କେନ୍ଦୁଝର ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୬ରେ ପହଞ୍ଚିଲା: ସ୍ତ୍ରୀ, ପ୍ରସୂତି ବିଭାଗ ସିଲ୍

‌କେନ୍ଦୁଝର,୯ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଗୁରୁବାର ସର୍ବାଧିକ ୪୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୧୦ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ଲୋକାଲ କଣ୍ଟାକ୍ଟ ଓ ଦୁଇ ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ପଜିଟିଭ୍‌ ବାହାରିବା ଏବଂ କରୋନା ସଂକ୍ରମଣ ବୃଦ୍ଧି ପାଇବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି।
ସେଥିରୁ ୩୪ ଲୋକାଲ କଣ୍ଟାକ୍ଟ ବଡ଼ବିଲ ପୌରାଞ୍ଚଳରେ ବାହାରିଛି। ବଡ଼ବିଲ ଅଞ୍ଚଳ ପୂର୍ବରୁ ଶଟ୍‌ଡାଉନ୍‌ ରହିଛି। ସେହିପରି ଦୁଇ ଜଣ ଲୋକାଲ କଣ୍ଟାକ୍ଟ ଭୁବନେଶ୍ୱରରେ ଚିକିତ୍ସିତ ହେବାକୁ ଯାଇଥିବା ବେଳେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ା
ଏହି କାରଣରୁ ସଦର ବ୍ଲକ କବିତ୍ରା ଗ୍ରାମ ଓ ଝୁମ୍ପୁରାକୁ କଣ୍ଟେନ୍‌ମେଣ୍ଟ୍‌ ଘୋଷଣା କରାଯିବା ସହ ସମସ୍ତ ଯାତାୟାତ ସିଲ୍‌ କରାଯାଇଛି। ଜଣେ କରୋନା ଯୋଦ୍ଧା ପଜିଟିଭ୍‌ ବାହାରିବା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଇଛି। ଉକ୍ତ ଓ୍ବାର୍ଡକୁ ମୁଖ୍ୟ ଡାକ୍ତରଖାନା କୋଠାକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ା
ସୂଚନାଯୋଗ୍ୟ, ଅଦ୍ୟାବଧି ସମୁଦାୟ ୨୪୬ ପଜିଟିଭ୍‌ ମଧ୍ୟରୁ ୧୩୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷରେ କରୋନା ପଜିଟିଭ୍‌ ବାହାରି ଚିକିତ୍ସାଧୀନ ଥିବା ଜିଲାର ୪୨ ବର୍ଷର ଜଣେ ରୋଗୀଙ୍କର କ୍ୟାନସର ଯୋଗୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କରୋନାରେ ନୁହେଁ ବରଂ କ୍ୟାନସର ଯୋଗୁ ମୃତ୍ୟୁ ଘଟିଥିବା ଜିଲାପାଳ ଆଶିଷ ଥାକରେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

ଡିଜିଟାଲ ଆରେଷ୍ଟ ଜାଲରେ ଫସିଲେ ମହିଳା ଡାକ୍ତର, ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହରାଇଲେ

ରାୟଗଡା,୧୮।୧୨(ଆଶିଷ ରଞ୍ଜନ ପଣ୍ଡା)- ଡିଜିଟାଲ ଆରେଷ୍ଟ ହୋଇ ସାଇବର କ୍ରାଇମରେ ଫସିଛନ୍ତି ରାୟଗଡାର ଜଣେ ମହିଳା ଡାକ୍ତର। ରାୟଗଡା ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…

ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri