ଦବଙ୍ଗଗିରି ଦେଖାଇ ଫସିଲେ ପୋଲିସ ଗାଡ଼ି ଡ୍ରାଇଭର

ଝାରସୁଗୁଡା ଅଫିସ,୫ା୭- କରୋନା ମୁକାବିଲା ପାଇଁ ଝାରସୁଗୁଡା ଜିଲାରେ କରାଯାଇଥିବା ଶଟ୍‌ଡାଉନ୍‌ର ପ୍ରଥମ ଦିନ ଶନିବାରରେ ବ୍ରଜରାଜନଗର ଥାନାର ଏକ ପାଟ୍ରୋଲିଂ ଗାଡିର ଡ୍ରାଇଭରଙ୍କ କାର୍ଯ୍ୟକଳାପ ପାଇଁ ଜିଲା ପୋଲିସକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡିଛି। ତେବେ ପୋଲିସ ନିଜ ଉପରୁ ଦୋଷ ଛଡାଇ ଏହି ଡ୍ରାଇଭର ଯୋଶୀ ତାଣ୍ଡିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ପଦକ୍ଷେପ ନେଇଛି। ଯାହା ଖୋଦ ଜିଲା ଏସପି ରାହୁଲ ପିଆର ରବିବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ହେଲେ ଏହି ଡ୍ରାଇଭରଙ୍କୁ ସୁପ୍ରିମ ପାୱାର ଦେଇଥିବା ଅଧିକାରୀଙ୍କ ବିରୁର୍ଦ୍ଧରେ କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ସୂଚନାମୁତାବକ ବ୍ରଜରାଜନଗର ଥାନାକୁ ଏମ୍‌ସିଏଲ ପକ୍ଷରୁ ଏକ ଗାଡିକୁ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ ପାଇଁ ପ୍ରଦାନ କରାଯାଇଛି। ଏହି ଗାଡିର ଡ୍ରାଇଭର ଭାବେ ଯୋଶୀ ତାଣ୍ଡିଙ୍କୁ ମଧ୍ୟ ଏମ୍‌ସିଏଲ୍‌ ନିଯୁକ୍ତ କରିଥିଲା। ତେବେ ଏହି ଡ୍ରାଇଭର ନିଜକୁ ପୋଲିସ ଭାବି ଲୋକଙ୍କୁ ଧମକ ଚମକ କରି ନିଜ କାର୍ଯ୍ୟ ହାସିଲ କରୁଥିବା ସହିତ ଜଣେ ଅଧିକାରୀଙ୍କ କଲେକ୍ସନ ଏଜେଣ୍ଟ ସାଜିଥିବା ବହୁବାର ଜିଲା ପୋଲିସ ନିକଟରେ ଅଭିଯୋଗ ହୋଇଛି। ହେଲେ ପ୍ରମାଣ ଅଭାବରୁ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ହୋଇ ବସିରହିଥିଲା। ତେବେ ଶଟ୍‌ଡାଉନର ପ୍ରଥମ ଦିନ ଶନିବାରରେ ଡ୍ରାଇଭର ତାଣ୍ଡି ଥାନା ଅଧିକାରୀ ନଳିତା ମୋଦିଙ୍କୁ ନେଇ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ସେ ବିନା ମାସ୍କରେ ପୋଲିସର ଲାଠି ଧରି ଘୁରିବୁଲିବା ସହ ଲୋକଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଯୋଗ ହୋଇଥିଲା। ସେହିପରି ବ୍ରଜରାଜନଗର ରେଳ ଷ୍ଟେଶନ ନିକଟରେ ଜଣେ ଯୁବକ ବାହାରକୁ ଆସିଥିବା ବେଳେ ତାଙ୍କୁ ରାସ୍ତା ଉପରେ ଉଠବସ କରାଇବା ସହ ମାଡ ମାରିବାକୁ ଉଦ୍ୟମ କରିଥିଲେ। ସେଠାରେ ଥାନା ଅଧିକାରିଣୀ ନଳିତା ମୋଦୀ ଓ ଜଣେ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ସୁଦ୍ଧା ତାଙ୍କୁ କିଛି କହି ନ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହୋଇଥିଲା। ପରେ ଏସ୍‌ପି ରାହୁଲ ପିଆର୍‌ ଘଟଣାକୁ ଗୁରୁତର ସହିତ ନେଇ ଡ୍ରାଇଭର ତାଣ୍ଡିଙ୍କୁ କାର୍ଯ୍ୟରୁ ବାହାର କରିବା ପାଇଁ ଏମ୍‌ସିଏଲ୍‌କୁ ଚିଠି ଲେଖିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ବ୍ରଜରାଜନଗର ଥାନାରେ ଯୋଶୀଙ୍କ ବିରୋଧରେ ଏକ ମାମଲା (ନଂ.୨୫୪/୨୦୨୦) ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri