ସଙ୍କଟରେ ରୋଗୀସେବା, ଡିଏମ୍‌ ପାଠ୍ୟକ୍ରମ

କଟକ ଅଫିସ,୧୮ା୭: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ହେଉଛି ହେପାଟୋଲୋଜି ଏବଂ ଏଣ୍ଡୋକ୍ରାଇନୋଲୋଜି। କିନ୍ତୁ ଉଭୟ ବିଭାଗ ଏବେ ଡାକ୍ତର ଅଭାବ ସମସ୍ୟା ଦେଇ ଗତି କରୁଛି। ସୁପର ସ୍ପେଶିଆଲିଟି ଥିବା ଏହି ବିଭାଗ ପାଇଁ ଠିକା ନିଯୁକ୍ତିରେ କାମ କରିବାକୁ ଡାକ୍ତର ମଧ୍ୟ ଅମଙ୍ଗ ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବିଭାଗୀୟ ଡାକ୍ତର ନ ଥିବାରୁ ଇନ୍‌ଡୋରକୁ ରୋଗୀ ଆସୁନାହାନ୍ତି। ରୋଗୀସେବା, ଆଇସିୟୁ ଓ ପିଜି ପାଠପଢ଼ା ପ୍ରଭାବିତ ହେବା ସହ ଡିଏମ୍‌ ପାଠ୍ୟକ୍ରମକୁ ବଞ୍ଚାଇରଖିବା ମଧ୍ୟ କଷ୍ଟକର ହୋଇପଡୁଛି।
ଦୁଇ ଦିନ ତଳେ ଏସ୍‌ସିବିର ହେପାଟୋଲୋଜି ବିଭାଗରେ ୪ଶଯ୍ୟା ବିଶିଷ୍ଟ ଆଇସିୟୁ ଲାଗି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁମୋଦନ ଦେଇଛି। ଗତ ବର୍ଷ ଏହି ବିଭାଗକୁ ୨ଟି ଡିଏମ୍‌ ସିଟ୍‌ ପିଜି ପାଠ୍ୟକ୍ରମ ପାଇଁ ଏମ୍‌ସିଆଇ ଅନୁମୋଦନ ମିଳିସାରିଛି। ୩୮ ଶଯ୍ୟାବିଶିଷ୍ଟ ଏହି ବିଭାଗରେ ମାସକୁ ପ୍ରାୟ ୩୦୦ ଇନ୍‌ଡୋର ରୋଗୀ ଓ ଆଉଟ୍‌ଡୋରକୁ ପ୍ରାୟ ୧୫୦୦ ରୋଗୀ ଆସିଥାନ୍ତି। କିନ୍ତୁ ଏ ଯାଏ ଏହି ବିଭାଗରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ହୋଇପାରୁ ନାହିଁ। ୨୦୧୩ରେ ଏମ୍ସ ପାସ୍‌ ଆଉଟ୍‌ ଜଣେ ଡାକ୍ତର ଚୁକ୍ତିଭିତ୍ତିରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗ ଦେଇଛନ୍ତି। ଏହାପରେ ୪ଥର ଚୁକ୍ତିଭିତ୍ତିକ ନିଯୁକ୍ତି ବିଜ୍ଞାପନ ବାହାରିଥିଲେ ମଧ୍ୟ କେହି ଯୋଗ୍ୟ ଡାକ୍ତର ଆବେଦନ କରୁନାହାନ୍ତି ତ ପୁଣି କେବେ ଆବେଦନକାରୀ ସରକାରୀ ଆବଶ୍ୟକତା ଅନୁଯାୟୀ ସର୍ତ୍ତ ପୂରଣ କରିପାରୁ ନାହାନ୍ତି। ୨୦୧୩ରୁ ଠିକା ନିଯୁକ୍ତି ପାଇଥିବା ଉକ୍ତ ଡାକ୍ତରଙ୍କ ପଦବୀ ମଧ୍ୟ ଏଯାଏ ସ୍ଥାୟୀ ହୋଇନାହିଁ। କିନ୍ତୁ ତାଙ୍କର ପଦବୀକୁ ମିଶାଇ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସଂଖ୍ୟା ଏମ୍‌ସିଆଇ ନିକଟରେ ଉପସ୍ଥାପନ ହେବା ପରେ ୨୦୧୯ରେ ଏଠାରେ ଡିଏମ୍‌ କୋର୍ସ ପାଇଁ ଅନୁମତି ମିଳିଛି। ଠିକା ଡାକ୍ତର ଜଣକ ଚାକିରି ଛାଡ଼ିଦେଲେ ବିଭାଗରେ ବଡ଼ ସମସ୍ୟା ଉପୁଜିବା ଆଶଙ୍କା ରହିଛି। ଏବେ ଏହି ଠିକା ଡାକ୍ତରଙ୍କ ବ୍ୟତୀତ ହେପାଟୋଲୋଜି ବିଭାଗରେ କେବଳ ଜଣେ ପ୍ରଫେସର (ବିଭାଗୀୟ ମୁଖ୍ୟ) ଓ ଆଉ ଜଣେ ଆସୋସିଏଟ ପ୍ରଫେସର ଅଛନ୍ତି। ୨ଜଣ ଡାକ୍ତରଙ୍କୁ ନେଇ ଏତେ ସଂଖ୍ୟକ ରୋଗୀ, ଆଇସିୟୁ ଓ ଡିଏମ୍‌ ପାଠ୍ୟକ୍ରମ ପରିଚାଳନା କରିବା କଷ୍ଟସାଧ୍ୟ ହୋଇପଡୁଛି।
ସେହିପରି ଅନ୍ତଃସ୍ରାବ (ଏଣ୍ଡୋକ୍ରାଇନୋଲୋଜି) ବିଭାଗରେ ଏବେ ଜଣେ ମାତ୍ର ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନେଇ ରୋଗୀସେବା ଓ ଡିଏମ୍‌ ପାଠ୍ୟକ୍ରମ ଚାଲିଛି। ଏହି ବିଭାଗରେ ଗତ ମାସ ୩୦ ତାରିଖରେ ବିଭାଗୀୟ ମୁଖ୍ୟ ଚାକିରିରୁ ଅବସର ନେଇଛନ୍ତି। ଗତ ବର୍ଷ ଅନ୍ୟ ଜଣେ ଆସୋସିଏଟ୍‌ ପ୍ରଫେସର ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇସାରିଛନ୍ତି। ଫଳରେ ଏହି ବିଭାଗ ପାଇଁ ନେଫ୍ରୋଲୋଜି ବିଭାଗର ଜଣେ ପ୍ରଫେସରଙ୍କୁ ପ୍ରଶାସନିକ ମୁଖ୍ୟ ଦାୟିତ୍ୱରେ ରଖାଯାଇଛି। ଏଠାରେ ମଧ୍ୟ ରୋଗୀସେବା ଓ ପିଜି ପାଠପଢ଼ା ଅବ୍ୟବସ୍ଥା ଭିତରେ ରହିଛି। ୨୦ ଶଯ୍ୟାବିଶିଷ୍ଟ ଏହି ବିଭାଗରେ ମାସକୁ ଆଉଟ୍‌ଡୋରରେ ପ୍ରାୟ ୨୦୦୦ ରୋଗୀ ଆସିଥାନ୍ତି। ବିଭାଗୀୟ ଡାକ୍ତର ନ ଥିବା କାରଣରୁ ଇନ୍‌ଡୋରରେ ଏବେ କେହି ବି ରୋଗୀ ନାହାନ୍ତି। ଇନ୍‌ଡୋରରେ ରୋଗୀ ନ ରହିଲେ ଏଣେ ଡିଏମ୍‌ ପାଠ୍ୟକ୍ରମକୁ ବଞ୍ଚାଇ ରଖିବା ମଧ୍ୟ ସମସ୍ୟା ହେବ।
ଏହି ବିଭାଗରେ ହରମୋନ ଓ ହରମୋନ ଜନିତ ସମସ୍ୟା, ଡାଇବେଟିସ, ଡାଇବେଟିକ ଫୁଟ ଅଲସର, ଥାଇରଏଡ୍‌ ଭଳି ରୋଗର ଚିକିତ୍ସା କରାଯାଉ ଥିବାରୁ ଏହି ବିଭାଗର ଗୁରୁତ୍ୱ ବେଶ୍‌ ଅଧିକ। ଡାକ୍ତର ଅଭାବ ବେଳେ ଜଣେ ପୂର୍ବତନ ଅବସରପ୍ରାପ୍ତ ଡାକ୍ତରଙ୍କ ଫେରିବା ବାଟ ହିଁ ଏହି ବିଭାଗ ପାଇଁ ଏକମାତ୍ର ବିକଳ୍ପ ବୋଲି ଆଲୋଚନା ହେଉଛି। ଏନେଇ ଏସ୍‌ସିବି ପ୍ରିନ୍ସିପାଲ ଡା. ଦତ୍ତେଶ୍ୱର ହୋତା କହିଛନ୍ତି ଯେ, ଆମେ ସରକାରଙ୍କୁ ସମସ୍ୟା ଜଣାଇଛୁ। ସରକାରୀ ନିଷ୍ପତ୍ତି ଆସିବା ଯାଏ ଅପେକ୍ଷା କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri