ଝିଅର ଭବିଷ୍ୟତ ପାଇଁ ଖୋଲନ୍ତୁ ଏହି ଆକାଉଣ୍ଟ, ୨୧ ବର୍ଷ ବେଳକୁ ହେବ ୬୪ ଲକ୍ଷ ଟଙ୍କା

ଝିଅର ଭବିଷ୍ୟତକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବା ମାତାପିତାଙ୍କ ସବୁଠୁ ବଡ଼ ଦାୟିତ୍ୱ। ଆର୍ଥିକ ସୁରକ୍ଷା ସହିତ ଝିଅର ଭବିଷ୍ୟତ ଗଢିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ସୁକନ୍ୟା ସମୃଦ୍ଧି ଯୋଜନା ୨୦୨୦ ଝିଅର ଭବିଷ୍ୟତକୁ ସୁଦୃଢ଼ କରିବା ସହ ସୁରକ୍ଷିତ ମଧ୍ୟ କରିଥାଏ। ସୁକନ୍ୟା ସମୃଦ୍ଧି ଯୋଜନାରେ ବିନିଯୋଗ କରି ଝିଅର ଉଚ୍ଚଶିକ୍ଷା ଏବଂ ବିବାହ ଖର୍ଚ୍ଚକୁ ସହଜରେ ପୂରଣ କରିପାରିବ। ଏହି ସ୍କିମ ଅଧୀନରେ, ଝିଅର୨୧ ବର୍ଷ ପୂରଣ ହେବା ପରେ ରିଟର୍ନ ମିଳିପାରିବ। ଯଦି ଝିଅ ଜନ୍ମ ପରଠାରୁ ଏହି ଯୋଜନାରେ ବିନିଯୋଗ ଆରମ୍ଭ କଲେ। ଏଥିରୁ ଅଧିକ ଲାଭ ମିଳିବ। ୧୫ ବର୍ଷ ଯାଏ ଏହି ସ୍କିମରେ ବିନିଯୋଗ କରିପାରିବେ।
ନୂତନ ଖାତା ଖୋଲିବାକୁ ସରକାର ବଡ ରିହାତି ଦେଇଛନ୍ତି
ସୁକନ୍ୟା ସମୃଦ୍ଧି ଖାତା ଖୋଲିବା ପାଇଁ ଯୋଗ୍ୟତା ମାନଦଣ୍ଡରେ ସରକାର କିଛି ରିହାତି ଘୋଷଣା କରିଛନ୍ତି। ଡାକଘର ନିର୍ଦ୍ଦେଶାବଳୀ ଅନୁଯାୟୀ, ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଜୁଲାଇ ୩୧, ୨୦୨୦ପୂର୍ବରୁ କିମ୍ବା ଯାହାର ବୟସ ମାର୍ଚ୍ଚ ୨୫, ୨୦୨୦ରୁ ଜୁନ ୩୦, ୨୦୨୦ ଏକ୍‌ଡାଉନ୍‌ ମଧ୍ୟରେ ୧୦ ବର୍ଷ ସମାପ୍ତ ହୋଇଛି। ଯେଉଁମାନେ ଲକଡାଉନ କାରଣରୁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିପାରି ନାହାନ୍ତି ସେମାନଙ୍କ ମାତାପିତାଙ୍କ ପାଇଁ ଏହା ସାହାଯ୍ୟ କରିବ। ସାଧାରଣତଃ ସୁକନ୍ୟା ସମୃଦ୍ଧି ଖାତା କେବଳ ଜନ୍ମ ତାରିଖ ଠାରୁ ୧୦ବର୍ଷ ବୟସ ପର୍ଯ୍ୟନ୍ତ ଖୋଲାଯାଇପାରିବ।
ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁକନ୍ୟା ସମୃଦ୍ଧି ଆକାଉଣ୍ଟରେ ଜମା କରାଯାଇପାରିବ। ଏଥି ସହିତ, ଆର୍ଥିକ ବର୍ଷରେ ସର୍ବନିମ୍ନ ଜମା ରାଶି ହେଉଛି ୨୫୦ ଟଙ୍କା। ଏହାର ଅର୍ଥ ହେଉଛି ଆପଣ ଆର୍ଥିକ ବର୍ଷରେ ଗୋଟିଏ ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କା ଏବଂ ଅତି କମରେ ୨୫୦ ଟଙ୍କା ବିନିଯୋଗ କରିପାରିବେ। ଯଦି କୌଣସିଣସି ବ୍ୟକ୍ତି ଏହି ଆକାଉଣ୍ଟରେ ୧.୫ ଲକ୍ଷରୁ ଅଧିକ ଟଙ୍କା ଜମା କରନ୍ତି, ତେବେ ଏହି ରାଶି ସୁଧ ପାଇଁ ହିସାବ କରାଯିବ ନାହିଁ। ଏଥିସହ ଏହି ରାଶି ଜମାକାରୀଙ୍କ ଆକାଉଣ୍ଟକୁ ଫେରସ୍ତ ହେବ। ଏହି ଆକାଉଣ୍ଟକୁ ୧୫ ବର୍ଷ ପର୍ଯ୍ୟନ୍ତ ଜମା କରାଯାଇପାରିବ। ଯଦି ଆର୍ଥିକ ବର୍ଷରେ ସର୍ବନିମ୍ନ ପରିମାଣ ଏହି ଆକାଉଣ୍ଟରେ ଜମା ହୋଇନଥାଏ, ତେବେ ଏହାକୁ ୧୫ ବର୍ଷ ମଧ୍ୟରେ ଯେକୌଣସି ସମୟରେ ନିୟମିତ କରାଯାଇପାରିବ। ଏଥିପାଇଁ ପ୍ରତିବର୍ଷ ୫୦ ଟଙ୍କା ଜରିମାନା ଦେବାକୁ ପଡିବ।

ସୁକନ୍ୟା ସମୃଦ୍ଧି ଯୋଜନା ବର୍ତ୍ତମାନ ୭.୬ ପ୍ରତିଶତ ହାରରେ ସୁଧ ଦେଉଛି। ଏହି ଯୋଜନାରେ, ଖାତା ଖୋଲିବା ସମୟରେ ସୁଧ ହାର ରହିଥାଏ, ତାହା ଅବଧି ସମୟରେ ସେହି ସେହି ହାରରେ ଟଙ୍କା ମିଳେ।
ବର୍ତ୍ତମାନର ସୁଧ ହାର ଅନୁଯାୟୀ, ଯଦି ୧୫ ବର୍ଷ ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ୧.୫ଲକ୍ଷ ଟଙ୍କା ଜମା ହୁଏ, ତେବେ ଜମା ହୋଇଥିବା ମୋଟ ପରିମାଣ ୨୨,୫୦,୦୦୦ ଟଙ୍କା ହେବ ଏବଂ ଏଥିରେ ଥିବା ସୁଧ ୪୧,୩୬,୫୪୩ ଟଙ୍କା ହେବ। ୨୧ ବର୍ଷ ପୂରଣ ହେବା ପରେ ଆକାଉଣ୍ଟରେ ଜମା ହୋଇଥିବା ରାଶି ଉପରେ ସୁଧ ପ୍ରଦାନ କରାଯିବ। ୨୧ ବର୍ଷ ପାଇଁ, ଏହି ପରିମାଣ ସୁଧ ସହିତ ପ୍ରାୟ ୬୪ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ବାର୍‌ରେ ବନ୍ଧୁକଧାରୀଙ୍କ ଗୁଳିମାଡ଼

ଜୋହାନ୍ସବର୍ଗ,୨୧ା୧୨: ଦକ୍ଷିଣ ଆଫ୍ରିକାର ଏକ ବାର୍‌ରେ ଗୁଳିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଜୋହାନ୍ସବର୍ଗଠାରୁ ପଶ୍ଚିମରେ...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri