Posted inଖେଳ

ନ୍ୟୁଜିଲାଣ୍ଡ କ୍ରିକେଟରଙ୍କ ଟ୍ରେନିଂ ଆରମ୍ଭ

ଓ୍ବେଲିଂଟନ, ୧୪ା୭ (ପି.ଟି.)- ନ୍ୟୁଜିଲାଣ୍ଡର ଟପ୍‌ କ୍ରିକେଟରମାନେ ସୋମବାର ସ୍କ୍ବାଡ୍‌ ଟ୍ରେନିଂକୁ ଫେରିଛନ୍ତି। ଲିନ୍‌କନ୍‌ଠାରେ ଥିବା ଦେଶର ହାଇ ପରଫର୍ମାନ୍ସ ସେଣ୍ଟରଠାରେ ଏହା ଅନୁଷ୍ଠିତ ହେଉଛି। କୋଭିଡ୍‌-୧୯ ମହାମାରୀ ଯୋଗୁ ସ୍କ୍ବାଡ୍‌ ଟ୍ରେନିଂକୁ ମାର୍ଚ୍ଚ ଶେଷ ଭାଗରେ ବନ୍ଦ ରଖାଯାଇଥିଲା। ସେପ୍ଟେମ୍ବର ପର୍ଯ୍ୟନ୍ତ ୬ଟି କ୍ୟାମ୍ପ ଅନୁଷ୍ଠିତ ହେବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ତରଫରୁ ଘୋଷଣା କରାଯାଇଛି। ସୋମବାର ଯେଉଁ ପୁରୁଷ ଖେଳାଳିମାନେ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି ସେମାନେ ହେଲେ ଟମ୍‌ ଲଥାମ, ହେନ୍‌ରୀ ନିକୋଲ୍ସ, ମ୍ୟାଟ୍‌ ହେନ୍‌ରୀ ଏବଂ ଡେରିଲ୍‌ ମିଚେଲ। ଆସନ୍ତା ସପ୍ତାହରେ ମାଉଣ୍ଟ ମନଗାନୁଇଠାରେ ଅନ୍ୟ କେତେଜଣ ଖେଳାଳିଙ୍କୁ ନେଇ ଆରମ୍ଭ ହେବାକୁଥିବା ଟ୍ରେନିଂ କ୍ୟାମ୍ପରେ ଅଧିନାୟକ କେନ୍‌ ଓ୍ବିଲିୟମସନ ଯୋଗଦେବେ। ନ୍ୟୁଜିଲାଣ୍ଡ ମହିଳା ଟିମ୍‌ ଟୁଇଟର ହ୍ୟାଣ୍ଡେଲ୍‌ରେ ଲିନ୍‌କନଠାରେ ଟ୍ରେନିଂ ନେଇଥିବାର ଫଟୋ ପୋଷ୍ଟ କରାଯାଇଛି। ପୁରୁଷ ଦଳରେ ଖେଳାଳିମାନେ ଦିନର ଦ୍ୱିତୀୟାର୍ଦ୍ଧରେ ଟ୍ରେନିଂ ନେଇଥିଲେ। କରୋନା ଭାଇରସ୍‌ ଦ୍ୱାରା କମ୍‌ ପ୍ରଭାବିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ୟତମ। ମହାମାରୀ ଆରମ୍ଭରେ ସ୍ଥାନୀୟ ସରକାର ଯେଉଁ ସବୁ କଟକଣା ଜାରି କରିଥିଲେ ସେଥିରୁ ଅଧିକାଂଶ ଉଠାଇ ଦେଇଛନ୍ତି। ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ସିରିଜ ସହ ଅନ୍ତର୍ଜାତୀୟ କ୍ରିକେଟ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆନ କ୍ରିକେଟରମାନେ ମଧ୍ୟ ସେମାନଙ୍କ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। ଲିନ୍‌କନ୍‌ଠାରେ ଚାଲିଥିବା କ୍ୟାମ୍ପ ଜୁଲାଇ ୧୬ରେ ଶେଷ ହେବ। ଦ୍ୱିତୀୟ କ୍ୟାମ୍ପ ଅଗଷ୍ଟ ୧୦ରୁ ୧୩ ପର୍ଯ୍ୟନ୍ତ ହେବ। ସେପ୍ଟେମ୍ବର ଆରମ୍ଭରେ ହେବାକୁଥିବା ତୃତୀୟ କ୍ୟାମ୍ପକୁ ନେଇ ଏପର୍ଯ୍ୟନ୍ତ ଦିନ ଧାର୍ଯ୍ୟ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri