ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର ଦାଣ୍ଡିଓ୍ବାଲଙ୍କୁ ଗିରଫ କରିଛି। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିବା ଦର୍ଶାଯାଇଥିଲା। ଗତ ମାସରେ ଅନୁଷ୍ଠିତ ଏହି ମ୍ୟାଚ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନୀତି ନିବାରଣ ଶାଖା (ଏସିୟୁ), ପୋଲିସ ଓ ଶ୍ରୀଲଙ୍କା କ୍ରିକେଟ (ଏସଏଲସି)ର ଦୃଷ୍ଟି ଆକର୍ଷଣ କରିଥିଲା। ରବିନ୍ଦର ଦାଣ୍ଡିଓ୍ବାଲ୍ ଏହି ର଼୍ୟାକେଟର କିଙ୍ଗ୍ପିନ୍ ବୋଲି କୁହାଯାଉଛି। ତାଙ୍କୁ ପଞ୍ଜାବରୁ ଗିରଫ କରାଯାଇଥିବା ଖରାର୍ ପୋଲିସ ଡିଏସ୍ପି ପାଲ୍ ସିଂ ସୂଚନା ଦେଇଛନ୍ତି। ଲକ୍ଡାଉନ୍ ସମୟରେ ଖେଳାଯାଇଥିବା ଏହି ଟି୨୦ ମ୍ୟାଚକୁ ନେଇ ପୂର୍ବରୁ ଅନ୍ୟ ଦୁଇ ଜଣ ଗିରଫ ହୋଇ ସାରିଛନ୍ତି। ଗିରଫ ସମୟରେ ଦାଣ୍ଡିଓ୍ବାଲଙ୍କ ନିକଟରୁ କିଛି ଲାପ୍ଟପ୍, ମୋବାଇଲ ଫୋନ୍ ଏବଂ ଡକୁମେଣ୍ଟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦାଣ୍ଡିଓ୍ବାଲ ପ୍ରକୃତରେ ହେଉଛନ୍ତି ରାଜସ୍ଥାନ ବାସିନ୍ଦା। ସେ ଅତୀତରେ ଏହି ଭଳି ଠକାମିି ଟୁର୍ନାମେଣ୍ଟମାନ ଆୟୋଜନ କରିଥିବା ନଜିର ରହିଛି। ଶୁକ୍ରବାର ଏକ ଖବର କାଗଜ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ମ୍ୟାଚ୍ଟି ଜୁନ୍ ୨୯ରେ ଚଣ୍ଡିଗଡ଼ଠାରୁ ୧୬ କିଲୋମିଟର ଦୂର ସାଓ୍ବାରା ଗ୍ରାମରେ ଖେଳାଯାଇଥିଲା। କିନ୍ତୁ ଅନ୍ଲାଇନ୍ ଷ୍ଟ୍ରିମ୍ରେ ଏହାକୁ ଶ୍ରୀଲଙ୍କା ଅନ୍ତର୍ଗତ ବାଦୁଲା ସିଟିରେ ଖେଳାଯାଇଥିବା ‘ୟୁଭା ଟି୨୦ ଲିଗ୍’ର ଏକ ମ୍ୟାଚ ବୋଲି ଦର୍ଶାଯାଇଥିଲା। ହେଲେ ଏହି ଲିଗ୍ ସହ ସେମାନଙ୍କ ସମ୍ପୃକ୍ତି ନ ଥିବା ଉଭୟ ୟୁଭା ପ୍ରୋଭିନ୍ସ କ୍ରିକେଟ ଆସୋସିଏଶନ (ୟୁପିସିଏ) ଏବଂ ଶ୍ରୀଲଙ୍କା କ୍ରିକେଟ ସ୍ପଷ୍ଟ କରିଛନ୍ତି। ପଞ୍ଜାବ ପୋଲିସ୍ ପୂର୍ବରୁ କହିଥିଲା ଯେ, ଏହି ଲିଗ୍ ସହ କୌଣସି ବେଟିଂ ସିଣ୍ଡିକେଟ ସମ୍ପୃକ୍ତ ଅଛିକି ନା ସେ ନେଇ ତଦନ୍ତ ଚାଲିଛି। ଅନ୍ୟପକ୍ଷରେ ବିସିସିଆଇ କହିଥିଲା, ଘଟଣାଟି ଉପରେ ନଜର ରଖାଯାଇଛି। ଏହା ସହିତ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ତାହାର ଖୋଜ ଖବର ନିଆଯାଉଛି। ବିସିସିଆଇର ଦୁର୍ନୀତି ନିବାରଣ ଶାଖା ମଙ୍ଗଳବାର ଚଣ୍ଡିଗଡ ଯିବ ଏବଂ ଦାଣ୍ଡିଓ୍ବାଲଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ବୋଲି ଏହାର ମୁଖ୍ୟ ଅଜିତଥ ସିଂ କହିଛନ୍ତି।
AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ
ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...
ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ
ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...
ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ
ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...
ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI
ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...
ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…
ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...
ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...
MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
Archives


