶ୍ରମିକମାନେ ପାଇ ନ ଥିବା ପାରିଶ୍ରମିକ ବାବଦ ଅଭିଯୋଗ କଲେ ଦଲାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରମ ଅଧିକାରୀ ସାହୁ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ

ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...

Gold Price Today : ୨୪ ଶହ ଟଙ୍କା ବଢ଼ିଲା ସୁନା ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦାମ୍

ନୂଆଦିଲ୍ଲୀ,୨୩।୧୨: ଚଳିତ ବର୍ଷ ସୁନା ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିଛି। ଡିସେମ୍ବର ୨୨ ତାରିଖରେ ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ...

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି

ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

ଟ୍ରାକ୍ଟରକୁ ଧକ୍କାଦେଲା ପିକ୍‌ନିକ୍‌ ବସ୍, ୨୦ ଆହତ

ସୋନପୁର: କୁହୁଡି ପାଇଁ ଦୁର୍ଘଟଣା । ସକାଳୁ ସକାଳୁ ବିନିକାରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏନ୍‌ଏଚ୍ ୧୨୬ (A)ରେ ପିକ୍‌ନିକ୍‌ ବସ୍...

ପାକିସ୍ତାନୀଙ୍କୁ ଔକାତ୍‌ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ, ରାଗିଗଲେ ନକ୍‌ଭି, ICC ନିକଟରେ କରିବେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୨: ପାକିସ୍ତାନ ୧୯ ବର୍ଷରୁ କମ୍‌ ଏସିଆ କପ ଫାଇନାଲରେ ଭାରତ ବିପକ୍ଷରେ ବିଜୟୀ ହୋଇଛି। ରବିବାର ମ୍ୟାଚ ସମୟରେ ଦଳର ପରାମର୍ଶଦାତା ସରଫରାଜ ଅହମ୍ମଦ...

ପୋଲିସ ଷ୍ଟେଶନକୁ ଚାଲି ଚାଲି ଗଲେ ମୃତକ, ଯାହାଙ୍କ ୬୧ ଦିନ ପୂର୍ବରୁ ହୋଇଥିଲା ଶେଷକୃତ୍ୟ, ସମ୍ପୂର୍ଣ୍ଣ ଖବର ଜାଣିଲେ…

ରାୟପୁର,୨୩।୧୨: ଛତିଶଗଡ଼ର ଜଶପୁର ଜିଲାରେ ପଞ୍ଜିକୃତ ଏକ ହତ୍ୟା ମାମଲା ପୋଲିସ ଷ୍ଟେଶନରେ ପହଞ୍ଚିବା ପରେ ସମ୍ପୂର୍ଣ୍ଣ ମୋଡ଼ ନେଇଥିଲା। ମୃତ ବୋଲି ଧରି ଦାହ...

ଶୀତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବାଚସ୍ପତି, ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ନିମନ୍ତ୍ରଣ

ଦାରିଙ୍ଗବାଡି, ୨୩।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri