Posted inଜାତୀୟ

ପ୍ରତି ମାସରେ ୨୬% ହାରରେ କମୁଛି ନିଯୁକ୍ତି

ନୂଆଦିଲ୍ଲୀ,୨୪-୪: ବିଗତ କିଛି ମାସ ହେବା ଦେଶରେ ଧିମା ହୋଇଛି ନିଯୁକ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫଓ)ର ସଦ୍ୟତମ ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ଏହା ଜଣାପଡୁଛି। ଗତବର୍ଷ ଅକ୍ଟୋବରରୁ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ହାରାହାରି ୨୬% ହାରରେ କମିବାରେ ଲାଗିଛି। ତେବେ କେବଳ ନଭେମ୍ବର ୨୦୧୮ରେ ହାରାହାରି ୧୨୬୨ ନୂଆ ନିଯୁକ୍ତି ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ ଯେ, ଇପିଏଫ୍‌ଓ ପକ୍ଷରୁ ୨୦୧୭ ସେପ୍ଟେମ୍ବରରୁ ନୂଆ ନିଯୁକ୍ତି ସୃଷ୍ଟିର ପରିସଂଖ୍ୟାନ ସଂଗ୍ରହ କରାଯାଉଛି। ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ମିଳିଥିବା ତଥ୍ୟରୁ ଜଣାପଡୁଛି ଯେ, ନିଯୁକ୍ତି ସୃଷ୍ଟି ଧିମା ହେବାରେ ଲାଗିଛି। ଗତବର୍ଷ ଅକ୍ଟୋବରରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଅଗଷ୍ଟ ୨୦୧୮ ମଧ୍ୟରେ ୬.୧୦ ଲକ୍ଷ ପ୍ରତି ମାସରେ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ସେହିପରି ନଭେମ୍ବରରେ ଏହା ମାତ ୧୨୬୨ ହୋଇଥିଲା। ତେବେ ୨୦୧୭ ସେପ୍ଟେମ୍ବରରୁ ଅକ୍ଟୋବର ୨୦୧୮ ମଧ୍ୟରେ ୫.୬୫ ଲକ୍ଷ ପ୍ରତିମାସରେ ନୂଆ ରୋଜଗାର ସୃଷ୍ଟି ହୋଇଥିଲା। ଏଭଳି ଭାବେ ଚଳିତବର୍ଷ ଜାନୁୟାରୀରେ ଜାରି ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ୨୦୧୮ ନଭେମ୍ବର ମଧ୍ୟରେ ପ୍ରତି ମାସରେ ୪.୯୦ ଲକ୍ଷ ରୋଜଗାର ସୃଷ୍ଟି ହୋଇଥିଲା। ସେହିପରି ଫେବୃୟାରୀରେ ଜାରି ତଥ୍ୟ ଅନୁଯାୟୀ ଏହା ୪.୫୨ ଲକ୍ଷ, ମାର୍ଚ୍ଚରେ ଏହା ୪.୪୯ ଲକ୍ଷ ଥିଲା। ଅନ୍ୟପକ୍ଷରେ ସଦ୍ୟତମ ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ୪,୪୯,୨୬୧ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ଏହି ହିସାବରେ ଦେଖିଲେ ୨୦୧୮ ଅକ୍ଟୋବରରୁ ନୂଆ ନିଯୁକ୍ତି ସୃଷ୍ଟି ପ୍ରାୟ ପ୍ରତିମାସରେ ୨୬% ହାରରେ କମିଛି। ମାର୍ଚ୍ଚରେ ଜାରି ଇପିଏଫ୍‌ଓ ତଥ୍ୟ ଅନୁଯାୟୀ, ୧୭ମାସରେ ସାରା ଦେଶରେ ୭୬.୪୮ ଲକ୍ଷ ଲୋକଙ୍କୁ ନୂଆ ରୋଜଗାର ମିଳିଛି। ସେହିପରି କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ତଥ୍ୟକୁ ଯାଞ୍ଚ କଲେ ଜଣାପଡେ ଯେ, ରୋଜଗାର ସୃଷ୍ଟି କମିବାରେ ଲାଗିଛି। ବେତନ ପାଉଥିବା କମ୍ପାନୀ କର୍ମଚାରୀଙ୍କ ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଫେବୃୟାରୀରେ ନୂଆ ନିଯୁକ୍ତି ସୃଷ୍ଟି ୧.୭୩% ହ୍ରାସ ପାଇ ୧୫.୦୩ ଲକ୍ଷରେ ପହଞ୍ଚତ୍ଛି, ଯାହାକି ବର୍ଷକ ପୂର୍ବେ ୧୫.୩୦ ଲକ୍ଷ ଥିଲା। ତଥ୍ୟ ଅନୁଯାୟୀ, ସେପ୍ଟେମ୍ବର ୨୦୧୭ରୁ ଫେବୃୟାରୀ ୨୦୧୯ ମଧ୍ୟରେ ପ୍ରାୟ ୩ କୋଟି ନୂଆ ଅଂଶଧାରୀ ଇଏସ୍‌ଆଇସି ସହ ଯୋଡି ହୋଇଛନ୍ତି। ସୂଚନାଥାଉ କି, ଇଏସ୍‌ଆଇସି ଏପ୍ରିଲ  ୨୦୧୮ରୁ ‘ପେରୋଲ’ ତଥ୍ୟ ଜାରି କରୁଛି। ଏହା ଅଧୀନରେ ସେପ୍ଟେମ୍ବର ୨୦୧୭ରୁ ତଥ୍ୟ ଜାରି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ନିତିନ ଗଡ଼କରୀଙ୍କୁ ଭେଟିଲେ ପ୍ରିୟଙ୍କା ଗାନ୍ଧୀ: ଆଲୋଚନାରେ ଉଠିଲା ‘ଭାଇ-ଭଉଣୀ’ କଥା

ନୂଆଦିଲ୍ଲୀ,୧୮ା୧୨: କେରଳର ବିକାଶମୂଳକ କାର୍ଯ୍ୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ଭେଟିଛନ୍ତି ୱାୟାନାଡ୍ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭାଦ୍ରା।...

ବଡ଼ ଜାଲିଆତିର ଖୁଲାସା: ଗାଁରେ ଜନସଂଖ୍ୟା ୧୫୦୦, ତିନି ମାସରେ ୨୭,୦୦୦ ଶିଶୁ ଜନ୍ମ!

ମୁମ୍ବାଇ,୧୮ା୧୨: ମହାରାଷ୍ଟ୍ରର ଏକ ଛୋଟ ଗାଁରେ ଏପରି ଏକ ଘଟଣା ଘଟିଛି, ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ୟବତମାଲ ଜିଲାର ଆର୍ନି ତହସିଲ ଅନ୍ତର୍ଗତ...

ପୁଅ ପାଲଟିଲେ ରାକ୍ଷସ, କରତରେ ମା-ବାପାଙ୍କ ମୁଣ୍ଡ କାଟି ଖଣ୍ଡଖଣ୍ଡ କରି ନଦୀରେ ଫିଙ୍ଗିଲେ, ପୋଲିସ ଆଗରେ କହିଲେ…

ଲକ୍ଷ୍ନୌ,୧୮ା୧୨: ଉତ୍ତରପ୍ରଦେଶର ଜୌନପୁର ଜିଲାର ଜାଫରାବାଦ ଥାନା ଅଞ୍ଚଳର ଅହମଦପୁର ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏହି ଗାଁର ୩୭ ବର୍ଷୀୟ ଅମ୍ବେଶ...

DMK ଉପରେ ବର୍ଷିଲେ ବିଜୟ, ଉଠାଇଲେ ଅନେକ ପ୍ରଶ୍ନ

ଅମରାବତୀ,୧୮।୧୨: ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଗୁରୁବାର ତାମିଲନାଡୁର ଇରୋଡ ଜିଲାରେ ଏକ ରାଲିକୁ ସମ୍ବୋଧିତ କରିଥିଲେ। ସେପ୍ଟେମ୍ବର ୨୭ରେ କରୁରରେ ତାଙ୍କ ରାଲିରେ ଦଳାଚକଟା...

ମୁସଲମାନ ଦେଶରେ ବିକ୍ରି ହେଉଛି ଭାରତୀୟଙ୍କ ଅଙ୍ଗ, ଧନୀ ଲୋକଙ୍କର ହେଉଛି କିଡନୀ ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୧୨: କେରଳରେ ପଞ୍ଜିକୃତ ଏକ ମାମଲାର ତଦନ୍ତ କରିବା ସମୟରେ, ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜାଣିବାକୁ ପାଇଛି ଯେ ବେଆଇନ ଅଙ୍ଗଦାନରେ ଜଡିତ ଏକ...

ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌, କାଗଜପତ୍ର ଚିରି ଫିଙ୍ଗିଦେଲେ ବିରୋଧୀ

ନୂଆଦିଲ୍ଲୀ,୧୮ା୧୨: ପ୍ରବଳ ବିରୋଧ ମଧ୍ୟରେ ଲୋକସଭାରେ ଜି ରାମଜୀ ବିଲ୍ ପାରିତ ହୋଇଛି । ହେଲେ ବିରୋଧୀ ଦଳ ବିଲ୍ ପାସ୍ ହେବା ପରେ ପ୍ରବଳ...

ପ୍ରତିବର୍ଷ ଭାରତ ଛାଡୁଛନ୍ତି ୨ ଲକ୍ଷ ଲୋକ, ଖୋଲାଖୋଲି କାରଣ କହିଲେ କେନ୍ଦ୍ର ସରକାର, ଏହି…

ନୂଆଦିଲ୍ଲୀ,୧୮ା୧୨: ପ୍ରତିବର୍ଷ ଲକ୍ଷାଧିକ ଲୋକ ଭାରତ ଛାଡୁଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସଂସଦକୁ ସୂଚନା ଦେଇଛି ଯେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୯୦୦୦୦୦ରୁ ଅଧିକ ଭାରତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri