Posted inଖେଳ

କୋଚ୍‌ଙ୍କ୍‌ ୨ ଲକ୍ଷ ଟଙ୍କାର ପାଉଣା ସୀମାକୁ ହଟାଇଲା କ୍ରୀଡ଼ା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୪।୭(ପି.ଟି.): ଭାରତୀୟ କୋଚ୍‌ଙ୍କ ଲାଗି ଥିବା ୨ ଲକ୍ଷ ଟଙ୍କାର ଦରମା ସୀମାକୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ହଟାଇଛି। ଶନିବାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଏହା ଦ୍ୱାରା ତାରକା ଆଥଲେଟ୍‌ଙ୍କୁ ପ୍ରଶିକ୍ଷଣ ଦେଉଥିବା କୋଚ୍‌ମାନେ ଆହୁରି ଭଲ କାମ କରିବାକୁ ଉତ୍ସାହିତ ହେବ। ଏଥି ସହିତ ପୂର୍ବତନ ଖେଳାଳିମାନେ ହାଇ ପରଫର୍ମାନ୍ସ କୋଚ୍‌ ହେବା ପାଇ ମନ ବଳାଇବେ।
ଏହାପୂର୍ବରୁ ଶୁକ୍ରବାର ମନ୍ତ୍ରଣାଳୟ ସବୁ ବିଦେଶୀ କୋଚ୍‌ମାନଙ୍କର ଚୁକ୍ତିକୁ ଆସନ୍ତାବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏଥିସହିତ ୪ ବର୍ଷୀୟ ଅଲିମ୍ପିକ୍‌ ସାଇକଲକୁ ଦୃଷ୍ଟିରେ ରଖି ଉଭୟ ଭାରତୀୟ ଓ ବିଦେଶୀ କୋଚ୍‌ ଆଗାମୀ ୪ ବର୍ଷ ପାଇଁ ଦାୟିତ୍ୱ ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଭାରତୀୟ କୋଚ୍‌ମାନେ କଠିନ ପରିଶ୍ରମ କରିବା ସହ ଭଲ ପ୍ରଦର୍ଶନ କରୁଛନ୍ତି ଓ ସେମାନଙ୍କୁ ପୁରସ୍କୃତ କରିବାର ଆବଶ୍ୟକତା ରହିଛି ବୋଲି ରିଜିଜୁ କହିଛନ୍ତି। ଆଥଲେଟ୍‌ମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଦେଶରେ ଥିବା ଶ୍ରେଷ୍ଠ କୋଚିଂ ପ୍ରତିଭାକୁ ଆକର୍ଷଣ କରିବାକୁ ସରକାର ଚାହୁଁଛନ୍ତି। ପୂର୍ବରୁ ଥିବା ୨ ଲକ୍ଷ ଟଙ୍କାର ପାଉଣା ସୀମା ଏଥିରେ ଅନ୍ତରାୟ ସୃଷ୍ଟି କରିବା ଆମେ ଚାହୁଁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୂର୍ବତନ ତାରକା ଆଥଲେଟମାନଙ୍କୁ ଆକର୍ଷିତ କରିବାକୁ ଓ ଦେଶରେ କ୍ରୀଡ଼ାର ବିକାଶ ପାଇଁ ବର୍ଦ୍ଧିତ ପାଉଣା ଓ ଦୀର୍ଘ ଦିନର ଚୁକ୍ତି ନେଇ ପ୍ରସ୍ତାବ ଦିଆଯିବ। ଅଲିମ୍ପିକ ସମେତ ଶ୍ରେଷ୍ଠ ଅନ୍ତର୍ଜାତୀୟ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଆଥଲେଟଙ୍କ ପ୍ରଶିକ୍ଷଣ ପାଇଁ ଏହି ସବୁ ନିଷ୍ପତ୍ତି ନିଆଯିବ।
ପୂର୍ବରୁ କାର୍ଯ୍ୟକରୁଥିବା କୋଚ୍‌ଙ୍କୁ ଅଧିକ ପାଉଣା ଦେବା ସହ ୪ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିବା ଲାଗି ଅନୁମତି ଦିଆଯିବ। ପୂର୍ବତନ ଆଥଲେଟମାନଙ୍କ ପ୍ରଦର୍ଶନ ଓ କୋଚ୍‌ ହିସାବରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପାଉଣା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ସବୁ ନୂଆ ଓ ଏବେକାର କୋଚ୍‌ ଜାତୀୟ ପ୍ରଶିକ୍ଷଣ ଶିବିର ଓ ସାଇ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ (ଏନ୍‌ସିଓଇଏସ୍‌)ରେ ପ୍ରଶିକ୍ଷଣ ଦେବେ। ଏହି କୋଚ୍‌ମାନଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଓ ଜାତୀୟ ସ୍ପୋଟର୍‌ସ ଫେଡେରେଶନ ମିଳିତ ଭାବେ ଚୟନ କରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି। ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଦେଶର ମୁଖ୍ୟ ବ୍ୟାଡ୍‌ମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ ସ୍ବାଗତ କରିଛନ୍ତି। ଏ ନେଇ ପୂର୍ବରୁ ଦାବି କରାଯାଉଥିଲା। ଏହା ନିଶ୍ଚିତ ଭାବେ ଖୁସିର କଥା। ଏହା ଦ୍ୱାରା ଦେଶରେ କ୍ରୀଡ଼ା ଉନ୍ନତି ହେବ ବୋଲି ସେ କହିଛନ୍ତି। ଏଥିସହିତ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ କ୍ରୀଡ଼ା ପ୍ରତିଭା ଚିହ୍ନଟ ଓ ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri