ବିଧାନସଭା ଅଧିବେଶନ: ସରକାରଙ୍କ ପାଇଁ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୧୪।୭(ବ୍ୟୁରୋ): କୋଭିଡ୍‌-୧୯ର ପ୍ରକୋପ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ ଆସନ୍ତା ବିଧାନସଭା ଅଧିବେଶନ ଏବଂ ଦୁଇଟି ବିଧାନସଭା ଆସନରେ ଉପନିର୍ବାଚନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଏହି ଦୁଇଟି ଚ୍ୟାଲେଞ୍ଜକୁ ସରକାର କିପରି ଦେଖୁଛନ୍ତି ତାହା ପ୍ରଶାସନିକସ୍ତର ଠାରୁ ଆରମ୍ଭ କରି ରାଜନୈତିକସ୍ତର ପର୍ଯ୍ୟନ୍ତ ସୁବୁଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ସରକାର ମଧ୍ୟ ବିଧାନସଭା ଅଧିବେଶନକୁ କିପରି ସୁଚାରୁରୂପେ କରିବେ ସେନେଇ ବିଶେଷ ଚିନ୍ତିତ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ଆସନ୍ତା ବିଧାନସଭା ଅଧିବେଶନ ବହୁ ଗୁରୁତ୍ୱ ବହନ କରୁଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭା ଡାକିବାକୁ ବିରୋଧୀ ଦାବି କରୁଥିବାବେଳେ କରୋନା ସ୍ଥିତି ଦେଖିଲେ ତାହା ସମ୍ଭବ ଭଳି ମନେ ହେଉନାହିଁ। ଅନ୍ୟପଟେ ଅଧିବେଶନ ବସିବାର ସମୟ ମଧ୍ୟ ହୋଇ ଗଲାଣି। ଗତ ମାର୍ଚ୍ଚ ୩୦ରେ ଶେଷଥର ପାଇଁ ବିଧାନସଭା ବସିଥିଲା। ଏହାର ୬ମାସ ଅର୍ଥାତ୍‌ ସେପ୍ଟେମ୍ବର ୩୦ସୁଦ୍ଧା ଆଉଥରେ ଅଧିବେଶନ ବସିବାର ବିଧି ରହିଛି। ଆସନ୍ତା ଅଧିବେଶନ ଲାଗି ଆଉ ଅଢ଼େଇ ମାସ ସମୟ ରହିଛି। ଏହି ଅଢେଇ ମାସ ମଧ୍ୟରେ ବିଧାନସଭା ଅଧିବେଶନ କିପରି ବସିବ ତାହା ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଠିଆହେଲାଣି। କିଛି ମାସର ଅନ୍ତର ପରେ ବିଧାନସଭା ଗୃହ କମିଟି ବୈଠକ ଆରମ୍ଭ ହୋଇଥିଲା। ମାତ୍ର ନିକଟରେ ଗୃହ କମିଟି ସଦସ୍ୟ ତଥା ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଏବଂ ଅନ୍ୟଜଣେ

ବିଧାନସଭା କର୍ମଚାରୀଙ୍କ ମା’ଙ୍କ କରୋନା ପଜିଟିଭ ବାହାରିବା ପରେ ସମସ୍ତ ଗୃହ କମିଟି ବୈଠକକୁ ବନ୍ଦ କରିଦିଆଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ କରୋନା ଟେଷ୍ଟିଂ କରି ଆସିବାକୁ କୁହାଯାଇଛି। ଏଭଳିସ୍ଥିତିରେ ବିଧାନସଭା ଅଧିବେଶନ ହେବା କଷ୍ଟସାଧ୍ୟ ବୋଲି ମଧ୍ୟ ଅନେକେ ମତ ରଖିଛନ୍ତି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ଆଲୋଚନା କରିବା ସହ ପାର୍ଲାମେଣ୍ଟ ଅଧିବେଶନ କେବେ ଆରମ୍ଭ ହେବ ଏବଂ ଏଥିପାଇଁ କି ପ୍ରକାର ଏସ୍‌ଓପି ଜାରି ହେବ, ତା ଉପରେ ନଜର ରଖିବାକୁ କହିଛନ୍ତି। ଏନେଇ ପାତ୍ରଙ୍କ ମତାମତ ଲୋଡ଼ାଯିବାରୁ ସେ କହିଛନ୍ତି ଯେ, ଲୋକ ସଭା ବାଚସ୍ପତି ଏବଂ ବିଭିନ୍ନ ରାଜ୍ୟର ବାଚସ୍ପତିଙ୍କ ସହ ଆଲୋଚନା ଜାରି ରଖିଛି। ଅନ୍ୟ ରାଜ୍ୟଗୁ଼ଡିକ କିପରି ବିଧାନସଭା ଆରମ୍ଭ କରିବେ ତା’ଉପରେ ନଜର ରଖିଛୁ। ସେହିପରି ପାର୍ଲାମେଣ୍ଟ ଅଧିବେଶନ ମଧ୍ୟ କିପରି ଚାଲିବ ସେନେଇ ଆସନ୍ତା ୫ଦିନ ମଧ୍ୟରେ ଏସ୍‌ଓପି ଜାରି ହେବ। ଏହାପରେ ତାହାକୁ ଦେଖି ବିଧାନସଭା ଆରମ୍ଭ ନେଇ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।
ସେହିପରି ନିକଟରେ ୮ଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି। ଏହା ରାଜ୍ୟପାଳଙ୍କ ଅନୁମୋଦନ ପାଇଥିବାରୁ ବିଧାନସଭା ଅଧିବେଶନରେ ପାରିତ ହେବାର ଅଛି। ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଅଧିବେଶନ ନ ବସେ ତେବେ ଏହା କାଟ ଖାଇଯିବାର ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଯୋଗୁ ରାଜ୍ୟରେ ରାଜସ୍ବ ଆଦାୟ ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ତେଣୁ ସରକାରଙ୍କ ଅର୍ଥ ବିଭାଗ ସରକାରୀ ଅଧିକାରୀଙ୍କ ଖର୍ଚ୍ଚ କାଟ କରିବା ସହ ବିଭିନ୍ନ ସ୍ବତନ୍ତ୍ର ପ୍ରକଳ୍ପ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। ଏପରିସ୍ଥିତିରେ ବିରୋଧୀ ରାଜ୍ୟ ରାଜକୋଷର ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଦାବି ଚଳାଇଛନ୍ତି। ତେଣୁ ରାଜ୍ୟ ସରକାର ବିଧାନସଭା ଚଲାଇବା ଲାଗି କିଛି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ନା ନାହିଁ ତାହା ସବୁଠାରୁ ବଡ଼ ପ୍ରଶ୍ନ। ସମସ୍ତ ବିଧାୟକଙ୍କ କୋଭିଡ୍‌ ଟେଷ୍ଟ କରାଇ ଅଧିବେଶନ ହେବ ବୋଲି ଶୁଣାଯାଉଥିବାବେଳେ ଅନ୍ୟପଟେ ନିର୍ଦ୍ଦିଷ୍ଟ କେତେ ପ୍ରତିଶତ ବିଧାୟକଙ୍କ ଟେଷ୍ଟ କରାଇ ଅଧିବେଶନ ସାରି ଦେବାକୁ ସରକାର ଚିନ୍ତା କରୁଥିବା ମଧ୍ୟ ଆଲୋଚନା ହେଉଛି।
ଏଭଳି ଏକ ସ୍ଥିତିରେ ଗତ ଏକମାସ ମଧ୍ୟରେ ରାଜ୍ୟର ଦୁଇଜଣ ବିଧାୟକଙ୍କ ମୃତ୍ୟୁ ଘଟିଛି। ଜୁନ୍‌ ୧୭ତାରିଖରେ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଥିବାବେଳେ ଗତ ୬ତାରିଖରେ ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ଦେହାନ୍ତ ଘଟିଛି। ଦୁଇ ବିଧାୟକଙ୍କ ମୃତ୍ୟୁ ପରେ ଉପରୋକ୍ତ ଦୁଇ ସ୍ଥାନରେ ଯଥାକ୍ରମେ ଡିସେମ୍ବର ୧୭ ଏବଂ ଜାନୁୟାରୀ ୬ ତାରିଖ ସୁଦ୍ଧା ଉପନିର୍ବାଚନ ହେବ। ଯଦି କରୋନା ସ୍ଥିତିରେ ସୁଧାର ନ ଆସେ ଧାର୍ଯ୍ୟ ସମୟ ମଧ୍ୟରେ ଉପନିର୍ବାଚନ କିପରି ହେବ ତାକୁ ନେଇ ଚିନ୍ତା ବଢ଼ିଲାଣି। ଯଦିଓ ଉପନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା ହେବ, ତଥାପି ସରକାରଙ୍କ ମଧ୍ୟ କିଛି ଭୂମିକା ରହୁଛି। ନିର୍ବାଚନରେ ସରକାରୀ କର୍ମଚାରୀ ଏବଂ ପୋଲିସ ପ୍ରଶାସନର ସହଯୋଗ ମଧ୍ୟ ରହିବ। ଏସବୁକୁ ନେଇ ସରକାର ବର୍ତ୍ତମାନଠାରୁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏତେ କୋଟି ଟଙ୍କାର ମାଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ହେଲେ ସ୍ତ୍ରୀଙ୍କ ଆୟ…

ଭୁବନେଶ୍ୱର,୩।୫: ପାଖେଇ ଆସିଲାଣି ନିର୍ବାଚନ। ଏନେଇ ମଇଦାନରେ ପ୍ରଚାର ଜୋରଦାର କଲେଣି ନେତା।ଏହାରି ଭିତରେ ନାମାଙ୍କନ ଦାଖଲ ମଧ୍ୟ ଚାଲିଛି। ନାମାଙ୍କନ ଦାଖଲବେଳେ ନେତାଏ ତାଙ୍କ...

ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କୁ ମାଡ଼, ହସ୍ପିଟାଲରେ ଉତ୍ତେଜନା

ଜଳେଶ୍ୱର,୩।୫(ନବୀନ ସାହୁ): ଚିକିତ୍ସାରେ ଅବହେଳାକୁ କେନ୍ଦ୍ର କରି ଜଳେଶ୍ୱର ଜି.କେ.ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି। ଏପରିକି ରୋଗୀଙ୍କ ସମ୍ପର୍କୀୟ ମେଡ଼ିକାଲ ଇନ୍‌ଚାର୍ଜ ଦିଲୀପ ପାତ୍ରଙ୍କୁ...

ଆନନ୍ଦପୁର ବିଧାନସଭା ଆସନରୁ ନାମାଙ୍କନ ଦାଖଲ କଲେ ଜୟଦେବ

ହାଟଡିହୀ,୩l୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ପାଇଁ ଶୁକ୍ରବାର କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଶୁକ୍ରବାର ନାମାଙ୍କନପତ୍ର...

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଭୁବନେଶ୍ୱର,୩।୫: ବଲାଙ୍ଗିର ଜିଲା ଖର୍ଲିକାନୀ ଗାଁର ରାସ୍ତାକଡରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଶୁକ୍ରବାର ସକାଳେ ଖର୍ଲିକାନ ଗାଁର ରାସ୍ତା କଡରେ ଛୁଆ କାନ୍ଦିବାର ଶୁଣାଯାଇଥିଲା।...

ଶେଷ ଦୁଇ ପର୍ଯ୍ୟାୟ ପାଇଁ ପ୍ରକାଶ ପାଇଲା ବିଜେଡିର ୪୦ ଜଣିଆ ଷ୍ଟାର କ୍ୟାମ୍ପେନର ତାଲିକା

ଭୁବନେଶ୍ୱର,୩।୫: ଆସନ୍ତା ସାଧାରଣ ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟ ପାଇଁ ଶୁକ୍ରବାର ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏଥିରେ ଦଳର ସଭାପତି...

ସ୍ବାମୀଙ୍କ ପାଇଁ ପ୍ରଚାର କଲେ ସ୍ତ୍ରୀ

ଭୁବନେଶ୍ୱର,୩।୫: ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ...

୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀରେ ୪୦ ଡେଇଁଲା ତାତି

ଭୁବନେଶ୍ୱର,୩।୫: ୨୪ ଘଣ୍ଟାର ବ୍ରେକ୍‌ ପରେ ରାଜଧାନୀ ଭୁବନେଶ୍ୱରରେ ତାତି ୪୦ ଡିଗ୍ରୀ ଡେଇଁଛି। ଆଜି ଦିନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ୪୧.୬ ଡିଗ୍ରୀ...

ଓଡିଶା ଆସୁଛନ୍ତି ମୋଦି, ୫ରେ ୩ବଡ଼ ନେତାଙ୍କ ହାଇଭୋଲଟେଜ ପ୍ରଚାର

ଭୁବନେଶ୍ୱରଳ,୩।୫: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ଥିବାବେଳେ ଜୋରଦାର ପ୍ରଚାର ପାଇଁ ଲାଗି ପଡିଛନ୍ତି ୩ ଦଳ। ଅନ୍ୟପଟେ ଦଳର ହେଭିଓ୍ବେଟ ନେତା ବ୍ୟାକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri