ବଜ୍ରଗୁମ୍ମା ଗାଁରେ ସବର୍ଣ୍ଣ-ଅସବର୍ଣ୍ଣ ବିବାଦ: ଅସବର୍ଣ୍ଣ ପରିବାରଙ୍କୁ ଗାଁ ବାସନ୍ଦ

ଦିଗପହଣ୍ଡି,୧୧ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା ଗାଁରେ ଗତ କିଛିଦିନ ହେଲା ସବର୍ଣ୍ଣ- ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଲାଗିରହିଛି। ଅସବର୍ଣ୍ଣ ଗୋଷ୍ଠୀର ଲୋକଙ୍କୁ ସବର୍ଣ୍ଣ ଗୋଷ୍ଠୀର ଲୋକେ ଗାଁରୁ ବାସନ୍ଦ କରିଥିବା ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଶନିବାର କେ. ନୂଆଗାଁ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ପୋଲିସ ଫାଣ୍ଡି ଅଧିକାରୀ ଏଏସ୍‌ଆଇ କ୍ଷୀରୋଦ ଚନ୍ଦ୍ର ବେହେରା ସଦଳବଳ ଗାଁରେ ପହଞ୍ଚି ତଦନ୍ତ କରି ଫେରିଥିଲେ। ସାରେ କେ. ନୂଆଗାଁ ଥାନା ଆଇଆଇସି ମାଧବାନନ୍ଦ ନାୟକ ଉଭୟ ଗୋଷ୍ଠୀର ମୁଖିଆମାନଙ୍କୁ ଥାନାକୁ ଡକାଇ ମାମଲାର ସମାଧାନ କରିଥିଲେ ମଧ୍ୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି।
ସୂଚନାନୁସାରେ, ଗତ ଫେବୃଆରୀ ମାସରେ ଗ୍ରାମର ଶ୍ରୀ ରାଧାକୃଷ୍ଣ ମନ୍ଦିରର ଜିର୍ଣ୍ଣୋଦ୍ଧାର ଉତ୍ସବରେ ପ୍ରସାଦ ବଣ୍ଟନକୁ କେନ୍ଦ୍ରକରି କିଛି ଅସବର୍ଣ୍ଣ ଲୋକେ ପ୍ରତିବାଦ କରିବା ପରେ ସବର୍ଣ୍ଣ ଗୋଷ୍ଠୀର ଲୋକେ ଉତ୍ତେଜିତ ହୋଇଥିଲେ। ପରେ ମାମଲା ସମାଧାନ ହୋଇଥିଲା। ଗତ ପ୍ରାୟ ୫ ଦିନ ପୂର୍ବେ ରାତି ପ୍ରାୟ ୮ ଟାରେ ଗାଁ ମଣ୍ଡପରେ ସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ବସିଥିବା ବେଳେ ଅସବର୍ଣ୍ଣ ଗୋଷ୍ଠୀର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ସେଠାରେ ପହଞ୍ଚି ସେମାନଙ୍କୁ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ ହୋଇଥିଲା। ମାଡ଼ ଭୟରେ ଅସବର୍ଣ୍ଣ ଗୋଷ୍ଠୀର କିଛି ବ୍ୟକ୍ତି ଗାଁରୁ ଫେରାର ହୋଇଯାଇଥିଲେ। ଗାଁ ରେ ୧୫୪ ସବର୍ଣ୍ଣ ପରିବାର ରହୁଥିବା ବେଳେ ପ୍ରାୟ ୨୦ ଅସବର୍ଣ୍ଣ ପରିବାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୫ ଅସବର୍ଣ୍ଣ ପରିବାର ଲୋକଙ୍କ ସହ ସବର୍ଣ୍ଣ ପରିବାରଙ୍କ ବିବାଦ ଲାଗିରହିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ରାମର କୌଣସି ଅସବର୍ଣ୍ଣ ପରିବାରଙ୍କୁ ଗାଁରୁ ବାସନ୍ଦ କରାଯାଇ ନ ଥିବା ନେଇ ଗାଁ ମୁଖିଆ ତଥା ଜଣେ ପୂର୍ବତନ ସରପଞ୍ଚ ପୋଲିସକୁ କହିଛନ୍ତି। ଅସବର୍ଣ୍ଣ ପରିବାରର କିଛି ବ୍ୟକ୍ତି ଗାଁରେ ସଦାସର୍ବଦା ଅଶାନ୍ତି ସୃଷ୍ଟି କରୁଥିବା ସେ ଜଣାଇଛନ୍ତି। ଅପରପକ୍ଷରେ ଗ୍ରାମର କିଛି ସବର୍ଣ୍ଣ ବ୍ୟକ୍ତି ସଂଘବଦ୍ଧ ହୋଇ ଗାଁ ମଣ୍ଡପରେ ବିଳମ୍ବିତ ରାତି ଯାଏ ଜୁଆ ଖେଳୁଥିବା ସହ ପ୍ରତିବାଦ କଲେ ଅସବର୍ଣ୍ଣ ଲୋକଙ୍କୁ ଗାଁରେ ରଖାଇଦେବୁ ନାହିଁ ବୋଲି ଧମକ ଦେଉଥିବା ସମ୍ପର୍କରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri