Posted inଫୁରସତ

ସ୍ବାବ୍‌ ସଂଗ୍ରହ କରିବାକୁ ଯାଇଥିବା ଡାକ୍ତରଙ୍କ ମୁହଁରେ କାଶିଲେ କରୋନା ରୋଗୀ: କହିଲେ ଏଭଳି କିଛି

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନହାନି ଘଟୁଛି। କରୋନା ସହ ଏହି ଲଢ଼େଇରେ ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି ଦେଶର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀମାନେ । ନିଜ ଜୀବନକୁ ଖାତିର ନ କରି ସେମାନେ ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ହେଲେ କିଛି ଲୋକ ଏହି କୋଭିଡ ଯୋଦ୍ଧାଙ୍କୁ ଅସମ୍ମାନ କରୁଥିବା ଦେଖିବାକୁ ମିଳୁଛି। କେରଳର ତିରୁଅନନ୍ତପୁରମ୍‌ରେ ଏଭଳି ଏକ ଘଟଣା ଘଟିଛି। କୋଭିଡ-୧୯ ଚିକିତ୍ସା କରୁଥିବା ମେଡିକାଲ ଟିମ୍‌ ଉପରେ କିଛି ଲୋକ ଆକ୍ରମଣ କରିଛନ୍ତି। ଏପରିକି ଏହି ସମୟରେ ଜଣେ ବ୍ୟକ୍ତି ଡାକ୍ତରଙ୍କ ମୁହଁରେ କାଶିଥିବା ଜଣାପଡ଼ିଛି।

ଶୁକ୍ରବାର ୨୫ବର୍ଷୀୟ ଜଣେ ଡାକ୍ତର ନିଜ କାରରେ କୋଭିଡର କଣ୍ଟେନ୍‌ମେଣ୍ଟ ଜୋନରେ ପହଞ୍ଚିଥିଲେ। ସେଠାରେ ସେ ସାମୁଦାୟିକ କେନ୍ଦ୍ର ଯାଇ ନିଜ ଟିମ୍‌ ସହ ମିଶି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ପିପିଇ କିଟ୍‌ ପିନ୍ଧି ସ୍ବାବ୍‌ ସଂଗ୍ରହ କରିବାର ଥିଲା। ହେଲେ ସ୍ବାସ୍ଥ୍ୟକେନ୍ଦ୍ର ଗେଟ୍‌ ବନ୍ଦ ଥିଲା। ଏହି ସମୟରେ ୫୦ରୁ ଅଧିକ ଲୋକ ତାଙ୍କୁ ଘେରିଯାଇ ଗଣ୍ଡଗୋଳ କରିଥିଲେ। ଡାକ୍ତରଙ୍କୁ ଏ ବିଷୟରେ ଜଣା ନ ଥିବାରୁ ସେ ଫସି ଯାଇଥିଲେ। ଏହି ସମୟରେ ଡାକ୍ତରଙ୍କ ସହ ଦୁଇଜଣ ନର୍ସ ଏବଂ ଟେକ୍ନିସିଆନ୍‌ ଥିଲେ।

ଲୋକମାନେ ଗାଡ଼ିକୁ ଘେରି ଯିବାରୁ ଡାକ୍ତର କାଚ ଖୋଲି କଥା ହେବାକୁ ଚେଷ୍ଟା କରିଥିଲେ। ହେଲେ ଜଣେ ବ୍ୟକ୍ତି ଗାଡ଼ି ଭିତରେ ମୁହଁ ଗଳାଇ ଜୋର୍‌ରେ କାଶିବାକୁ ଆରମ୍ଭ କରିଥିଲା। ଏପରି କରିବା ସମୟରେ ଯଦି ଆମେ କୋଭିଡ ପଜିଟିଭ୍‌ ତେବେ ତୁମକୁ ହେବା ଉଚିତ ବୋଲି କହିଥିlଲେ। ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତେବେ ଉକ୍ତ ଡାକ୍ତରଜଣଙ୍କ ୧୦ ଦିନ ପୂର୍ବରୁ ପ୍ରାକ୍ଟିସ୍‌ ଆରମ୍ଭ କରିଥିଲେ। ମହାମାରୀ ସମୟ ହେତୁ ତାଙ୍କୁ ଗ୍ରାମୀଣ ଅଞ୍ଚଳରେ ଡ୍ୟୁଟି କରିବାର ଥିଲା। ହେଲେ ଏଭଳି ଘଟଣା ଘଟିବା ପରେ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ତାଙ୍କର କୋଭିଡ ଟେଷ୍ଟ ମଧ୍ୟ କରାଯିବ। ଯଦି ତାହା ନେଗେଟିଭ୍‌ ଆସେ ତେବେ ସେ ୭ ଦିନ ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri