ବରଗଡ଼ରେ ପୁଣି ୩୧ ନୂଆ ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଲା

ବରଗଡ଼ ଅଫିସ,୧୩ା୭: କରୋନା ସଂକ୍ରମଣ ଥମିବାର ନାଁ ନେଉ ନାହିଁ । ସୋମବାର ଜିଲାରେ ପୁଣି ୩୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ବ୍ଲକ କଟାପାଲିର ୧୫, ବରଗଡ଼ ମ୍ୟୁନିସିପାଲିଟିର ୮, ଗାଇସିଲେଟ୍‌ ବ୍ଲକ, ବରପାଲି ଏନ୍‌ଏସି ଓ ଅତାବିରା ବ୍ଲକର ୨ଜଣ ଏବଂ ପଦ୍ମପୁର ବ୍ଲକ ଓ ଏସିସି ସିମେଣ୍ଟନଗରର ଜଣେ ଲେଖାଏ ଆକ୍ରାନ୍ତ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୮ଜଣ ପୁରୁଷ, ୧୧ଜଣ ମହିଳା ଓ ୨ଶିଶୁ ରହିଥିବାବେଳେ ସମସ୍ତଙ୍କୁ ବରଗଡ଼ର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୩ରେ ପହଞ୍ଚି ଥିବାବେଳେ କରୋନା ସଂକ୍ରମଣ ବୃଦ୍ଧିରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ି ଚାଲିଛି। ତେବେ କଟାପାଲିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ। ବରଗଡ଼ ମ୍ୟୁନିସିପାଲିଟି ଅଧୀନ ଓ୍ବାର୍ଡ ନଂ-୧୯ ଟିଟିଲାଗଡ଼ିଆ ଝୁମ୍ପୁଡ଼ିରୁ ଚିହ୍ନଟ ହୋଇଥିବା ୪ଜଣ ପୂର୍ବ ଆକ୍ରାନ୍ତଙ୍କ ମଧ୍ୟରେ ଆସିଛନ୍ତି । ସେହିପରି ଓ୍ବାର୍ଡ ନଂ-୧୧ର ନିରାଶ୍ରୟ ଆଶ୍ରୟସ୍ଥଳୀର ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ଆକ୍ରାନ୍ତ ଜଣକ ବାହାର ରାଜ୍ୟ ଫେରନ୍ତା ହୋଇଥିବାବେଳେ ଏହି ଓ୍ବାର୍ଡରୁ ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହା ସହିତ ଓ୍ବାର୍ଡ ନଂ- ୧୫ମିଶ୍ରଟିକ୍ରାର ୨ ଜଣ ଚିହ୍ନଟ ହୋଇଥିବାବେଳେ ସେମାନେ ମହାରାଷ୍ଟ୍ର ଫେରନ୍ତା ଏବଂ ଡାଙ୍ଗ ପଞ୍ଚାୟତ ଏସିସି ସିମେଣ୍ଟନଗରରୁ ଚିହ୍ନଟ ଆକ୍ରାନ୍ତ ଜଣକ ଜାମସେଦପୁର ଫେରନ୍ତା ବୋଲି ସୂଚନା ଦିଆଯାଇଛି। ସେହିପରି ପଦ୍ମପୁର ବ୍ଲକ କନସିଂହା ସଙ୍ଗରୋଧ କେନ୍ଦ୍ରର ଜଣେ ବାହାର ରାଜ୍ୟ ଫେରନ୍ତା, ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଗାଇସିଲେଟ୍‌ ବ୍ଲକ ଜାମୁଟବାହାଲ ଗ୍ରାମର ୨ଜଣ, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରରୁ ଫେରିଥିବା ଅତାବିରା ବ୍ଲକ ଭାଲୁପାଲି ଗ୍ରାମର ଜଣେ ଏବଂ ଜହ୍ନାପଡ଼ା ଗ୍ରାମର ଜଣେ ସ୍ଥାନୀୟ ଲୋକ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି । ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମିତଙ୍କ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ସେହିପରି ବରଗଡ଼ ମ୍ୟୁନିସିପାଲିଟି ଅଧୀନ ଓ୍ବାର୍ଡ ନଂ-୧୧ରୁ ଚିହ୍ନଟ ହୋଇଥିବା କରୋନା ଯୋଦ୍ଧା ଜଣକ ଜଣେ ଅଗ୍ନିଶମ କର୍ମଚାରୀ ହୋଇଥିବା ଯୋଗୁ ସ୍ଥାନୀୟ ଦମକଳ କେନ୍ଦ୍ରକୁ ସାନିଟାଇଜ୍‌ କରାଯାଇଛି । ତେବେ କରୋନା ପ୍ରତିହତ ପାଇଁ ସାମାଜିକ ଦୂରତ୍ୱ ଅବଳମ୍ବନ ସହିତ ସମସ୍ତେ ମାସ୍କ ବ୍ୟବହାର କରିବା ଏବଂ ଅତି ଜରୁରୀ କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri